ଗଞ୍ଜେଇ ଚାଲାଣ କରୁଥିବା ଦୁଇ ଅଭିଯୁକ୍ତକୁ କୋର୍ଟ ଚାଲାଣ।

କଳାହାଣ୍ଡି,୨୯/୦୭ ସୋମବାର ସନ୍ଧ୍ୟାରେ ଭବାନୀପାଟଣା ମୁଖୀଗୁଡା ଲଡୁଗାଁ ଭାୟା ବିଶାଖାପାଟଣା ବସ ରେ ଗଞ୍ଜେଇ ଚାଲାଣ ହେଉଥିବା ଅବକାରୀ ବିଭାଗ ଖବର ପାଇଥିଲା।ଏ ନେଇ ଜୟପାଟଣା ରାଜବାଟି ଛକ ନିକଟରେ ବସ ଆସିବା ପୂର୍ବରୁ ଛପିରହିଥିଲେ ଅବକାରୀ ବିଭାଗର କର୍ମଚାରୀ। ବସଟି ମୁଖୀଗୁଡା ପଟୁ ଜୟପାଟଣା ଆସୁଥିବା ବେଳେ ରାଜ ବାଟି ଛକ ରେ ତଲାସୀ କରାଯାଇଥିଲା।ତଲାସୀ ବେଳେ ଦୁଇ ଜଣ ଯୁବକ ଏୟାର ବେଗ ରେ ଗଞ୍ଜେଇ ଚାଲାଣ କରୁଥିବା ଜଣାପଡିଥିଲା।ତାଙ୍କ ଠାରୁ ୧୨ କେଜି […] The post ଗଞ୍ଜେଇ ଚାଲାଣ କରୁଥିବା ଦୁଇ ଅଭିଯୁକ୍ତକୁ କୋର୍ଟ ଚାଲାଣ। appeared first on Odisha.News.

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ଅଭିଯୁକ୍ତକୁ କୋର୍ଟ ଚାଲାଣ।

କଳାହାଣ୍ଡି,୨୯/୦୭
ସୋମବାର ସନ୍ଧ୍ୟାରେ ଭବାନୀପାଟଣା ମୁଖୀଗୁଡା ଲଡୁଗାଁ ଭାୟା ବିଶାଖାପାଟଣା ବସ ରେ ଗଞ୍ଜେଇ ଚାଲାଣ ହେଉଥିବା ଅବକାରୀ ବିଭାଗ ଖବର ପାଇଥିଲା।ଏ ନେଇ ଜୟପାଟଣା ରାଜବାଟି ଛକ ନିକଟରେ ବସ ଆସିବା ପୂର୍ବରୁ ଛପିରହିଥିଲେ ଅବକାରୀ ବିଭାଗର କର୍ମଚାରୀ। ବସଟି ମୁଖୀଗୁଡା ପଟୁ ଜୟପାଟଣା ଆସୁଥିବା ବେଳେ ରାଜ ବାଟି ଛକ ରେ ତଲାସୀ କରାଯାଇଥିଲା।ତଲାସୀ ବେଳେ ଦୁଇ ଜଣ ଯୁବକ ଏୟାର ବେଗ ରେ ଗଞ୍ଜେଇ ଚାଲାଣ କରୁଥିବା ଜଣାପଡିଥିଲା।ତାଙ୍କ ଠାରୁ ୧୨ କେଜି ଗଞ୍ଜେଇ ଜବତ ହୋଇଥିବା ବେଳେ ମଙ୍ଗଳବାର ଦୁଇ ଅଭିଯୁକ୍ତ ଙ୍କୁ ଧର୍ମଗଡ଼ କୋର୍ଟ ଚାଲାଣ କରିଛି ଅବକାରୀ ବିଭାଗ।ଅଭିଯୁକ୍ତ ଦୁହେଁ କର୍ଣ୍ଣାଟକ ରାଜ୍ୟ ବେଙ୍ଗାଳୁରୁ ର ନାଦୀମ ପାଶା ଓ ସାୟଦ ଅଜଗର ବୋଲି ଜଣାପଡ଼ିଛି। ତେବେ ଗଞ୍ଜେଇ ଚାଲାଣ ର ଚେର କେତେଦୂର ଲମ୍ବିଛି ଓ କିଏ କିଏ ଏହି ଚାଲାଣ ରେ ସଂପୃକ୍ତ ଅଛନ୍ତି ସେନେଇ ଛାନଭିନ ଜାରି ରହିଛି ଓ ନେଇ ମାମଲା ରୁଜୁ ହୋଇ ଦୁଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି ବୋଳି ଅବକାରୀ ଓଆଇସି ନରେନ୍ଦ୍ର ମିଞ୍ଜ ସୂଚନା ଦେଇଛନ୍ତି।

The post ଗଞ୍ଜେଇ ଚାଲାଣ କରୁଥିବା ଦୁଇ ଅଭିଯୁକ୍ତକୁ କୋର୍ଟ ଚାଲାଣ। appeared first on Odisha.News.