ଗଞ୍ଜାମରେ ନିର୍ମାଣ ହେବ ଦୁଇଟି ବଡ଼ ରୋଡ୍ ପ୍ରକଳ୍ପ-ଆଇନ ମନ୍ତ୍ରୀ

ଛତ୍ରପୁର: ଗଞ୍ଜାମ ଜିଲ୍ଲାରେ ଆଗାମୀ ଦିନରେ ଦୁଇଟି ବଡ଼ ରୋଡ ପ୍ରକଳ୍ପ ହେବାକୁ ଯାଉଛି ବୋଲି ଛତ୍ରପୁର ଗସ୍ତରେ ଆସିଥିବା ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସୋନାପୁରରୁ ଭାୟା ଗୋପାଳପୁର ହୋଇ ଋଷିକୁଲ୍ୟା ମୁହାଣ ପାଖାପାଖି ୩୭ କି.ମି. ପ୍ରର୍ଯ୍ୟନ୍ତ ମେରାଇନ ଡ୍ରାଇଭ ରୋଡ୍ ହେବ । ଯାହାକି ପର୍ଯ୍ୟାଟନକୁ ବଢାଇବା କ୍ଷେତ୍ରରେ ବଡ଼ ଭୂମିକା ଗ୍ରହଣ କରିବ । ଆଗାମୀ ଦୁଇ ମାସ ମଧ୍ୟରେ ଏହା ଉପରେ ପ୍ରାଥମିକ କାର୍ଯ ଆରମ୍ଭ ହେବାକୁ ଯାଉଛି । ସେହିପରି ଓଡିଶାର ଯେଉଁ ଗ୍ରାଣ୍ଡ୍ ଡ୍ରିମ୍ ରୋଡ୍ ପରିକଳ୍ପନା କରାଯାଇଛି ତାର ପ୍ରଥମ ପ୍ରର୍ଯ୍ୟାୟରେ ବ୍ରହ୍ମପୁରରୁ ଜୟପୁରକୁ ଏକ ହାଇସ୍ପିଡ୍ ରାସ୍ତା ନିର୍ମାଣ ହେବ । ଏହାଦ୍ୱାରା ୮ ଘଣ୍ଟାର ରାସ୍ତାକୁ ୩.୩୦ ମିନିଟରେ କଭର୍ ହୋଇପାରିବ । ଏହି ରାସ୍ତାର ଶିଳାନ୍ୟାସ ଦୁଇରୁ ତିନି ମାସ ମଧ୍ୟରେ ହେବାକୁ ଯାଉଛି । ଏହି ରାସ୍ତା ହେବା ପରେ ବାଣିଜ୍ୟ ପରିବାହନ ସମେତ ଯାତାୟତ ସୁବିଧା ହୋଇପାରିବ । ଜୟପୁର,କୋରାପୁଟ ସହିତ ଗୋପାଳପୁର ପୋର୍ଟ ଏବଂ ବ୍ରହ୍ମପୁର ସହରକୁ ବିଶେଷ କରି ଏନ୍‌ଏଚ୍‌କୁ ଯୋଡିବା ପାଇଁ ଗୋଟିଏ ପ୍ରମୁଖ ରାସ୍ତା ହେବ । 

ଗଞ୍ଜାମରେ ନିର୍ମାଣ ହେବ ଦୁଇଟି ବଡ଼ ରୋଡ୍ ପ୍ରକଳ୍ପ-ଆଇନ ମନ୍ତ୍ରୀ

ଛତ୍ରପୁର: ଗଞ୍ଜାମ ଜିଲ୍ଲାରେ ଆଗାମୀ ଦିନରେ ଦୁଇଟି ବଡ଼ ରୋଡ ପ୍ରକଳ୍ପ ହେବାକୁ ଯାଉଛି ବୋଲି ଛତ୍ରପୁର ଗସ୍ତରେ ଆସିଥିବା ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସୋନାପୁରରୁ ଭାୟା ଗୋପାଳପୁର ହୋଇ ଋଷିକୁଲ୍ୟା ମୁହାଣ ପାଖାପାଖି ୩୭ କି.ମି. ପ୍ରର୍ଯ୍ୟନ୍ତ ମେରାଇନ ଡ୍ରାଇଭ ରୋଡ୍ ହେବ । ଯାହାକି ପର୍ଯ୍ୟାଟନକୁ ବଢାଇବା କ୍ଷେତ୍ରରେ ବଡ଼ ଭୂମିକା ଗ୍ରହଣ କରିବ । ଆଗାମୀ ଦୁଇ ମାସ ମଧ୍ୟରେ ଏହା ଉପରେ ପ୍ରାଥମିକ କାର୍ଯ ଆରମ୍ଭ ହେବାକୁ ଯାଉଛି । 

ସେହିପରି ଓଡିଶାର ଯେଉଁ ଗ୍ରାଣ୍ଡ୍ ଡ୍ରିମ୍ ରୋଡ୍ ପରିକଳ୍ପନା କରାଯାଇଛି ତାର ପ୍ରଥମ ପ୍ରର୍ଯ୍ୟାୟରେ ବ୍ରହ୍ମପୁରରୁ ଜୟପୁରକୁ ଏକ ହାଇସ୍ପିଡ୍ ରାସ୍ତା ନିର୍ମାଣ ହେବ । ଏହାଦ୍ୱାରା ୮ ଘଣ୍ଟାର ରାସ୍ତାକୁ ୩.୩୦ ମିନିଟରେ କଭର୍ ହୋଇପାରିବ । ଏହି ରାସ୍ତାର ଶିଳାନ୍ୟାସ ଦୁଇରୁ ତିନି ମାସ ମଧ୍ୟରେ ହେବାକୁ ଯାଉଛି । ଏହି ରାସ୍ତା ହେବା ପରେ ବାଣିଜ୍ୟ ପରିବାହନ ସମେତ ଯାତାୟତ ସୁବିଧା ହୋଇପାରିବ । ଜୟପୁର,କୋରାପୁଟ ସହିତ ଗୋପାଳପୁର ପୋର୍ଟ ଏବଂ ବ୍ରହ୍ମପୁର ସହରକୁ ବିଶେଷ କରି ଏନ୍‌ଏଚ୍‌କୁ ଯୋଡିବା ପାଇଁ ଗୋଟିଏ ପ୍ରମୁଖ ରାସ୍ତା ହେବ ।