ମଧ୍ୟାହ୍ନ ଭୋଜନରେ ଛାତ୍ରଛାତ୍ରୀଙ୍କୁ କ୍ଷୀର ଦେବାକୁ ସରକାରଙ୍କ ଯୋଜନା, ବିରୋଧୀ କହିଲେ…….

ଭୁବନେଶ୍ବର : ସ୍କୁଲ ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନରେ କ୍ଷୀର ଦେବାକୁ ଯୋଜନା କରୁଛନ୍ତି ରାଜ୍ୟ ସରକାର। ଏନେଇ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ମଧ୍ୟାହ୍ନ ଭୋଜନରେ ଛାତ୍ରଛାତ୍ରୀମାନଙ୍କୁ ୨୦୦ ମିଲିମିଟର ଭିଟାମିନ ଏ ଓ ଡି ଯୁକ୍ତ କ୍ଷୀର ଦେବାକୁ ସରକାର ଯୋଜନା କରୁଛନ୍ତି । ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ରାଷ୍ଟ୍ରୀୟ ପଶୁଧନ ଗୋକୁଳ ଯୋଜନାରେ ଦୁଗ୍ଧ ଉତ୍ପାଦନକୁ ସଶକ୍ତ କରାଯିବ। ଏହି ଯୋଜନାରେ ୩ […]

ମଧ୍ୟାହ୍ନ ଭୋଜନରେ ଛାତ୍ରଛାତ୍ରୀଙ୍କୁ କ୍ଷୀର ଦେବାକୁ ସରକାରଙ୍କ ଯୋଜନା, ବିରୋଧୀ କହିଲେ…….
Government plans to provide milk to students in midday meal

ଭୁବନେଶ୍ବର : ସ୍କୁଲ ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନରେ କ୍ଷୀର ଦେବାକୁ ଯୋଜନା କରୁଛନ୍ତି ରାଜ୍ୟ ସରକାର। ଏନେଇ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ମଧ୍ୟାହ୍ନ ଭୋଜନରେ ଛାତ୍ରଛାତ୍ରୀମାନଙ୍କୁ ୨୦୦ ମିଲିମିଟର ଭିଟାମିନ ଏ ଓ ଡି ଯୁକ୍ତ କ୍ଷୀର ଦେବାକୁ ସରକାର ଯୋଜନା କରୁଛନ୍ତି ।

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ରାଷ୍ଟ୍ରୀୟ ପଶୁଧନ ଗୋକୁଳ ଯୋଜନାରେ ଦୁଗ୍ଧ ଉତ୍ପାଦନକୁ ସଶକ୍ତ କରାଯିବ। ଏହି ଯୋଜନାରେ ୩ ହଜାର ଗାଈ ଦେବାର ବ୍ୟବସ୍ଥା କରାଯାଇଛି। ଏଥିରେ ପାଖାପାଖି ୩୮ କୋଟି ଟଙ୍କା ଖର୍ଚ୍ଚ କରାଯିବ। ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ୭୦ ପ୍ରତିଶତ ରିହାତିରେ ୨ଟି ଗାଈ ଲୋକଙ୍କୁ ଦେବାର ବ୍ୟବସ୍ଥା କରାଯାଇଛି। ଗିଫ୍ଟ ମିଲ୍କ ମାଧ୍ୟମରେ ୨୯ଟି ସ୍କୁଲରେ ୧୧୮୪ ପିଲାଙ୍କୁ ଦୁଇ ଶହ ମିଲିଲିଟର କ୍ଷୀର ଦେବା ନେଇ ଗତକାଲି ଶୁଭାରମ୍ଭ ହୋଇଛି।

ସେପଟେ ସରକାରଙ୍କ ଏହି ପଦକ୍ଷେପକୁ ବିରୋଧୀ ବିଜେଡି ଓ କଂଗ୍ରେସ ସ୍ବାଗତ କରିଛନ୍ତି। କିନ୍ତୁ ସରକାର ଏହାକୁ କେବଳ ପ୍ରଚାର ନକରି କାମରେ କରନ୍ତୁ ବୋଲି ବିଜେଡି କହିଛି। ବିଜେଡି ନେତା ପ୍ରଶାନ୍ତ ମୁଦୁଲି କହିଛନ୍ତି ସରକାର ମଧ୍ୟାହ୍ନ ଭୋଜନ ସବୁ ସ୍କୁଲରେ ସଠିକ୍ ଭାବରେ ଦିଅନ୍ତୁ। ମଧ୍ୟାହ୍ନ ଭୋଜନ ଅଣ୍ଡା ଦିଆଯାଉଥିଲା, ତାହା ଦିଆଯାଉ। କ୍ଷୀର ଦେଲେ କିଛି ଅସୁବିଧା ନାହିଁ । ସରକାର ପୂର୍ବରୁ ଯେମିତି ଅଣ୍ଡା ଦିଆଯାଉଥିଲା ଦିଅନ୍ତୁ।

ଅନ୍ୟପଟେ କଂଗ୍ରେସ ବିଧାୟକ ମଙ୍ଗୁ ଖିଲ କହିଛନ୍ତି ରାଜ୍ୟ ସରକାର ସ୍କୁଲକୁ ଅଣ୍ଡା ଯୋଗାଇ ପାରିଲେନି, କ୍ଷୀର ଯୋଗାଇବେ କିପରି? ରାଜ୍ୟ ସରକାର ମଧ୍ୟାହ୍ନ ଭୋଜନରେ ଅଣ୍ଡା ଯୋଗାଇ ପାରିଲେନି, ଅଣ୍ଡା ଗୋଟା ୫ ଟଙ୍କାରୁ ୭ଟଙ୍କାରେ ପହଞ୍ଚିଛି। ସରକାର ୭ଟଙ୍କାର ଅଣ୍ଡା ଦେଇ ପାରୁନାହାନ୍ତି କ୍ଷୀର ଲିଟର ୫୦ ଟଙ୍କା, କିପରି ଦେବେ ? ନା ଏହା କେବଳ ପ୍ରସାର ଓ ପ୍ରଚାର ପାଇଁ । ପ୍ରଥମେ ସ୍କୁଲ ମଧ୍ୟାହ୍ନ ଭୋଜନ ଠିକ୍ ସେ ଦିଅନ୍ତୁ।