ଗଞ୍ଜେଇ ସହ ମହିନ୍ଦ୍ରା ସୁପ୍ରୋ ଓ ଏକଟିଭା ସ୍କୁଟି ଜବତ, ୪ ଗିରଫ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ଗତକାଲି ଗୁରୁବାର ଦିନ ସକାଳ ପ୍ରାୟ ୯.୩୦ ବେଳେ ସହରର ବୁଢ଼ାରଜା ଛକ ପାଖରୁ ଜିଲ୍ଲା ଅବକାରୀ ବିଭାଗ ଚୋରା ଚାଲାଣ କରୁଥିବା ଦୁଇ ଜଣ ଗଞ୍ଜେଇ ବେପାରୀଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଅବକାରୀ ବିଭାଗର ମୋବାଇଲ ୟୁନିଟ କୌଣସି ସୁତ୍ରରୁ ଖବର ପାଇ ରାସ୍ତାରେ ଯାଞ୍ଚ କରୁଥିବା ବେଳେ ବୌଦ୍ଧ ପଟରୁ ଆସୁଥିବା ଏକ ମାହିନ୍ଦ୍ରା ସୁପ୍ରୋ ଭ୍ୟାନ ଗାଡ଼ି ନଂ OD17L-3490 କୁ ଅଟକାଇ […] The post ଗଞ୍ଜେଇ ସହ ମହିନ୍ଦ୍ରା ସୁପ୍ରୋ ଓ ଏକଟିଭା ସ୍କୁଟି ଜବତ, ୪ ଗିରଫ appeared first on Odisha.News.

ଗଞ୍ଜେଇ ସହ ମହିନ୍ଦ୍ରା ସୁପ୍ରୋ ଓ ଏକଟିଭା ସ୍କୁଟି ଜବତ, ୪ ଗିରଫ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ଗତକାଲି ଗୁରୁବାର ଦିନ ସକାଳ ପ୍ରାୟ ୯.୩୦ ବେଳେ ସହରର ବୁଢ଼ାରଜା ଛକ ପାଖରୁ ଜିଲ୍ଲା ଅବକାରୀ ବିଭାଗ ଚୋରା ଚାଲାଣ କରୁଥିବା ଦୁଇ ଜଣ ଗଞ୍ଜେଇ ବେପାରୀଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଅବକାରୀ ବିଭାଗର ମୋବାଇଲ ୟୁନିଟ କୌଣସି ସୁତ୍ରରୁ ଖବର ପାଇ ରାସ୍ତାରେ ଯାଞ୍ଚ କରୁଥିବା ବେଳେ ବୌଦ୍ଧ ପଟରୁ ଆସୁଥିବା ଏକ ମାହିନ୍ଦ୍ରା ସୁପ୍ରୋ ଭ୍ୟାନ ଗାଡ଼ି ନଂ OD17L-3490 କୁ ଅଟକାଇ ଯାଞ୍ଚ କରିବାରୁ ସେଥିରୁ ଜରି ଅଖାରେ ଭର୍ତ୍ତି ଥିବା ୨୨କେଜି ଗଞ୍ଜେଇ ଜବତ କରିବା ସହ ଗାଡିରେ ଥିବା ୨ ଜଣ ବେପାରୀ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଥାନା ଅନ୍ତର୍ଗତ ଗୋଲାପଡା ନିବାସୀ ଅନିଲ କୁମାର ପ୍ରସାଦ (୩୨) ଓ ବିଦ୍ୟା ସାଗର ସାହୁ (୨୬) ଙ୍କୁ ଅଟକ ରଖି ପରେ କେସ ନଂ ୨୭୭/୨୦୨୪ ରେ ଏକ ମାମଲା ରୁଜୁ କରି ଗିରଫ କରିଛି। ସେହିପରି ବିନିକା ଅବକାରୀ ବିଭାଗ ପକ୍ଷରୁ ସକାଳ ୭ ଟା ବେଳେ ଚୌକିଜୋର ଛକ ଠାରେ ସୋନପୁର ପଟରୁ ଏକ ଏକଟିଭା ସ୍କୁଟିକୁ OD17Z-7762 କୁ ଅଟାକାଇ ଯାଞ୍ଚ କରିବାରୁ ସେଥିରୁ ୧୦ କେଜି ଗଞ୍ଜେଇ ଜବତ କରିଥିଲେ। ସ୍କୁଟି ଆରୋହୀ ବରଗଡ଼ ଜିଲ୍ଲା ଭଟଲି ଥାନା ଅନ୍ତର୍ଗତ କୃଷ୍ଣପୁର ଗାଁ ନିବାସୀ ଅଲେଖ ମେହେର (୩୪) ଓ କିରଣ ମାଝୀ (୩୦) କୁ ଅଟକ ରଖି ପରେ କେସ ନଂ୧୮୭/୨୦୨୪ ରେ ଏକ ମାମଲା ରୁଜୁ କରି ଉଭୟଙ୍କୁ ଗିରଫ କରିଛି ଅବକାରୀ ବିଭାଗ। ଅବକାରୀ ଏସପି ପ୍ରବୀର ସାମଲଙ୍କ ନିର୍ଦ୍ଦେଶରେ ଚଢାଉରେ ଅବକାରୀ ଇନ୍ସପେକ୍ଟର ପ୍ରକାଶ ସାଙ୍କ ନେତୃତ୍ଵରେ ବିଭାଗ ର କର୍ମଚାରୀମାନେ ସାମିଲ ଥିଲେ। ତେବେ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚଲାଣ କରାଯାଇଥିବା ଅବକାରୀ ଇନ୍ସପେକ୍ଟର ପ୍ରକାଶ ସା ଙ୍କ ଠାରୁ ସୂଚନା ମିଳିଛି।

The post ଗଞ୍ଜେଇ ସହ ମହିନ୍ଦ୍ରା ସୁପ୍ରୋ ଓ ଏକଟିଭା ସ୍କୁଟି ଜବତ, ୪ ଗିରଫ appeared first on Odisha.News.