ଖୋଲା ଖୋଲି ଧମକ ଦେଲେ ଟ୍ରୁଡୋ, ଡୋନାଲ୍ଡ ଟ୍ରମ୍ପ ଟାରିଫ ଲଗାଇଲେ ଆମେ ବି…
ଟରୋଣ୍ଟୋ,୨୮।୨: ଆମେରିକା କାନାଡାରୁ ଆମଦାନୀ ଉପରେ ନୂଆ ତଥା କଡା ଶୁଳ୍କ ଘୋଷଣା କରିଛି (US Canada Tariff War)। ମାର୍ଚ୍ଚ ୪ ତାରିଖରୁ କାନାଡା ଉପରେ ଶୁଳ୍କ ଲାଗୁ ହେବ। ଆମେରିକାର ଏହି ନିଷ୍ପତ୍ତି ଉପରେ କାନାଡାରୁ ପ୍ରତିକ୍ରିୟା ଆସିଛି। ବିଦାୟୀ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଆମେରିକାର ନିଷ୍ପତ୍ତି ବିଷୟରେ ଟ୍ରମ୍ପଙ୍କୁ ଚେତାବନୀ ଦେଇଛନ୍ତି। ଟ୍ରୁଡୋ କହିଛନ୍ତ, କାନାଡା ଏହା ସୁନିଶ୍ଚିତ କରିବା ଉପରେ ଧ୍ୟାନ ଦେଉଛି କି ମଙ୍ଗଳବାର ଏବଂ ପରବର୍ତ୍ତୀ ସପ୍ତାହଗୁଡ଼ିକରେ […] The post ଖୋଲା ଖୋଲି ଧମକ ଦେଲେ ଟ୍ରୁଡୋ, ଡୋନାଲ୍ଡ ଟ୍ରମ୍ପ ଟାରିଫ ଲଗାଇଲେ ଆମେ ବି… appeared first on Dharitri Odia News.
ଟରୋଣ୍ଟୋ,୨୮।୨: ଆମେରିକା କାନାଡାରୁ ଆମଦାନୀ ଉପରେ ନୂଆ ତଥା କଡା ଶୁଳ୍କ ଘୋଷଣା କରିଛି (US Canada Tariff War)। ମାର୍ଚ୍ଚ ୪ ତାରିଖରୁ କାନାଡା ଉପରେ ଶୁଳ୍କ ଲାଗୁ ହେବ। ଆମେରିକାର ଏହି ନିଷ୍ପତ୍ତି ଉପରେ କାନାଡାରୁ ପ୍ରତିକ୍ରିୟା ଆସିଛି। ବିଦାୟୀ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଆମେରିକାର ନିଷ୍ପତ୍ତି ବିଷୟରେ ଟ୍ରମ୍ପଙ୍କୁ ଚେତାବନୀ ଦେଇଛନ୍ତି।
ଟ୍ରୁଡୋ କହିଛନ୍ତ, କାନାଡା ଏହା ସୁନିଶ୍ଚିତ କରିବା ଉପରେ ଧ୍ୟାନ ଦେଉଛି କି ମଙ୍ଗଳବାର ଏବଂ ପରବର୍ତ୍ତୀ ସପ୍ତାହଗୁଡ଼ିକରେ ଆମେରିକା ଦ୍ୱାରା କାନାଡଶ ଉପରେ କୌଣସି ଶୁଳ୍କ ଲାଗୁ ନ ହେଉ। ଏହାକୁ ରୋକିବା ପାଇଁ ଆମେ ଯାହା ସମ୍ଭବ ଚେଷ୍ଟା କରୁଛୁ।
ସେ ଆହୁରି କହିଛନ୍ତି, ଯଦି ଆମେରିକା ଆମ ଉପରେ ଅନ୍ୟାୟ ଶୁଳ୍କ ଲାଗୁ କରେ, ତେବେ ଆମେ ଏହାର କଡ଼ା ଜବାବ ଦେବୁ, ଯାହା କାନାଡିଆନମାନେ ଆଶା କରନ୍ତି।
ଟ୍ରୁଡୋ କହିଛନ୍ତି ଯେ ଆମେରିକାରେ ଫେଣ୍ଟାନିଲ ଔଷଧ ସଙ୍କଟ ଯୋଗୁଁ କାନାଡା ଉପରେ ଶୁଳ୍କ ଲାଗୁ କରାଯାଉଛି, କିନ୍ତୁ ସେଠାରେ ଶେଷ ହେଉଥିବା ଫେଣ୍ଟାନିଲର ଗୋଟିଏ ପ୍ରତିଶତରୁ ମଧ୍ୟ କମ କାନାଡାରୁ ଆସୁଛି। ଟ୍ରମ୍ପଙ୍କୁ ବୁଝିବା ଆବଶ୍ୟକ ଯେ ତାଙ୍କ ଦେଶ ସାମ୍ନା କରୁଥିବା ଚ୍ୟାଲେଞ୍ଜଗୁଡ଼ିକ କାନାଡା ଦ୍ୱାରା ସୃଷ୍ଟି ନୁହେଁ।
ଆମେରିକାରେ ଔଷଧ ଭାବରେ ଫେଣ୍ଟାନିଲ ଔଷଧର ବ୍ୟବହାର ବୃଦ୍ଧି ପାଇଛି। ଏହି ଔଷଧ ଏତେ ହାର୍ଡ ଯେ ଏହାକୁ ଥରେ ସେବନ କଲେ ଯେକୌଣସି ବ୍ୟକ୍ତି ଘଣ୍ଟା ଘଣ୍ଟା ଧରି ନିଶାଗ୍ରସ୍ତ ରହିପାରିବ। ଏହି ଔଷଧ ରୋଗୀଙ୍କ ଚିକିତ୍ସାରେ ବ୍ୟବହୃତ ହୁଏ। ଏହି ଔଷଧ ଆମେରିକାରେ ନିଷିଦ୍ଧ, କିନ୍ତୁ କାନାଡା ଏବଂ ମେକ୍ସିକୋର ନିଶା ଚୋରାଚାଲାଣକାରୀମାନେ ଏହାକୁ ଆମେରିକାରେ ବିକ୍ରି କରନ୍ତି। ଏହି ଔଷଧ ଯୋଗୁଁ ଆମେରିକାରେ ହଜାର ହଜାର ଲୋକଙ୍କର ମୃତ୍ୟୁ ହୋଇଛି। ପୀଡିତଙ୍କ ପରିବାର ଭାଙ୍ଗି ପଡ଼ିଛନ୍ତି।
ଟ୍ରମ୍ପ ଅଭିଯୋଗ କରିଛନ୍ତି ଯେ କାନାଡା ଚୋରା ଚାଲାଣକାରୀଙ୍କୁ ରୋକିବା ପାଇଁ କିଛି କରୁନାହିଁ। ଟ୍ରମ୍ପ କହିଛନ୍ତି ଯେ କାନାଡା ଏହି ଚୋରା ଚାଲାଣକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ପର୍ଯ୍ୟନ୍ତ କାନାଡା ଉପରେ ଶୁଳ୍କ ଜାରି ରହିବ।
The post ଖୋଲା ଖୋଲି ଧମକ ଦେଲେ ଟ୍ରୁଡୋ, ଡୋନାଲ୍ଡ ଟ୍ରମ୍ପ ଟାରିଫ ଲଗାଇଲେ ଆମେ ବି… appeared first on Dharitri Odia News.