ଗଛରୁ ମିଳିଲା ଝୁଲନ୍ତା ମୃତଦେହ, ହତ୍ୟା ସନ୍ଦେହ

ରାଜ ବଗର୍ତ୍ତୀ ଦୁଇ ଦୀନ ହେବ ଘରୁ ନିଖୋଜ ଥିଲେ। ହେଲେ ଆଜି ସକାଲେ ଗଛରେ ଝୁଲନ୍ତା ଅବସ୍ଥାରେ ଗାଁ ଲୋକ ଦେଖିଥିଲେ।

ଗଛରୁ ମିଳିଲା ଝୁଲନ୍ତା ମୃତଦେହ, ହତ୍ୟା ସନ୍ଦେହ

ଯୁବକଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର। ମୃତ ବ୍ୟକ୍ତି ଜଣକ ହେଲେ ପାଟଣାଗଡ଼ ହୀରାସାଗର ପଡ଼ାର ରାଜ ବଗର୍ତ୍ତୀ। ଘଟଣାଟି ହେଉଛି ବଲାଙ୍ଗୀର ଜିଲ୍ଲା ବେଲପଡ଼ା ଥାନା ପଦ୍ମପୁର ଗାଁ ନିକଟରେ।

ରାଜ ବଗର୍ତ୍ତୀ ଦୁଇ ଦୀନ ହେବ ଘରୁ ନିଖୋଜ ଥିଲେ। ହେଲେ ଆଜି ସକାଲେ ଗଛରେ ଝୁଲନ୍ତା ଅବସ୍ଥାରେ ଗାଁ ଲୋକ ଦେଖିଥିଲେ। ଏନେଇ ପୁଲିସକୁ ଖବର ଦେଇଥିଲେ। ଏନେଇ ପରିବାର ଲୋକ ରାଜ ବଗର୍ତ୍ତୀଙ୍କ ଆତ୍ମହତ୍ୟାକୁ ଗ୍ରହଣ କରି ପାରୁନାହାନ୍ତି। ଏହା ପଛରେ ଅନ୍ୟ କିଛି କାରଣ ଥାଇପାରେ ବୋଲି ସନ୍ଦେହ କରୁଛନ୍ତି ପରିବାର ଲୋକେ। ତେବେ ଘଟଣା ସ୍ଥଳରେ ବେଲପଡ଼ା ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଜାରି ରଖିଛି।