ଗଜପତି ଜିଲ୍ଲା ମୋହନା ଠାରେ ଠେଙ୍ଗା ମାଡ ଘଟଣାରେ ଜଣେ ମୃତ ମୁଖ୍ୟ ଆସାମୀ ଗିରଫ କୋର୍ଟ ଚାଲାଣ

ପାରଳାଖେମୁଣ୍ଡି:୧୬/୩(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା ମୋହନା ବ୍ଲକର ସଦର ମହକୁମା ମୋହନାର ବିଶିଷ୍ଟ କିରାଣୀ ବ୍ୟବସାୟୀ କୋରା ସାହୁ ଙ୍କ ସାନ ପୁଅ ନୀଳାଚଳ ସାହୁ ପିଣ୍ଡିକି ଗ୍ରାମର ଯୁବକ ଭକ୍ତ ବନ୍ଧୁ ନାୟକ ମୋହନା ରେ ଥିବା ଏକ ମୋବାଇଲ୍ ଦୋକାନରେ ସେଲସ ମ୍ୟାନ ଭାବେ କାର୍ଯ୍ୟ କରୁଥିଲେ। ଗତକାଲି ମୋହନାକୁ ଏନ ଏ ସି ରେ ପରିଣତ କରିବା ଦାବୀ କରି ମୋହନା ବଜାର ବନ୍ଦ ଥିବାରୁ ନିଜ ଦୋକାନ ପାହାଚ ରେ ବସି […] The post ଗଜପତି ଜିଲ୍ଲା ମୋହନା ଠାରେ ଠେଙ୍ଗା ମାଡ ଘଟଣାରେ ଜଣେ ମୃତ ମୁଖ୍ୟ ଆସାମୀ ଗିରଫ କୋର୍ଟ ଚାଲାଣ appeared first on Odisha.News.

ଗଜପତି ଜିଲ୍ଲା ମୋହନା ଠାରେ ଠେଙ୍ଗା ମାଡ ଘଟଣାରେ ଜଣେ ମୃତ ମୁଖ୍ୟ ଆସାମୀ ଗିରଫ କୋର୍ଟ ଚାଲାଣ

ପାରଳାଖେମୁଣ୍ଡି:୧୬/୩(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା ମୋହନା ବ୍ଲକର ସଦର ମହକୁମା ମୋହନାର ବିଶିଷ୍ଟ କିରାଣୀ ବ୍ୟବସାୟୀ କୋରା ସାହୁ ଙ୍କ ସାନ ପୁଅ ନୀଳାଚଳ ସାହୁ ପିଣ୍ଡିକି ଗ୍ରାମର ଯୁବକ ଭକ୍ତ ବନ୍ଧୁ ନାୟକ ମୋହନା ରେ ଥିବା ଏକ ମୋବାଇଲ୍ ଦୋକାନରେ ସେଲସ ମ୍ୟାନ ଭାବେ କାର୍ଯ୍ୟ କରୁଥିଲେ। ଗତକାଲି ମୋହନାକୁ ଏନ ଏ ସି ରେ ପରିଣତ କରିବା ଦାବୀ କରି ମୋହନା ବଜାର ବନ୍ଦ ଥିବାରୁ ନିଜ ଦୋକାନ ପାହାଚ ରେ ବସି ମୋବାଇଲ୍ ଦେଖୁଥିଲେ। ଅଚାନକ ନୀଳାଚଳ ଏକ କାଠ ବଲା ଧରି ଆସି ଭକ୍ତ ବନ୍ଧୁ ର ମୁଣ୍ଡ କୁ ବାରମ୍ବାର ମାରି ଥିଲେ। ଫଳରେ ଭକ୍ତ ବନ୍ଧୁ ର ମୃତ୍ୟୁ ହୋଇ ଯାଇଥିଲା। ଏହି ଘଟଣାର ପୁଙ୍ଖାନୁପୁଙ୍ଖ ଗଜପତି ଆରକ୍ଷୀ ଅଧିକ୍ଷକ ସ୍ଵାତୀ ଏସ କୁମାର ଙ୍କ ସମେତ ସ୍ଥାନୀୟ ପୋଲିସ ତଦନ୍ତ କରି ଆସାମୀକୁ ଥାନା କେସ ନମ୍ବର ୫୯/୨୪ ଧାରା ୩୦୨ ସହ ଏକାଧିକ ଦଫା ଲଗାଇ ଗିରଫ କରି କୋର୍ଟ ଚାଲାଣ କରିଥିବା ମୋହନା ଥାନା ଅଧିକାରୀ ବସନ୍ତ କୁମାର ସେଠୀ ପ୍ରକାଶ କରିଛନ୍ତି।

The post ଗଜପତି ଜିଲ୍ଲା ମୋହନା ଠାରେ ଠେଙ୍ଗା ମାଡ ଘଟଣାରେ ଜଣେ ମୃତ ମୁଖ୍ୟ ଆସାମୀ ଗିରଫ କୋର୍ଟ ଚାଲାଣ appeared first on Odisha.News.