ଗଛକୁ କଣ୍ଟାପୀଡ଼ା: ବନବିଭାଗ ଚୁପ, ତାତିଲେ ପରିବେଶବୀଦ୍
ଦାରିଙ୍ଗବାଡି,୫।୫(ଅରୁଣ ସାହୁ ): ଗଛ ହିଁ ଜୀବନ, ପିଲାଟିଏ ଗଛ ଟିଏ, ବୃକ୍ଷ ରୋପଣ କର ଜୀବନ ବଞ୍ଚାଅ ଏଭଳି ପରିବେଶକୁ ସୁରକ୍ଷା ଦେବାପାଇଁ ଅନେକ ଆହ୍ବାନ ଦିଆଯାଉଛି। ଏଥିପାଇଁ ଲୋକଙ୍କୁ ସଚେତନ କରାଯାଉଛି। କିନ୍ତ ୁକିଛି ସ୍ଥାନରେ ଫଳ ଶୂନ ଦେଖିବାକୁ ମିଳିଛି । ପ୍ରକାଶ ଯେ, କନ୍ଧମାଳ ଜିଲା ଦାରିଙ୍ଗବାଡି ବନାଞ୍ଚଳରେ ୫୯ ନଂ ଜାତୀୟ ରାଜପଥ କଡ଼ରେ ଥିବା ବଡ଼ବଡ଼ ଗଛରେ ଜ୍ଞାପନ ପାଇଁ କଣ୍ଟା ପିଟାଯାଇ ଗଛକୁ ନଷ୍ଟ କରାଯାଉଛି। ବିଶେଷ […] The post ଗଛକୁ କଣ୍ଟାପୀଡ଼ା: ବନବିଭାଗ ଚୁପ, ତାତିଲେ ପରିବେଶବୀଦ୍ appeared first on Dharitri Odia News.
ଦାରିଙ୍ଗବାଡି,୫।୫(ଅରୁଣ ସାହୁ ): ଗଛ ହିଁ ଜୀବନ, ପିଲାଟିଏ ଗଛ ଟିଏ, ବୃକ୍ଷ ରୋପଣ କର ଜୀବନ ବଞ୍ଚାଅ ଏଭଳି ପରିବେଶକୁ ସୁରକ୍ଷା ଦେବାପାଇଁ ଅନେକ ଆହ୍ବାନ ଦିଆଯାଉଛି। ଏଥିପାଇଁ ଲୋକଙ୍କୁ ସଚେତନ କରାଯାଉଛି। କିନ୍ତ ୁକିଛି ସ୍ଥାନରେ ଫଳ ଶୂନ ଦେଖିବାକୁ ମିଳିଛି ।
ପ୍ରକାଶ ଯେ, କନ୍ଧମାଳ ଜିଲା ଦାରିଙ୍ଗବାଡି ବନାଞ୍ଚଳରେ ୫୯ ନଂ ଜାତୀୟ ରାଜପଥ କଡ଼ରେ ଥିବା ବଡ଼ବଡ଼ ଗଛରେ ଜ୍ଞାପନ ପାଇଁ କଣ୍ଟା ପିଟାଯାଇ ଗଛକୁ ନଷ୍ଟ କରାଯାଉଛି। ବିଶେଷ କରି ଏବେ ନୂତନ ଶିକ୍ଷାବର୍ଷ ପାଇଁ ଘରୋଇ ବିଦ୍ୟାଳୟ, ମହାବିଦ୍ୟାଳୟର ପ୍ରଚାର ପ୍ରସାର ପାଇଁ ଗଛକୁ କଣ୍ଟାପୀଡ଼ା ଦିଆଯାଉଛି। ଫଳରେ ଗଛର ଅବସ୍ଥା ଶୋଚନୀୟ ହୋଇପଡିଛି ବନ ବିଭାଗର ଅଧିକାରୀ ମାନେ ଏସବୁ ଦେଖି ନିରବ ରହିବାକୁ ପରିବେଶବିତ୍ ମାନେ ଉଦବେଗ ପ୍ରକାଶ କରୁଛନ୍ତ। ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଉକ୍ତ ବ୍ଲକରେ ପରିବେଶର ସୁରକ୍ଷା ଦିଗରେ ଯେଉଁ ଭଳି ପଦକ୍ଷେପ ନେବା ଜରୁରୀ ସେହିପରି କରାଯାଉ ନ ଥିବା ଅଭିଯୋଗ ହେଉଛି। ଏନେଇ ବିଭାଗ ତା ଦାୟିତ୍ୱ ସଠିକ ଭାବେ ତୁଲାଇଥିଲେ ହୁଏତ ଏଭଳି ଗଛରେ କଣ୍ଟାପୀଡ଼ା ହୋଇ ନ ଥାନ୍ତା ବୋଲି କୁହାଯାଉଛି। ଏନେଇ ଦାରିଙ୍ଗବାଡି ବନାଞ୍ଚକ ଅଧିକାରୀ ମାଧବ ଚନ୍ଦ୍ର ବେହେରାଙ୍କ ସହ ଯୋଗାଯୋଗ କରାଯାଇଥିଲା କିନ୍ତୁ ସେ କୌଣସି ଉତ୍ତର ଦେଇ ନ ଥିଲେ। ପରେ ବାଲିଗୁଡା ବନ ଉପଖଣ୍ଡର ଡିିଏଫଓ ବିଶ୍ୱରାଜ ପଣ୍ଡାଙ୍କ ସହ ଯୋଗାଯୋଗ କରାଯିବାରୁ ସେ କହିଛନ୍ତି ଯେ, ଏନେଇ ସେ ସର୍ବସାଧାରଣ ସ୍ଥାନରେ ସଚେତନ ନୋଟିସ ଲଗାଇବେ ଓ ଏନେଇ ତଳ ସ୍ତରରୁ ଜିଲାପାଳଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଚିଠି ମାଧ୍ୟମରେ ସେ ଏଭଳି ଗଛରେ କଣ୍ଟାପୀଡ଼ା ନକରିବାକୁ ଚିଠି କରିବେ ବୋଲି ସେ କହିଛନ୍ତି।
The post ଗଛକୁ କଣ୍ଟାପୀଡ଼ା: ବନବିଭାଗ ଚୁପ, ତାତିଲେ ପରିବେଶବୀଦ୍ appeared first on Dharitri Odia News.