ଲ୍ୟାଣ୍ଡିଂ ସମୟରେ ବାଟ ଭୁଲିଗଲା ଇଣ୍ଡିଗୋ ବିମାନ
ନୂଆଦିଲ୍ଲୀ,୧୧।୨: ରାଜଧାନୀ ଦିଲ୍ଲୀରୁ ଏକ ଆଶ୍ଚର୍ଯ୍ୟଜନକ ଖବର ଆସିଛି। ଘଟଣା ହେଲା ଅମୃତସରରୁ ଦିଲ୍ଲୀକୁ ଆସୁଥିବା ଇଣ୍ଡିଗୋ ବିମାନ ଆଜି ରାସ୍ତା ଭୁଲି ଯାଇଛି। ଏହି କାରଣରୁ, ରନୱେ ୧୫ ମିନିଟ ପାଇଁ ଅବରୋଧ ରହିଥିଲା। ମିଳିଥିବା ସୂଚନା ଅନୁଯାୟୀ, ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର (ଆଇଜିଆଇଏ) ରେ ନିର୍ଦ୍ଧାରିତ ଟ୍ୟାକ୍ସିୱେ ହଜିଯିବା ପରେ 6E 2221 ଚଳାଉଥିବା A320 ବିମାନ ୨୮/୧୦ ରନୱେ ଶେଷକୁ ଚଲି ଯାଇଥିଲା। ନ୍ୟୁଜ ଏଜେନ୍ସି ପିଟିଆଇର ସୂଚନା ଅନୁଯାୟୀ, ଏକ […] The post ଲ୍ୟାଣ୍ଡିଂ ସମୟରେ ବାଟ ଭୁଲିଗଲା ଇଣ୍ଡିଗୋ ବିମାନ appeared first on Dharitri Odia News.
ନୂଆଦିଲ୍ଲୀ,୧୧।୨: ରାଜଧାନୀ ଦିଲ୍ଲୀରୁ ଏକ ଆଶ୍ଚର୍ଯ୍ୟଜନକ ଖବର ଆସିଛି। ଘଟଣା ହେଲା ଅମୃତସରରୁ ଦିଲ୍ଲୀକୁ ଆସୁଥିବା ଇଣ୍ଡିଗୋ ବିମାନ ଆଜି ରାସ୍ତା ଭୁଲି ଯାଇଛି। ଏହି କାରଣରୁ, ରନୱେ ୧୫ ମିନିଟ ପାଇଁ ଅବରୋଧ ରହିଥିଲା। ମିଳିଥିବା ସୂଚନା ଅନୁଯାୟୀ, ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର (ଆଇଜିଆଇଏ) ରେ ନିର୍ଦ୍ଧାରିତ ଟ୍ୟାକ୍ସିୱେ ହଜିଯିବା ପରେ 6E 2221 ଚଳାଉଥିବା A320 ବିମାନ ୨୮/୧୦ ରନୱେ ଶେଷକୁ ଚଲି ଯାଇଥିଲା।
ନ୍ୟୁଜ ଏଜେନ୍ସି ପିଟିଆଇର ସୂଚନା ଅନୁଯାୟୀ, ଏକ ସୂତ୍ରରୁ ପ୍ରକାଶ ଯେ ଏହି ଘଟଣା ଯୋଗୁଁ ରନୱେ ପ୍ରାୟ ୧୫ ମିନିଟ ପର୍ଯ୍ୟନ୍ତ ଅବରୋଧ କରାଯାଇଥିଲା ଏବଂ କିଛି ବିମାନ କାର୍ଯ୍ୟ ପ୍ରଭାବିତ ହୋଇଥିଲା। ପରେ, ଏକ ଇଣ୍ଡିଗୋ ଟୁଇଙ୍ଗ ଭ୍ୟାନ ବିମାନଟିକୁ ରନୱେ ଶେଷରୁ ପାର୍କିଂ ବେ ପର୍ଯ୍ୟନ୍ତ ନେଇଗଲା। ଏହି ଘଟଣାରେ ଇଣ୍ଡିଗୋର ମନ୍ତବ୍ୟକୁ ଅପେକ୍ଷା କରାଯାଇଛି।
ସୂଚନାଯୋଗ୍ୟ, ଆଇଜିଆଇଏ ଦେଶର ସବୁଠାରୁ ବଡ ବିମାନବନ୍ଦର ଏବଂ ଏଠାରୁ ଦୈନିକ ପ୍ରାୟ ୧୪୦୦ ବିମାନ ଚଳାଚଳ କରେ। ଏହାର ଚାରୋଟି କାର୍ଯ୍ୟକ୍ଷମ ରନୱେ ଅଛି। ସୂଚନାଯୋଗ୍ୟ ଯେ ଟ୍ୟାକ୍ସିୱେ ହେଉଛି ବିମାନ ପାଇଁ ବ୍ୟବହୃତ ପଥ ଯାହା ରନୱେକୁ ଆପ୍ରୋନ, ହ୍ୟାଙ୍ଗର ଏବଂ ଟର୍ମିନାଲ ଭଳି ସୁବିଧା ସହିତ ସଂଯୋଗ କରେ।
The post ଲ୍ୟାଣ୍ଡିଂ ସମୟରେ ବାଟ ଭୁଲିଗଲା ଇଣ୍ଡିଗୋ ବିମାନ appeared first on Dharitri Odia News.