ଗଣପତି ମହୋତ୍ସବରେ ଅମ୍ବାନୀ ପିତା-ପୁତ୍ର ତୁ ..ତୁ ମେଁ.. ମେଁ.., Video ଭାଇରାଲ

ମୁମ୍ବାଇ ୧୬।୯:  ଭାରତର ସବୁଠୁ ଧନୀ ଓ ପ୍ରତିଷ୍ଠିତ ଅମ୍ବାନୀ ପରିବାର ପ୍ରାୟତଃ ଚର୍ଚ୍ଚାରେ ରହନ୍ତି। ନିକଟରେ ଅନନ୍ତ ଅମ୍ବାନୀଙ୍କ ବିବାହ ପରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଏଥିରେ ଅନନ୍ତ ଅମ୍ବାନୀ ତାଙ୍କ ପିତାଙ୍କ ସହ ତର୍କ କରୁଥିବାର ଦେଖାଯାଉଛନ୍ତି। ମୁମ୍ବାଇର ପ୍ରଶିଦ୍ଧ ଲାଲବାଗଚା ରାଜାରେ ଗଣପତି ମହୋତ୍ସବ କାଳରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ ମୁକେଶ ଅମ୍ବାନୀ, ସାନ ପୁଅ ଅନନ୍ତ ଅମ୍ବାନୀ ଓ ବୋହୂ ରାଧିକା ମର୍ଚାଣ୍ଟଙ୍କ ମଧ୍ୟରେ କିଛି ଅସହମତି ହୋଇଯାଇଥିଲା। ଏହି ଘଟଣା ଏକ ମାମୁଲି ବିବାଦ ରୂପେ ସାମ୍ନାକୁ ଆସିଥିଲା। ତେବେ ସୋସିଆଲ ମିଡିଆରେ ଏବେ ଭାଇରାଲ ହେଉଥିବା ଭିଡିଓ ଏହି ପ୍ରସଙ୍ଗକୁ ଆହୁରି ଗରମ କରିଦେଇଛି। ଗଣମାଧ୍ୟମ ସୂଚନା ଅନୁସାରେ ଏହି ବିବାଦ ହୁଏତ ପାରିବାରିକ ହୋଇଥାଇପାରେ। ତେବେ ଅନେକ ଲୋକେ ଏହାକୁ ସେମାନଙ୍କ ମଧ୍ୟରେ ମତପାର୍ଥକ୍ୟ ବୋଲି ଭାବୁଛନ୍ତି। ଅମ୍ବାନୀ ପରିବାର ସେମାନଙ୍କ ଘନିଷ୍ଠତା ଓ ବ୍ୟବସାୟୀକ କ୍ଷମତା ଲାଗି ଜଣାଯାଆନ୍ତି। ଏଣୁ ସେମାନଙ୍କ ପାରିବାରିକ ପ୍ରସଙ୍ଗକକୁ ସାର୍ବଜନିକ କରିନଥାନ୍ତି। Small Kalesh b/w Mukesh Ambani and Anant-Radhikapic.twitter.com/gBKB9roMaN— Ghar Ke Kalesh (@gharkekalesh) September 15, 2024ତେବେ ପିତାପୁତ୍ରଙ୍କ ମଧ୍ୟରେ ବିବାଦର ସଠିକ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ, ତେବେ ଏହି ଘଟଣା ସୋସିଆଲ ମିଡି

