ଖେଳନା ଟିଫିନ ବକ୍ସ, କଣ୍ଢେଇରୁ କୋଟିଏ ଟଙ୍କାର ଗଞ୍ଜେଇ ଜବତ,ଜଣକୁ ଅଟକ ରଖି ପଚରାଉଚରା

ଅହମ୍ମଦାବାଦ ୧/୬: ପିଲାଙ୍କ ଖେଳନା, କଣ୍ଢେଇ ଓ ଖେଳନା ଟିଫିନ ବକ୍ସରେ ଚାଲାଣ ହେଉଥିଲା ଗଞ୍ଜେଇ ।ପାର୍ସଲ ଭିତରେ ଥିଲା ହାଇବ୍ରିଡ ଓ ସିନ୍ଥେଟିକ ଗଞ୍ଜେଇ ।  ଅହମ୍ମଦାବାଦ କ୍ରାଇମବ୍ରାଞ୍ଚ ପୋଲିସ,କଷ୍ଟମ ଓ ଅବକାରୀ ବିଭାଗ ମିଳିତ ଚଢାଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ କୋଟିଏରୁ ଅଧିକ ହେବ । ଘଟଣାରେ ଜଣକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।ଜବତ ହୋଇଥିବା ଗଞ୍ଜେଇ କାନାଡା,ଆମେରିକା ଓ ଥାଇଲାଣ୍ଡରେ ଉତ୍ପାଦନ ହୋଇଥାଏ । ବିଦେଶ ଡାକ ମାଧ୍ୟମରେ ଗଞ୍ଜେଇ ଆସୁଥିଲା ।ତଦନ୍ତ ସମୟରେ ଅହମ୍ମଦାବାଦର ବିଦେଶ ଡାକକୁ ଆସୁଥିବା ପାର୍ସଲରୁ ସବୁ ତଥ୍ୟ ପର୍ଦ୍ଦାଫାଶ ହୋଇଛି । ପୋଲିସ ଅପରାଧୀଙ୍କୁ ଧରିବାକୁ ଯେତେ ଚାଲାକ ହେଲେ ମଧ୍ୟ ଅପରାଧୀ ଅପରାଧ କରିବାକୁ ଗଳାବାଟ ଖୋଜୁଛନ୍ତି । 

ଖେଳନା ଟିଫିନ ବକ୍ସ, କଣ୍ଢେଇରୁ କୋଟିଏ ଟଙ୍କାର ଗଞ୍ଜେଇ ଜବତ,ଜଣକୁ ଅଟକ ରଖି ପଚରାଉଚରା

ଅହମ୍ମଦାବାଦ ୧/୬: ପିଲାଙ୍କ ଖେଳନା, କଣ୍ଢେଇ ଓ ଖେଳନା ଟିଫିନ ବକ୍ସରେ ଚାଲାଣ ହେଉଥିଲା ଗଞ୍ଜେଇ ।ପାର୍ସଲ ଭିତରେ ଥିଲା ହାଇବ୍ରିଡ ଓ ସିନ୍ଥେଟିକ ଗଞ୍ଜେଇ ।  ଅହମ୍ମଦାବାଦ କ୍ରାଇମବ୍ରାଞ୍ଚ ପୋଲିସ,କଷ୍ଟମ ଓ ଅବକାରୀ ବିଭାଗ ମିଳିତ ଚଢାଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ କୋଟିଏରୁ ଅଧିକ ହେବ । ଘଟଣାରେ ଜଣକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।

ଜବତ ହୋଇଥିବା ଗଞ୍ଜେଇ କାନାଡା,ଆମେରିକା ଓ ଥାଇଲାଣ୍ଡରେ ଉତ୍ପାଦନ ହୋଇଥାଏ । ବିଦେଶ ଡାକ ମାଧ୍ୟମରେ ଗଞ୍ଜେଇ ଆସୁଥିଲା ।ତଦନ୍ତ ସମୟରେ ଅହମ୍ମଦାବାଦର ବିଦେଶ ଡାକକୁ ଆସୁଥିବା ପାର୍ସଲରୁ ସବୁ ତଥ୍ୟ ପର୍ଦ୍ଦାଫାଶ ହୋଇଛି । ପୋଲିସ ଅପରାଧୀଙ୍କୁ ଧରିବାକୁ ଯେତେ ଚାଲାକ ହେଲେ ମଧ୍ୟ ଅପରାଧୀ ଅପରାଧ କରିବାକୁ ଗଳାବାଟ ଖୋଜୁଛନ୍ତି ।