ଦିଲ୍ଲୀରେ ନିର୍ଭୟା ପାର୍ଟ-୨ : ଏଥର ଟାର୍ଗେଟ୍ରେ ଥିଲେ ଯୁବକ
କନକ ବ୍ଯୁରୋ: ରାଜଧାନୀ ଦିଲ୍ଲୀରେ ଏମିତି ଏକ ଘଟଣା ଘଟିଛି ଯାହାକୁ ନେଇ ପୁରା ଦେଶରେ ଚର୍ଚ୍ଚା । କାରଣ ଆପଣଙ୍କର ମନେଥିବ ନିଶ୍ଚୟ ନିର୍ଭୟାଙ୍କୁ କେମିତି ଗଣଦୁଷ୍କର୍ମ କରାଯିବା ପରେ ଚଳନ୍ତା ବସ୍ରୁ ତଳକୁ ଫିଙ୍ଗିଦେଇଥିଲେ । ଏବେ ଠିକ୍ ସେମିତି ଏକ ଘଟଣା ସାମ୍ନାକୁ ଆସିଛି । ଅବଶ୍ୟ ଏଥର ଯୁବତୀ ନୁହେଁ ବରଂ ଯୁବକଙ୍କ ସହ ଘଟିଛି ବର୍ବର କାଣ୍ଡ । ସୂଚନା ଅନୁସାରେ, ଜଣେ ୨୨ ବର୍ଷୀୟ ଯୁବକ ଏକ ବିବାହ ଉତ୍ସବରୁ ଫେରୁଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କୁ ମାରପିଟ କରିବା ସହ ଚଳନ୍ତା ବସ୍ରୁ ଠେଲି ଦେଇଛନ୍ତି । ଯାହାଦ୍ବାରା ତାଙ୍କର ମୃତ୍ୟୁ ହୋଇଛି । ରାଜଧାନୀରେ ଚାଂଚଲ୍ୟପୁଣି ଥରେ ନିର୍ଭୟା ପରି ଘଟିଲା ଘଟଣାଚଳନ୍ତା ବସ୍ରୁ ଫୋପାଡି ଦେଲେ୧ ଫେବୃଆରୀ ରାତିରେ ଘଟିଥିଲା ଘଟଣାପୋଲିସ କରୁଛି ତଦନ୍ତ ଘଟଣା ଜଣାପଡ଼ିବା ପରେ ପୋଲିସ କହିଛି, ସଂପୃକ୍ତ ଯୁବକ ଜଣକ ଏକ ବିବାହ କାର୍ଯ୍ୟକ୍ରମକୁ ଯାଇଥିଲେ ନିଜ ସାଙ୍ଗଙ୍କ ସହ ହେଲେ ଆସିବା ବେଳେ ବସରେ ଘଟିଥିଲା ଅଘଟଣ । ଦିଲ୍ଲୀର ଯୁବକ ଦିଲ୍ଲୀରେ ସୁରକ୍ଷିତ ନଥିବା ଘଟଣାକୁ ନେଇ ପୋଲିସ ପ୍ରଶାସନ ଉପରେ ଉଠିଛି ପ୍ରଶ୍ନ । ସେପଟେ ପୋଲିସ କହିଛି ପୁରା ଘଟଣାରେ ତଦନ୍ତ ହେଉଛି । ବିଳମ୍ବିତ ରାତ୍ରୀରେ ଯୁବକ ଏକ ବାହାଘର ଭୋଜିରୁ କାମ ସାରି ଘରକୁ ଫେରୁଥିଲେ । ସାଙ୍ଗରେ କିଛି ଖାଇବା ଆଣିଥିଲେ । ଡ୍ରାଇଭରଙ୍କ ସହ ଅନ୍ୟ ତିନ ଯୁବକ ମଧ୍ୟ ବସ୍ରେ ଥିଲେ । ଯେତେବେଳେ ବସ୍ ବବାନା ଛକରେ ପହଞ୍ଚିଥି

