ଖେଳ କସରତକୁ ଗୁରୁତ୍ୱଦେବା ଆବଶ୍ୟକ
ପ୍ରତିବର୍ଷ ଅକ୍ଟୋବର ୨୯ରେ ପାଳନ ହୋଇଥାଏ ‘ବିଶ୍ୱ ଷ୍ଟ୍ରୋକ୍ ଦିବସ’। ଏ ବର୍ଷର ଥିମ୍ ରହିଛି-‘ଗ୍ରେଟର ଦ୍ୟାନ୍ ଷ୍ଟ୍ରୋକ୍, ଆକ୍ଟିଭ ଚ୍ୟାଲେଞ୍ଜ’। ଏଥର ଉକ୍ତ ଦିବସ ଅବସରରେ ଖେଳ କସରତ କରିବା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି। ଷ୍ଟ୍ରୋକ୍ ଏକ ଇଂରାଜୀ ଶବ୍ଦ, ଯାହାର ଅର୍ଥ ସାଂଘାତିକ ଭାବରେ ଆଘାତ କରିବା। ଉକ୍ତ ଦିବସ ପରିପ୍ରେକ୍ଷୀରେ ଷ୍ଟ୍ରୋକ୍ ହେଉଛି ମସ୍ତିଷ୍କକୁ ସାଂଘାତିକ ଭାବରେ ଆକ୍ରାନ୍ତ କରିବା। ଏହାର ଡାକ୍ତରୀ ନଁା ‘ସେରିବ୍ରୋଭାସ୍କୁଲାର ଆକ୍ସିଡେଣ୍ଟ’। ‘ସେରିବ୍ରୋ’ ବୁଝାଇଥାଏ ମସ୍ତିଷ୍କକୁ, […] The post ଖେଳ କସରତକୁ ଗୁରୁତ୍ୱଦେବା ଆବଶ୍ୟକ appeared first on Dharitri Odia News.
ପ୍ରତିବର୍ଷ ଅକ୍ଟୋବର ୨୯ରେ ପାଳନ ହୋଇଥାଏ ‘ବିଶ୍ୱ ଷ୍ଟ୍ରୋକ୍ ଦିବସ’। ଏ ବର୍ଷର ଥିମ୍ ରହିଛି-‘ଗ୍ରେଟର ଦ୍ୟାନ୍ ଷ୍ଟ୍ରୋକ୍, ଆକ୍ଟିଭ ଚ୍ୟାଲେଞ୍ଜ’। ଏଥର ଉକ୍ତ ଦିବସ ଅବସରରେ ଖେଳ କସରତ କରିବା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି। ଷ୍ଟ୍ରୋକ୍ ଏକ ଇଂରାଜୀ ଶବ୍ଦ, ଯାହାର ଅର୍ଥ ସାଂଘାତିକ ଭାବରେ ଆଘାତ କରିବା। ଉକ୍ତ ଦିବସ ପରିପ୍ରେକ୍ଷୀରେ ଷ୍ଟ୍ରୋକ୍ ହେଉଛି ମସ୍ତିଷ୍କକୁ ସାଂଘାତିକ ଭାବରେ ଆକ୍ରାନ୍ତ କରିବା। ଏହାର ଡାକ୍ତରୀ ନଁା ‘ସେରିବ୍ରୋଭାସ୍କୁଲାର ଆକ୍ସିଡେଣ୍ଟ’। ‘ସେରିବ୍ରୋ’ ବୁଝାଇଥାଏ ମସ୍ତିଷ୍କକୁ, ‘ଭାସ୍କୁଲାର’ ବୁଝାଇଥାଏ ମସ୍ତିଷ୍କର ଧମନୀକୁ ଏବଂ ‘ଆକ୍ସିଡେଣ୍ଟ’ ବୁଝାଇଥାଏ ଆକସ୍ମିକ ଭାବରେ ସଂଘଟିତ ହେବାକୁ। ଷ୍ଟ୍ରୋକ୍ର ଅନ୍ୟନାମ ବ୍ରେନ୍ ଆଟାକ୍ ବା ମସ୍ତିଷ୍କାଘାତ। ଏଠାରେ ଜାଣିରଖିବା ଉଚିତ ଯେ, ଶରୀରର ସବୁ ଅଙ୍ଗ ତଥା କୋଷ ଭଳି ମସ୍ତିଷ୍କ ମଧ୍ୟ ଦରକାରକରେ ଅକ୍ସିଜେନ୍ ଏବଂ ପୁଷ୍ଟି। ଏହି ଅକ୍ସିଜେନ୍ ଏବଂ ପୁଷ୍ଟି ମସ୍ତିଷ୍କର ସ୍ନାୟୁକୋଷଗୁଡ଼ିକୁ ଯୋଗାଇଦିଏ ରକ୍ତ। ସୁତରାଂ ମସ୍ତିଷ୍କକୁ କାର୍ଯ୍ୟକ୍ଷମ କରିବା ନିମିତ୍ତ ଏହାକୁ ସର୍ବଦା ରକ୍ତ ସଞ୍ଚାଳନ ଅବ୍ୟାହତ ରହିବା ଅପରିହାର୍ଯ୍ୟ। ମସ୍ତିଷ୍କକୁ ରକ୍ତ ସଞ୍ଚାଳନ ବ୍ୟାହତ ହୋଇପଡ଼ିଲେ ମସ୍ତିଷ୍କର ସ୍ନାୟୁଗୁଡିକ ଅକ୍ସିଜେନ୍ ଏବଂ ପୁଷ୍ଟି ପାଇବାକୁ ବଞ୍ଚତ୍ତ ହୋଇପଡ଼ିବା ସ୍ବାଭାବିକ। ଏହି ପ୍ରକାର ପ୍ରତିକୂଳ ପରିସ୍ଥିତିର ଉଦ୍ଭବ ହୁଏ ମସ୍ତିଷ୍କ ଷ୍ଟ୍ରୋକ୍ ଉପୁଜିଲେ।
କିପରି ସଂଘଟିତ ହୁଏ ଷ୍ଟ୍ରୋକ୍ ? ମସ୍ତିଷ୍କକୁ ରକ୍ତ ଯୋଗାଉଥିବା ଧମନୀ ଅଭ୍ୟନ୍ତରରେ ରକ୍ତ ଜମାଟ ବାନ୍ଧିଲେ ସ୍ନାୟୁକୋଷ ନିକଟକୁ ରକ୍ତ ସଞ୍ଚାଳନ ହୋଇପାରେ ନାହିଁ। ଏହାଦ୍ୱାରା ସ୍ନାୟୁକୋଷଗୁଡିକ ଆଶାନୁରୂପ ଅକ୍ସିଜେନ୍ ପାଇପାରନ୍ତି ନାହିଁ କି ଗ୍ଲୁକୋଜ ତଥା ପୁଷ୍ଟି ପାଇପାରନ୍ତି ନାହିଁ। ଅନ୍ୟପକ୍ଷରେ ମସ୍ତିଷ୍କକୁ ରକ୍ତ ଯୋଗାଉଥିବା ରକ୍ତନାଳୀ ହଠାତ୍ ଫାଟିଗଲେ ମଧ୍ୟ ସ୍ନାୟୁକୋଷ ନିକଟକୁ ରକ୍ତ ସଞ୍ଚାଳନ ସମ୍ଭବ ହୋଇ ନ ଥାଏ। ଏହାର ପରିଣତିରେ ଆକ୍ରାନ୍ତ ସ୍ନାୟୁକୋଷଗୁଡକର ମୃତ୍ୟୁ ଘଟି ସେମାନେ ଅକାମୀ ହୋଇପଡନ୍ତି।
