ପାର୍ଲାମେଣ୍ଟ ଇତିହାସରେ ପ୍ରଥମ, ଆଜି ପୁଣି ୪୯ ଲୋକସଭା ସାଂସଦ ନିଲମ୍ବିତ

ଆଜି ପୁଣି ୪୯ ଲୋକସଭା ସାଂସଦଙ୍କୁ ନିଲମ୍ବିତ କରିଛନ୍ତି ବାଚସ୍ପତି ଓମ ବିର୍ଲା । ପ୍ରବଳ ହଟ୍ଟଗୋଳ ଯୋଗୁ ଆଜି ଦ୍ବିତୀୟ ଦିନରେ ୪୯ ବିରୋଧୀ ସାଂସଦ ପାର୍ଲାମେଣ୍ଟରୁ ସସପେଣ୍ଡ । ତେବେ ଏଯାବତ ମୋଟ ୧୪୧ ସାଂସଦଙ୍କୁ ନିଲମ୍ବନ କରାଗଲାଣି । ଏହା ସହିତ ଲୋକସଭାରେ ଚାଲିଥିବା ଶୀତକାଳୀନ ଅଧିବେଶନ ଅପରାହ୍ନ ୨ଟା ପର୍ଯ୍ୟନ୍ତ ମୁଲତବୀ କରାଯାଇଛି । ଏମାନଙ୍କ ମଧ୍ୟରେ ସୁପ୍ରିୟା ସୁଲେ, ମନୀଷ ତିଓ୍ଵାରୀ, ଶଶି ଥରୁର, ମହମ୍ମଦ ଫୈସଲ, କାର୍ତ୍ତି ଚିଦାମ୍ବରମ, […] The post ପାର୍ଲାମେଣ୍ଟ ଇତିହାସରେ ପ୍ରଥମ, ଆଜି ପୁଣି ୪୯ ଲୋକସଭା ସାଂସଦ ନିଲମ୍ବିତ appeared first on KNews Odisha.

ପାର୍ଲାମେଣ୍ଟ ଇତିହାସରେ ପ୍ରଥମ, ଆଜି ପୁଣି ୪୯ ଲୋକସଭା ସାଂସଦ ନିଲମ୍ବିତ
parliament

ଆଜି ପୁଣି ୪୯ ଲୋକସଭା ସାଂସଦଙ୍କୁ ନିଲମ୍ବିତ କରିଛନ୍ତି ବାଚସ୍ପତି ଓମ ବିର୍ଲା । ପ୍ରବଳ ହଟ୍ଟଗୋଳ ଯୋଗୁ ଆଜି ଦ୍ବିତୀୟ ଦିନରେ ୪୯ ବିରୋଧୀ ସାଂସଦ ପାର୍ଲାମେଣ୍ଟରୁ ସସପେଣ୍ଡ । ତେବେ ଏଯାବତ ମୋଟ ୧୪୧ ସାଂସଦଙ୍କୁ ନିଲମ୍ବନ କରାଗଲାଣି । ଏହା ସହିତ ଲୋକସଭାରେ ଚାଲିଥିବା ଶୀତକାଳୀନ ଅଧିବେଶନ ଅପରାହ୍ନ ୨ଟା ପର୍ଯ୍ୟନ୍ତ ମୁଲତବୀ କରାଯାଇଛି । ଏମାନଙ୍କ ମଧ୍ୟରେ ସୁପ୍ରିୟା ସୁଲେ, ମନୀଷ ତିଓ୍ଵାରୀ, ଶଶି ଥରୁର, ମହମ୍ମଦ ଫୈସଲ, କାର୍ତ୍ତି ଚିଦାମ୍ବରମ, ଡିମ୍ପଲ ଯାଦବଙ୍କ ନାମ ରହିଛି ।

ଏହାପୂର୍ବରୁ ଗତକାଲି ୭୮ ଜଣ ସାଂସଦ ସସପେଣ୍ଡ ହୋଇଥିଲେ । ଏହାକୁ ମିଶାଇ ଚଳିତ ଅଧିବେଶନରେ ଏଯାଏ ୧୪୧ ଜଣ ବିରୋଧୀ ସାଂସଦ ନିଲମ୍ବିତ ହେଲେଣି । ଯାହାକି ପାର୍ଲାମେଣ୍ଟ ଇତିହାସରେ ପ୍ରଥମ । ସଂସଦ ସୁରକ୍ଷା ତ୍ରୁଟି ପ୍ରସଙ୍ଗରେ ଗୃହମନ୍ତ୍ରୀଙ୍କ ବିବୃତ୍ତି ଦାବିରେ ବିରୋଧୀ ଅଡ଼ି ବସିଥିବା ବେଳେ ହଟ୍ଟଗୋଳ ଯୋଗୁଁ ଗୃହ ଚାଲିପାରୁନାହିଁ । ଏଥିପାଇଁ ଲୋକସଭାକୁ ଦିନ ୨ଟା ଯାଏ ମୁଲତବୀ କରାଯାଇଛି ।

ନିଲମ୍ବନକୁ ବିରୋଧ କରି ସାଂସଦମାନେ ଗାନ୍ଧି ପ୍ରତିମୂର୍ତ୍ତି ତଳେ ଧାରଣାରେ ବସିଛନ୍ତି । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି ଗଣତନ୍ତ୍ର ପାଇଏହା ଶୁଭଙ୍କର ନୁହେଁ । ସରକାରଙ୍କ ଏକଛତ୍ରବାଦ ଶାସନ ଚରମ ସୀମାରେ ପହଞ୍ଚିଥିବା ଅଭିଯୋଗ କରିଛି କଂଗ୍ରେସ ।

ଗତକାଲି ଅଧୀର ରଞ୍ଜନ ଚୌଧୁରୀଙ୍କ ସହ ଅପୂର୍ବା ପୋଦ୍ଦାର, ପ୍ରସୂନ ବାନାର୍ଜା, ମହମ୍ମଦ ବସିର, କେ. ସୁରେଶ, ତୃଣମୂଳ କଂଗ୍ରେସର କଲ୍ୟାଣ ବାନାର୍ଜୀ, ସୌଗତ ରାୟ, ପ୍ରତିମା ମଣ୍ଡଳ, ଡିଏମ୍‌କେର ଏ. ରାଜା, ଆର୍‌ଏସ୍‌ପିର ଏନ୍‌.କେ. ପ୍ରେମଚନ୍ଦ୍ରନଙ୍କ ସମେତ ଅନେକ ସଦସ୍ୟ ଚଳିତ ଅଧିବେଶନରୁ ନିଲମ୍ବିତ ହୋଇଥିଲେ  ।

The post ପାର୍ଲାମେଣ୍ଟ ଇତିହାସରେ ପ୍ରଥମ, ଆଜି ପୁଣି ୪୯ ଲୋକସଭା ସାଂସଦ ନିଲମ୍ବିତ appeared first on KNews Odisha.