ଗଣପତି ମହୋତ୍ସବରେ ଅମ୍ବାନୀ ପିତା-ପୁତ୍ର ତୁ ..ତୁ ମେଁ.. ମେଁ.., Video ଭାଇରାଲ

ମୁମ୍ବାଇ ୧୬।୯:  ଭାରତର ସବୁଠୁ ଧନୀ ଓ ପ୍ରତିଷ୍ଠିତ ଅମ୍ବାନୀ ପରିବାର ପ୍ରାୟତଃ ଚର୍ଚ୍ଚାରେ ରହନ୍ତି। ନିକଟରେ ଅନନ୍ତ ଅମ୍ବାନୀଙ୍କ ବିବାହ ପରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଏଥିରେ ଅନନ୍ତ ଅମ୍ବାନୀ ତାଙ୍କ ପିତାଙ୍କ ସହ ତର୍କ କରୁଥିବାର ଦେଖାଯାଉଛନ୍ତି। ମୁମ୍ବାଇର ପ୍ରଶିଦ୍ଧ ଲାଲବାଗଚା ରାଜାରେ ଗଣପତି ମହୋତ୍ସବ କାଳରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ ମୁକେଶ ଅମ୍ବାନୀ, ସାନ ପୁଅ ଅନନ୍ତ ଅମ୍ବାନୀ ଓ ବୋହୂ ରାଧିକା ମର୍ଚାଣ୍ଟଙ୍କ ମଧ୍ୟରେ କିଛି ଅସହମତି ହୋଇଯାଇଥିଲା। ଏହି ଘଟଣା ଏକ ମାମୁଲି ବିବାଦ ରୂପେ ସାମ୍ନାକୁ ଆସିଥିଲା। 

ତେବେ ସୋସିଆଲ ମିଡିଆରେ ଏବେ ଭାଇରାଲ ହେଉଥିବା ଭିଡିଓ ଏହି ପ୍ରସଙ୍ଗକୁ ଆହୁରି ଗରମ କରିଦେଇଛି। ଗଣମାଧ୍ୟମ ସୂଚନା ଅନୁସାରେ ଏହି ବିବାଦ ହୁଏତ ପାରିବାରିକ ହୋଇଥାଇପାରେ। ତେବେ ଅନେକ ଲୋକେ ଏହାକୁ ସେମାନଙ୍କ ମଧ୍ୟରେ ମତପାର୍ଥକ୍ୟ ବୋଲି ଭାବୁଛନ୍ତି। ଅମ୍ବାନୀ ପରିବାର ସେମାନଙ୍କ ଘନିଷ୍ଠତା ଓ ବ୍ୟବସାୟୀକ କ୍ଷମତା ଲାଗି ଜଣାଯାଆନ୍ତି। ଏଣୁ ସେମାନଙ୍କ ପାରିବାରିକ ପ୍ରସଙ୍ଗକକୁ ସାର୍ବଜନିକ କରିନଥାନ୍ତି। 


ତେବେ ପିତାପୁତ୍ରଙ୍କ ମଧ୍ୟରେ ବିବାଦର ସଠିକ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ, ତେବେ ଏହି ଘଟଣା ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଯାଇଛି। ଘଟଣାକୁ ନେଇ ଅମ୍ବାନୀ ପରିବାର ପକ୍ଷରୁ ମାମଲାରେ କୌଣସି ଅଧିକାରୀକ ବୟାନ ଦିଆଯାଇନି। ଏଣୁ ଏଥିରୁ ସଂକେତ ମିଳୁଛି ଏହା ଅତ୍ୟନ୍ତ ବ୍ୟକ୍ତିଗତ ଓ ସାଧାରଣ ଘଟଣା ହୋଇପାରେ। 


ଅମ୍ବାନୀ ପରିବାର ସର୍ବଦା ଏକ ଦୃଢ ସାର୍ବଜନିକ ଛବି ତିଆରି କରିଛି। ଖାସ କରି ମୁକେଶ ଅମ୍ବାନୀ ଯିଏ ଭାରତୀୟ କର୍ପୋରେଟ ଜଗତରେ ଜଣେ ପ୍ରମୁଖ ବ୍ୟକ୍ତିତ୍ୱ। ଅନନ୍ତ ଓ ରାଧିକା ମଧ୍ୟ ଧିରେ ଧିରେ ଏହି ବ୍ୟବସାୟୀକ ସାମ୍ରାଜ୍ୟରେ ନିଜନିଜ ଦାୟିତ୍ୱ ତୁଲାଇବା ଆରମ୍ଭ କଲେଣି। ସେମାନଙ୍କ ବ୍ୟକ୍ତିଗତ ଜୀବନକୁ ସାର୍ବଜନିକ ନଜରରୁ ଦୂରରେ ରଖାଯାଉଛି। ଏଣୁ ସାମାନ୍ୟ ବିବାଦରେ ବି ଚର୍ଚ୍ଚା ହେଉଛି।