ଗଞ୍ଜାମରେ ପୁଣି ଫୁଟିଲା ବୋମା, ଦୁର୍ବୃତ୍ତ ଫେରାର
ବ୍ରହ୍ମପୁର : ଗଞ୍ଜାମରେ ପୁଣି ଫୁଟିଲା ବୋମା । ବୁଲେଟରେ ଆସି ବୋମା ମାଡ଼ କରି ଫେରାର ହୋଇଗଲେ ଦୁଇ ଦୁର୍ବୃତ୍ତ । ଦିଗପହଣ୍ଡି ବସଷ୍ଟାଣ୍ଡ ନିକଟ ଏକ ଫାଇନାନ୍ସ କମ୍ପାନୀ ଅଫିସ ନିକଟରେ ଫୁଟିଛି ବୋମା । ସନ୍ଧ୍ୟା ପ୍ରାୟ ୭ଟା ବେଳେ ବୋମାମାଡ଼ ହୋଇଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତନାଘନା କରୁଛି । ଫୁଟିଥିବା ବୋମାର କିଛି ଅଂଶ ଜବତ କରିଛି ପୋଲିସ । ତେବେ ବୋମା କିଏ କିଏ କାହାକୁ […] The post ଗଞ୍ଜାମରେ ପୁଣି ଫୁଟିଲା ବୋମା, ଦୁର୍ବୃତ୍ତ ଫେରାର appeared first on KNews Odisha.

ବ୍ରହ୍ମପୁର : ଗଞ୍ଜାମରେ ପୁଣି ଫୁଟିଲା ବୋମା । ବୁଲେଟରେ ଆସି ବୋମା ମାଡ଼ କରି ଫେରାର ହୋଇଗଲେ ଦୁଇ ଦୁର୍ବୃତ୍ତ । ଦିଗପହଣ୍ଡି ବସଷ୍ଟାଣ୍ଡ ନିକଟ ଏକ ଫାଇନାନ୍ସ କମ୍ପାନୀ ଅଫିସ ନିକଟରେ ଫୁଟିଛି ବୋମା । ସନ୍ଧ୍ୟା ପ୍ରାୟ ୭ଟା ବେଳେ ବୋମାମାଡ଼ ହୋଇଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତନାଘନା କରୁଛି । ଫୁଟିଥିବା ବୋମାର କିଛି ଅଂଶ ଜବତ କରିଛି ପୋଲିସ । ତେବେ ବୋମା କିଏ କିଏ କାହାକୁ ଟାର୍ଗେଟ କରିଥିଲା, ସେ ନେଇ କିଛି ସ୍ପଷ୍ଟ ହୋଇ ନାହିଁ । ପାଖରେ ଛିଡ଼ା ହୋଇଥିବା ଏକ ଫାଇନାନ୍ସ କମ୍ପାନୀର ଜଣେ କର୍ମଚାରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଅନ୍ୟ ଜଣେ ବ୍ୟକ୍ତି ସାମାନ୍ୟ ଆହତ ହୋଇଛନ୍ତି ।
The post ଗଞ୍ଜାମରେ ପୁଣି ଫୁଟିଲା ବୋମା, ଦୁର୍ବୃତ୍ତ ଫେରାର appeared first on KNews Odisha.