ଖୋଲିବ ପେଡି; ୱେବ୍ ସାମ୍ବାଦିକ ସୁରଜିତ ଧଳଙ୍କୁ ୩ ଦିନିଆ ରିମାଣ୍ଡରେ ନେବ EOW

ସୁରଜିତଙ୍କୁ ୫ ଦିନିଆ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିଥିଲା EOW।

ଖୋଲିବ ପେଡି; ୱେବ୍ ସାମ୍ବାଦିକ ସୁରଜିତ ଧଳଙ୍କୁ ୩ ଦିନିଆ ରିମାଣ୍ଡରେ ନେବ EOW

ବିଲଡରଙ୍କୁ ଏକ କୋଟି ଟଙ୍କା ଠକେଇ ଅଭିଯୋଗରେ ୱେବ୍ ପୋର୍ଟାଲ୍ ସାମ୍ବାଦିକ ସୁରଜିତ ଧଳଙ୍କୁ ରିମାଣ୍ଡରେ ନେବ ଅର୍ଥନୈତିକ ଅପରାଧ ଶାଖା-EOW।

ସୁରଜିତଙ୍କୁ ୫ ଦିନିଆ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିଥିଲା EOW। ହେଲେ କୋର୍ଟ ୩ ଦିନିଆ ରିମାଣ୍ଡରେ ନେବା ପାଇଁ EOWକୁ ଅନୁମତି ଦେଇଛନ୍ତି। ଆସନ୍ତାକାଲିଠାରୁ ସୁରଜିତ ଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରିବ EOW।

ସୁରଜିତ ବିଲଡର କଳିଙ୍ଗ କେଶରୀ ରଥଙ୍କୁ ବିଭିନ୍ନ ପ୍ରକଳ୍ପର ଅନୁମୋଦନ ପାଇଁ ବିଡିଏର ଅନୁମତି କରାଇଦେବାକୁ ପ୍ରଲୋଭନ  ଦେଖାଇଥିଲେ । ଏଥିପାଇଁ କୋଟିଏ ଟଙ୍କା ସହ ଦୁଇଟି ଦାମୀ ଗାଡି ନେଇଥିଲେ। କଳିଙ୍ଗ କେଶରୀ ରଥ EOWରେ ଦ୍ୱାରସ୍ଥ ହୋଇଥିଲେ। EOWର ଘଟଣାର ତଦନ୍ତ କରି ସୁରଜିତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସୁରଜିତଙ୍କୁ ଆଇପିସିର ୪୨୦, ୪୬୭, ୪୬୮, ୪୭୧ ଧାରା ଅନୁସାରେ ଗିରଫ କରାଯାଇଛି।