ଗଞ୍ଜାଙ୍କୁ ଖାଇବାକୁ ଦିଆଯାଉଛି ଭିଏଗ୍ରା-ଶିଳାଜିତ, କାରଣ କ’ଣ…

ବିଜୟଓ୍ବାଡା,୭।୧ : ଦେଶରେ ମକର ସଂକ୍ରାନ୍ତି ପାଇଁ ପ୍ରସ୍ତୁତି ଚାଲିଛି। ଆନ୍ଧ୍ରପ୍ରଦେଶର ଗ୍ରାମାଞ୍ଚଳରେ ମଧ୍ୟ ଏହାର ପ୍ରସ୍ତୁତି ଦ୍ରୁତ ଗତିରେ ଚାଲିଛି। ଏହି ଅବସରରେ ଏଠାରେ ଗଞ୍ଜା ଲଢ଼େଇ ହୋଇଥାଏ। ତେଣୁ ଏଭଳି ପରିସ୍ଥିତିରେ ପ୍ରତିଯୋଗୀମାନେ ଭଲ ସ୍ଥିତିରେ ରହିବା ଆବଶ୍ୟକ। କିନ୍ତୁ ଏକ ଭାଇରାଲ ରୋଗ ଅନେକ ଚାମ୍ପିଅନ ଗଞ୍ଜାଙ୍କୁ ଏହି ଉତ୍ସବରେ ଲଢ଼େଇ କରିବାକୁ ଦେଇ ନ ଥାଏ। ତେଣୁ ଗଞ୍ଜାମାନଙ୍କୁ ଭିଏଗ୍ରା ଏବଂ ଅନ୍ୟାନ୍ୟ ଷ୍ଟେରଏଡଯୁକ୍ତ ଖାଦ୍ୟ ଖାଇବାକୁ ଦିଆଯାଉଛି। ରିପୋର୍ଟ ମୁତାବକ, […] The post ଗଞ୍ଜାଙ୍କୁ ଖାଇବାକୁ ଦିଆଯାଉଛି ଭିଏଗ୍ରା-ଶିଳାଜିତ, କାରଣ କ’ଣ… appeared first on Dharitri Odia News.

ଗଞ୍ଜାଙ୍କୁ ଖାଇବାକୁ ଦିଆଯାଉଛି ଭିଏଗ୍ରା-ଶିଳାଜିତ, କାରଣ କ’ଣ…

ବିଜୟଓ୍ବାଡା,୭।୧ : ଦେଶରେ ମକର ସଂକ୍ରାନ୍ତି ପାଇଁ ପ୍ରସ୍ତୁତି ଚାଲିଛି। ଆନ୍ଧ୍ରପ୍ରଦେଶର ଗ୍ରାମାଞ୍ଚଳରେ ମଧ୍ୟ ଏହାର ପ୍ରସ୍ତୁତି ଦ୍ରୁତ ଗତିରେ ଚାଲିଛି। ଏହି ଅବସରରେ ଏଠାରେ ଗଞ୍ଜା ଲଢ଼େଇ ହୋଇଥାଏ। ତେଣୁ ଏଭଳି ପରିସ୍ଥିତିରେ ପ୍ରତିଯୋଗୀମାନେ ଭଲ ସ୍ଥିତିରେ ରହିବା ଆବଶ୍ୟକ। କିନ୍ତୁ ଏକ ଭାଇରାଲ ରୋଗ ଅନେକ ଚାମ୍ପିଅନ ଗଞ୍ଜାଙ୍କୁ ଏହି ଉତ୍ସବରେ ଲଢ଼େଇ କରିବାକୁ ଦେଇ ନ ଥାଏ। ତେଣୁ ଗଞ୍ଜାମାନଙ୍କୁ ଭିଏଗ୍ରା ଏବଂ ଅନ୍ୟାନ୍ୟ ଷ୍ଟେରଏଡଯୁକ୍ତ ଖାଦ୍ୟ ଖାଇବାକୁ ଦିଆଯାଉଛି।