ହେଲେ ଷ୍ଟ୍ରୋକ୍ ବୋଲି ଚିହ୍ନା ପଡ଼ିବ କିପରି ? ଏହାର ପ୍ରଧାନ ଲକ୍ଷଣଗୁଡ଼ିକ ସଂକ୍ଷେପରେ ଫାଷ୍ଟ (FAST) ଭାବରେ ଉଲ୍ଲେଖ କରାଯାଏ। ‘F’ ପ୍ରତିନିଧିତ୍ୱ କରେ ‘ଫେସିଆଲ ଡଫ୍ରି’ର। ଏ କ୍ଷେତ୍ରରେ ମୁଖମଣ୍ଡଳର ଗୋଟିଏ ପଟ ବଙ୍କା ହୋଇଯାଏ। ହସିଲେ ଓଠ ବାଙ୍କିଯାଏ। ପାଟିରୁ ଲାଳ ଗଡ଼ିବାକୁ ରୋକି ହୁଏନି। ‘A’ର ଅର୍ଥ ହେଲା ଆର୍ମ ବା ଲେଗ୍ (ହାତ-ଗୋଡ଼ର ଦୁର୍ବଳତା)। ହାତ ଉଠେଇ ହୁଏନି କି କିଛି ଧରି ହୁଏନି। ହାତ ଓ ଗୋଡ଼ ଅଶକ୍ତ ବା ଅଚଳ ହୋଇପଡ଼େ। ‘S’ ହେଉଛି ସ୍ପିଚ୍ ଡିଫିକଲ୍ଟି। ଷ୍ଟ୍ରୋକ୍ ରୋଗୀ ଭଲ ଭାବରେ କଥାବାର୍ତ୍ତା କରିପାରେନା। ପୂରା ବାକ୍ୟଟିଏ ବି ପୂରା ଭାବରେ ଉଚ୍ଚାରଣ କରିପାରେନି। ‘T’ ହେଉଛି ଟାଇମ। ଅର୍ଥାତ୍ କାଳବିଳମ୍ବ ନ କରି ରୋଗୀକୁ ହସ୍ପିଟାଲକୁ ନେଇଯିବା ଦରକାର। ତେବେ ଷ୍ଟ୍ରୋକ୍ ଲକ୍ଷଣ ପ୍ରକାଶ ପାଇବାର ୪ ଘଣ୍ଟାରୁ କମ୍ ସମୟ ଭିତରେ ରୋଗୀକୁ ହସ୍ପିଟାଲରେ ପହଞ୍ଚେଇବା ବାଞ୍ଚନୀୟ।
ରକ୍ତଚାପ, ଡାଇବେଟିସ୍, ହୃଦ୍ରୋଗ, ପୃଥୁଳତାରେ ଆକ୍ରାନ୍ତ, ନିଶାଦ୍ରବ୍ୟ ସେବନ, ଆଳସ୍ୟ ଜୀବନଶୈଳୀ, ରକ୍ତରେ କୋଲେଷ୍ଟରଲ ମାତ୍ରା ବେଶି ରହିଲେ ଷ୍ଟ୍ରୋକ୍ରେ ଆକ୍ରାନ୍ତ ହୋଇପଡ଼ିବା ଆଶଙ୍କା ବେଶି ଥାଏ। ଏଥିରୁ ରକ୍ଷା ପାଇବା ପାଇଁ ନିୟମିତ ବ୍ୟାୟାମ କରିବା ସହ ଶରୀରର ଓଜନ ନିୟନ୍ତ୍ରଣ କରନ୍ତୁ। ବେଶି ତେଲ, ଛଣାଛଣି ଖାଦ୍ୟ ଖାଆନ୍ତୁ ନାହିଁ। ନିଶାଦ୍ରବ୍ୟ ସେବନ ବର୍ଜନ କରନ୍ତୁ। ରକ୍ତଚାପ ଏବଂ କୋଲେଷ୍ଟରଲକୁ ନିୟନ୍ତ୍ରଣରେ ରଖନ୍ତୁ।
-ଡା. ନିତ୍ୟାନନ୍ଦ ସ୍ବାଇଁ, ଅଭୀପ୍ସା,
ସେକ୍ଟର-୬, ପ୍ଲଟ୍ ନଂ-୧୧୩୧, ଅଭିନବ ବିଡାନାସୀ, କଟକ-୧୪
ମୋ : ୮୩୨୮୯୭୫୧୧୮
The post ଖେଳ କସରତକୁ ଗୁରୁତ୍ୱଦେବା ଆବଶ୍ୟକ appeared first on Dharitri Odia News.