ଶିକାରୀଙ୍କୁ ଧରୁଛି ଏଆଇ କ୍ୟାମେରା, ପାଞ୍ଚ ଜଣଙ୍କୁ ବାନ୍ଧିଲା ବନ ବିଭାଗ
ଶିମିଳିପାଳ,୨୮।୮: ସରକାରଙ୍କ ଦ୍ୱାରା ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରେ ଲଗାଯାଇଥିବା ଏଆଇ କ୍ୟାମେରା ସାହାଯ୍ୟରେ ଧରାପଡିଛନ୍ତି ଶିକାରୀ। ବୁଧବାର ବନ ବିଭାଗ ଦ୍ୱାରା ପାଞ୍ଚ ଜଣଙ୍କୁ ଗିରଫ କରି ସେମାନଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ସାଉଥ ୱାଇଲ୍ଡ ଲାଇଫ ରେଞ୍ଜରେ ଲାଗିଥିବା କ୍ୟାମେରାରେ କଏଦ ହୋଇଥିବା ଫଟୋକୁ ଆଧାର କରି ବନ ବିଭାଗର ବରିଷ୍ଠ କର୍ମଚାରୀଙ୍କ ଏକ ଟିମ୍ ବାରିପଦା ସଦର ପୋଲିସ ଷ୍ଟେସନ ଅନ୍ତର୍ଗତ ବେସରପାଣି ଗ୍ରାମରୁ ଏହି 5 ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହି […] The post ଶିକାରୀଙ୍କୁ ଧରୁଛି ଏଆଇ କ୍ୟାମେରା, ପାଞ୍ଚ ଜଣଙ୍କୁ ବାନ୍ଧିଲା ବନ ବିଭାଗ appeared first on Dharitri Odia News.
ଶିମିଳିପାଳ,୨୮।୮: ସରକାରଙ୍କ ଦ୍ୱାରା ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରେ ଲଗାଯାଇଥିବା ଏଆଇ କ୍ୟାମେରା ସାହାଯ୍ୟରେ ଧରାପଡିଛନ୍ତି ଶିକାରୀ। ବୁଧବାର ବନ ବିଭାଗ ଦ୍ୱାରା ପାଞ୍ଚ ଜଣଙ୍କୁ ଗିରଫ କରି ସେମାନଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି।
ସାଉଥ ୱାଇଲ୍ଡ ଲାଇଫ ରେଞ୍ଜରେ ଲାଗିଥିବା କ୍ୟାମେରାରେ କଏଦ ହୋଇଥିବା ଫଟୋକୁ ଆଧାର କରି ବନ ବିଭାଗର ବରିଷ୍ଠ କର୍ମଚାରୀଙ୍କ ଏକ ଟିମ୍ ବାରିପଦା ସଦର ପୋଲିସ ଷ୍ଟେସନ ଅନ୍ତର୍ଗତ ବେସରପାଣି ଗ୍ରାମରୁ ଏହି 5 ଅଭିଯୁକ୍ତଙ୍କୁ ଗିରଫ କରିଛି।
ଏହି ପାଞ୍ଚ ଅଭିଯୁକ୍ତ ହେଉଛନ୍ତି କରୁଣାକର ମଲ୍ଲିକ, କାର୍ତ୍ତିକ ଭକ୍ତ, ଭୋଲା ଭକ୍ତ, ଗୁନୁ ଭକ୍ତ, ରବି ଭକ୍ତ। ପାଞ୍ଚ ଜଣଙ୍କ ଘର ଏବଂ ଶିମିଳିପାଳ ଜଙ୍ଗଲ ଭିତରେ ଖୋଜାଖୋଜି ବେଳେ ବନ ବିଭାଗର କର୍ମଚାରୀମାନେ ତିନୋଟି ବନ୍ଧୁକ, ଗୋଟିଏ ଲୋଡେଡ ବନ୍ଧୁକ, ୧୦୦ ଗ୍ରାମ ଗୋଳାବାରୁଦ, ଦୁଇଟି ହେଡଲାଇଟ୍ ଆଦି ଜବତ କରିଛନ୍ତି।
ଘଟଣାରେ ଏକ ମାମଲା ରୁଜୁ କରାଯାଇ ପାଞ୍ଚ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସାଉଥ ୱାଇଲ୍ଡ ଲାଇଫ ଡିଭିଜନର ଡେପୁଟି ଡାଇରେକ୍ଟର ସମ୍ରାଟ ଗୋୱଡା କହିଛନ୍ତି।
Extremely proud of team Simlipal
Remotely placed AI cameras captured the images of poachers entering into Simlipal. All were arrested & four country made guns were seized. Time for persons still engaged in such adventurism to stay clear of the protected areas. pic.twitter.com/H46ptPuyEo— Susanta Nanda (@susantananda3) August 28, 2024
The post ଶିକାରୀଙ୍କୁ ଧରୁଛି ଏଆଇ କ୍ୟାମେରା, ପାଞ୍ଚ ଜଣଙ୍କୁ ବାନ୍ଧିଲା ବନ ବିଭାଗ appeared first on Dharitri Odia News.