ରିପୋର୍ଟ ମୁତାବକ, ଆନ୍ଧ୍ରପ୍ରଦେଶର ଗ୍ରାମାଞ୍ଚଳରେ ସଂକ୍ରାନ୍ତି ଉତ୍ସବର ଏକ ଅବିଚ୍ଛେଦ୍ୟ ଅଙ୍ଗ ଏବଂ ଏହା ପ୍ରାୟତଃ ଅବିଭକ୍ତ ଗୁଣ୍ଟୁର, କୃଷ୍ଣା ଏବଂ ଦୁଇଟି ଗୋଦାବରୀ ଜିଲାରେ ଅନୁଷ୍ଠିତ ହୋଇଥାଏ। ଚଳିତ ବର୍ଷ ସଂକ୍ରାନ୍ତି ଉତ୍ସବ ଜାନୁଆରୀ ୧୪, ୧୫ ଏବଂ ୧୬ରେ ହେଉଛି । ହଜାର ହଜାର ବେଆଇନ ଗଞ୍ଜା ଲଢ଼େଇ ମଇଦାନ ରାଜ୍ୟରେ ଖୋଲା ସରିଛି। ଯେଉଁଠାରେ ତାଲିମପ୍ରାପ୍ତ ଗଞ୍ଜାମାନେ ମୃତ୍ୟୁ ପର୍ଯ୍ୟନ୍ତ ଲଢ଼େଇ କରିବେ। ଦର୍ଶକମାନେ ବିଜେତା ଗଞ୍ଜା ଉପରେ ବାଜି ଲଗାଇଥାନ୍ତି। ଉତ୍ସବର ବେଟିଂରେ ଶହ ଶହ କୋଟି ଟଙ୍କାର କାରବାର ହୋଇଥାଏ ।

ଆନ୍ଧ୍ରପ୍ରଦେଶରେ କୁକୁଡ଼ାମାନେ ରାଣିଖେତ ନାମକ ଏକ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଯେଉଁଥିପାଇଁ ସେମାନେ ଦୁର୍ବଳ ହୋଇଯାଇଛନ୍ତି ଏବଂ ଲଢ଼େଇ କରିବା ପାଇଁ ଠିକ ଅବସ୍ଥାରେ ନାହାନ୍ତି। ସଂକ୍ରାନ୍ତି ପାଇଁ ବହୁତ କମ ସମୟ ବାକି ଅଛି, ତେଣୁ କିଛି ଗଞ୍ଜା ମାଲିକ ଶିଲାଜିତ, ଭିଏଗ୍ରା ୧୦୦ ଏବଂ ଭିଟାମିନ ଖାଇବାକୁ ନେଇ ଗଞ୍ଜାମାନଙ୍କ ଶକ୍ତି ବୃଦ୍ଧି କରିବାର ଚେଷ୍ଟା କରୁଛନ୍ତି।

ପ୍ରାଣୀ ଚିକିତ୍ସା ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି ହରମୋନ ବୃଦ୍ଧିକାରୀ ଔଷଧ ପକ୍ଷୀମାନଙ୍କୁ ପଙ୍ଗୁ କରିଦେବ। ଏହା ଯୋଗୁ ଗଞ୍ଜାମାନଙ୍କ ଶରୀରରେ ଏକ ପରିବର୍ତ୍ତନ ମଧ୍ୟ ସୃଷ୍ଟି କରିବ। ମଣିଷ ଯଦି ଏପରି ଗଞ୍ଜା ଖାଏ ତେବେ ଏହା କ୍ଷତିକାରକ ହୋଇପାରେ। ଯଦିଓ ଏହି ହରମୋନ-ଉତ୍ତେଜକ ଔଷଧଗୁଡିକ ପ୍ରଥମ ଥର ପାଇଁ ପକ୍ଷୀମାନଙ୍କୁ ଦିଆଯାଉଛି। ତଥାପି ଏହା ସ୍ପଷ୍ଟ ନୁହେଁ ଯେ ଏହି ଔଷଧଗୁଡ଼ିକ ପ୍ରକୃତରେ ଗଞ୍ଜା ଲଢ଼େଇରେ ଗଞ୍ଜାଙ୍କ ଲଢ଼େଇ କରିବାର ଭାବନା ବୃଦ୍ଧି କରିଥାଏ କି ନାହିଁ।

The post ଗଞ୍ଜାଙ୍କୁ ଖାଇବାକୁ ଦିଆଯାଉଛି ଭିଏଗ୍ରା-ଶିଳାଜିତ, କାରଣ କ’ଣ… appeared first on Dharitri Odia News.