ଗଞ୍ଜାମ ପୋଲିସକୁ ବଡ ସଫଳତା: ୨୦ ଅଭିଯୁକ୍ତ ଗିରଫ

ଛତ୍ରପୁର,୧୩୫(ସନ୍ତୋଷ ପାଢୀ/ଦିଲ୍ଲୀପ ସାମିଲ): ଗଞ୍ଜାମ ପୋଲିସ ଜିଲାକୁ ପୁଣି ବଡ ସଫଳତା ମିଳିଛି। ବେଆଇନ ଭାବେ ମାଉଜର, ଗୁଳି ଆଦି ରଖିବା ଏବଂ ବିିଭିନ୍ନ ଅପରାଧିକ ମାମଲାରେ ସମ୍ପୃକ୍ତ ୨୦ ଜଣଙ୍କୁ ଗଂଜାମ ପୋଲିସ ଜିଲା ଅଧିନ ବିଭିନ୍ନ ଥାନା ପୋଲିସ ଗିରଫ କରବାରେ ସକ୍ଷମ ହୋଇଛନ୍ତି। ଗତ ସପ୍ତାହ ପୂର୍ବେ ମଧ୍ୟ ଏଭଳି ବେଆଇନ ପିସ୍ତଲ ଓ ଗୁଳି ରଖିବା ମାମଲାରେ ୧୮ ଜଣ ଅଭିଯୁକ୍ତଙ୍କୁ ଏହି ପୋଲିସ ଜିଲାର ବିଭିନ୍ନ ଥାନା ପୋଲିସ ଗିରଫ […] The post ଗଞ୍ଜାମ ପୋଲିସକୁ ବଡ ସଫଳତା: ୨୦ ଅଭିଯୁକ୍ତ ଗିରଫ appeared first on Dharitri Odia News.

ଗଞ୍ଜାମ ପୋଲିସକୁ ବଡ ସଫଳତା: ୨୦ ଅଭିଯୁକ୍ତ ଗିରଫ

ଛତ୍ରପୁର,୧୩୫(ସନ୍ତୋଷ ପାଢୀ/ଦିଲ୍ଲୀପ ସାମିଲ): ଗଞ୍ଜାମ ପୋଲିସ ଜିଲାକୁ ପୁଣି ବଡ ସଫଳତା ମିଳିଛି। ବେଆଇନ ଭାବେ ମାଉଜର, ଗୁଳି ଆଦି ରଖିବା ଏବଂ ବିିଭିନ୍ନ ଅପରାଧିକ ମାମଲାରେ ସମ୍ପୃକ୍ତ ୨୦ ଜଣଙ୍କୁ ଗଂଜାମ ପୋଲିସ ଜିଲା ଅଧିନ ବିଭିନ୍ନ ଥାନା ପୋଲିସ ଗିରଫ କରବାରେ ସକ୍ଷମ ହୋଇଛନ୍ତି। ଗତ ସପ୍ତାହ ପୂର୍ବେ ମଧ୍ୟ ଏଭଳି ବେଆଇନ ପିସ୍ତଲ ଓ ଗୁଳି ରଖିବା ମାମଲାରେ ୧୮ ଜଣ ଅଭିଯୁକ୍ତଙ୍କୁ ଏହି ପୋଲିସ ଜିଲାର ବିଭିନ୍ନ ଥାନା ପୋଲିସ ଗିରଫ କରିଥିଲା । ଏନେଇ ମଙ୍ଗଳବାର ଛତ୍ରପୁରସ୍ଥିତ ଗଂଜାମ ଏସପିଙ୍କ କାର୍ଯ୍ୟାଳୟର ସମ୍ମିଳନୀ ଗୃହରେ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ଦକ୍ଷିଣାଂଚଳ ଆଇଜି ନୀତି ଶେଖର ଉକ୍ତ ସୁଚନା ଦେବା ସହ ଗଂଜାମ ରେ ଅପରାଧକୁ ରୋକିବାରେ ବିଭିନ୍ନ ଥାନା ପୋଲିସ ଭଲ କାମ କରିଛନ୍ତି ଏବଂ ଗଞ୍ଜାମ ପୋଲିସ ଜିଲାକୁ ସେ ଶୁଭେଛା ଜଣାଇଥିଲେ। ପିସ୍ତଲ ଓ ଗୁଳି ଆଦି ଜବତ ସହ ଅପରାଧିମାନଙ୍କୁ ଧରିବା ପାଇଁ ଗଂଜାମ ପୋଲିସ ଜିଲାରେ ସ୍ପେଶାଲ ଡ୍ରାଇଭ ଚାଲିଛି । ଏହିପରିପ୍ରେକ୍ଷୀରେ ୨୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରିିବା ସହ ସେମାନଙ୍କଠାରୁ ସେମାନଙ୍କ ଠାରୁ ୮ଟି ପିସ୍ତଲ, ୩୧ ଅଫୁଟା ଗୁଳି ଓ ୧୨ଟି ମାଗାଜିନ ଜବତ କରାଯାଇଥିବା ଆଇଜି ସୂଚନା ଦେଇଥିଲେ। ଗଞ୍ଜାମଏସପି ଶୁଭେନ୍ଦୁ କୁମାର ପାତ୍ର ଉପସ୍ଥିତ ଥିଲେ ।

The post ଗଞ୍ଜାମ ପୋଲିସକୁ ବଡ ସଫଳତା: ୨୦ ଅଭିଯୁକ୍ତ ଗିରଫ appeared first on Dharitri Odia News.