ଗଛରେ ବାଇକ୍ ପିଟି ୨ ଯୁବକ ଗୁରୁତର ଘଟଣା: ଆଖିବୁଜିଲେ ଜଣେ
ଦାରିଙ୍ଗବାଡି,୨।୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଦେଇ ଯାଇଥିବା ସିମନବାଡ଼ିର ୫୯ନଂ ଜାତୀୟ ରାଜପଥର ବୁଲାଣିରେ ଏକ ବିରାଟକାୟ ଗଛକୁ ବାଇକ ଧକ୍କା ଦେଇ ୨ ଜଣ ଗୁରୁତର ହୋଇଥିଲେ। ତେବେ ଗୁରୁତର ଯୁବକ ଟାଏସନ ପ୍ରଧାନଙ୍କ ବ୍ରହ୍ମପୁର ବଡ଼ ମେଡିକାଲରେ ମୃତ୍ୟୁ ଘଟିଥିବା ଜଣାପଡିଛି। ଅନ୍ୟ ଜଣେ ଯୁବକ ତଜରବାଡ଼ି ଗ୍ରାମର କିଲିଆନ ପ୍ରଧାନ ଏବେ ମଧ୍ୟ ଚିକିତ୍ସାଧୀନ ଅଛନ୍ତ। ପ୍ରକାଶ ଯେ ଶନିବାର କୌଣସି କାର୍ଯ୍ୟରେ ଦୁହେଁ ଦାରିଙ୍ଗବାଡି ଯାଇ ସେଠାରୁ ଫେରିବା […] The post ଗଛରେ ବାଇକ୍ ପିଟି ୨ ଯୁବକ ଗୁରୁତର ଘଟଣା: ଆଖିବୁଜିଲେ ଜଣେ appeared first on Dharitri Odia News.
ଦାରିଙ୍ଗବାଡି,୨।୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଦେଇ ଯାଇଥିବା ସିମନବାଡ଼ିର ୫୯ନଂ ଜାତୀୟ ରାଜପଥର ବୁଲାଣିରେ ଏକ ବିରାଟକାୟ ଗଛକୁ ବାଇକ ଧକ୍କା ଦେଇ ୨ ଜଣ ଗୁରୁତର ହୋଇଥିଲେ। ତେବେ ଗୁରୁତର ଯୁବକ ଟାଏସନ ପ୍ରଧାନଙ୍କ ବ୍ରହ୍ମପୁର ବଡ଼ ମେଡିକାଲରେ ମୃତ୍ୟୁ ଘଟିଥିବା ଜଣାପଡିଛି। ଅନ୍ୟ ଜଣେ ଯୁବକ ତଜରବାଡ଼ି ଗ୍ରାମର କିଲିଆନ ପ୍ରଧାନ ଏବେ ମଧ୍ୟ ଚିକିତ୍ସାଧୀନ ଅଛନ୍ତ।
ପ୍ରକାଶ ଯେ ଶନିବାର କୌଣସି କାର୍ଯ୍ୟରେ ଦୁହେଁ ଦାରିଙ୍ଗବାଡି ଯାଇ ସେଠାରୁ ଫେରିବା ସମୟରେ ରାଜପଥର ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ବାଇକଟି ଏକ ବିରାଟକାୟ ଗଛରେ ପିଟି ହୋଇଯାଇଥିଲା। ବାଇକଟି ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଥିବା ବେଳେ ଟାଏସନଙ୍କ ମୁଣ୍ଡ ସମେତ ଶରୀରରେ ଅନେକ ଗଭୀର ଆଘାତ ଲାଗିଥିଲା। ପ୍ରତ୍ୟେକଦର୍ଶୀଙ୍କ କହିବା ଅନୁସାରେ ଜଣେ ଯୁବକ କିଲିଆନ ବାଇକ ଚଳାଉଥିବା ବେଳେ ଟାଏସନ ପଛରେ ବସିଥିଲେ ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଟାଏସନ ବାଇକରୁ ଛିଟିକି ପଡିଥିଲେ ଓ ଆଘାତ ଲାଗିଥିଲା। ପୋଲିସ ଘଟଣାର ଅଧିକ ତଦନ୍ତ କରୁଥିବା ଆଇଆଇସି କନକ ମାଝୀ କହିଛନ୍ତି।
The post ଗଛରେ ବାଇକ୍ ପିଟି ୨ ଯୁବକ ଗୁରୁତର ଘଟଣା: ଆଖିବୁଜିଲେ ଜଣେ appeared first on Dharitri Odia News.