କନକ ବ୍ଯୁରୋ: ରାଜଧାନୀ ଦିଲ୍ଲୀରେ ଏମିତି ଏକ ଘଟଣା ଘଟିଛି ଯାହାକୁ ନେଇ ପୁରା ଦେଶରେ ଚର୍ଚ୍ଚା । କାରଣ ଆପଣଙ୍କର ମନେଥିବ ନିଶ୍ଚୟ ନିର୍ଭୟାଙ୍କୁ କେମିତି ଗଣଦୁଷ୍କର୍ମ କରାଯିବା ପରେ ଚଳନ୍ତା ବସ୍ରୁ ତଳକୁ ଫିଙ୍ଗିଦେଇଥିଲେ । ଏବେ ଠିକ୍ ସେମିତି ଏକ ଘଟଣା ସାମ୍ନାକୁ ଆସିଛି । ଅବଶ୍ୟ ଏଥର ଯୁବତୀ ନୁହେଁ ବରଂ ଯୁବକଙ୍କ ସହ ଘଟିଛି ବର୍ବର କାଣ୍ଡ । ସୂଚନା ଅନୁସାରେ, ଜଣେ ୨୨ ବର୍ଷୀୟ ଯୁବକ ଏକ ବିବାହ ଉତ୍ସବରୁ ଫେରୁଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କୁ ମାରପିଟ କରିବା ସହ ଚଳନ୍ତା ବସ୍ରୁ ଠେଲି ଦେଇଛନ୍ତି । ଯାହାଦ୍ବାରା ତାଙ୍କର ମୃତ୍ୟୁ ହୋଇଛି ।
ରାଜଧାନୀରେ ଚାଂଚଲ୍ୟ
ପୁଣି ଥରେ ନିର୍ଭୟା ପରି ଘଟିଲା ଘଟଣା
ଚଳନ୍ତା ବସ୍ରୁ ଫୋପାଡି ଦେଲେ
୧ ଫେବୃଆରୀ ରାତିରେ ଘଟିଥିଲା ଘଟଣା
ପୋଲିସ କରୁଛି ତଦନ୍ତ
ଘଟଣା ଜଣାପଡ଼ିବା ପରେ ପୋଲିସ କହିଛି, ସଂପୃକ୍ତ ଯୁବକ ଜଣକ ଏକ ବିବାହ କାର୍ଯ୍ୟକ୍ରମକୁ ଯାଇଥିଲେ ନିଜ ସାଙ୍ଗଙ୍କ ସହ ହେଲେ ଆସିବା ବେଳେ ବସରେ ଘଟିଥିଲା ଅଘଟଣ । ଦିଲ୍ଲୀର ଯୁବକ ଦିଲ୍ଲୀରେ ସୁରକ୍ଷିତ ନଥିବା ଘଟଣାକୁ ନେଇ ପୋଲିସ ପ୍ରଶାସନ ଉପରେ ଉଠିଛି ପ୍ରଶ୍ନ । ସେପଟେ ପୋଲିସ କହିଛି ପୁରା ଘଟଣାରେ ତଦନ୍ତ ହେଉଛି । ବିଳମ୍ବିତ ରାତ୍ରୀରେ ଯୁବକ ଏକ ବାହାଘର ଭୋଜିରୁ କାମ ସାରି ଘରକୁ ଫେରୁଥିଲେ । ସାଙ୍ଗରେ କିଛି ଖାଇବା ଆଣିଥିଲେ । ଡ୍ରାଇଭରଙ୍କ ସହ ଅନ୍ୟ ତିନ ଯୁବକ ମଧ୍ୟ ବସ୍ରେ ଥିଲେ । ଯେତେବେଳେ ବସ୍ ବବାନା ଛକରେ ପହଞ୍ଚିଥିଲା ସେତେବେଳେ ଯୁବକଙ୍କ ହାତରୁ ଭୁଲରେ ଖାଇବା ତଳେ ପଡ଼ିଯାଇଥିଲା । ଯେଉଁଥିଲାଗି ଡ୍ରାଇଭର ଜଣକ ରାଗି ଯାଇଥିଲେ । ବସ୍ରୁ ଧକ୍କା ଦେଇ ଓହ୍ଲାଇ ଦେଇଥିଲେ । ପରବର୍ତ୍ତୀ ସମୟରେ ତାଙ୍କୁ ତଳେ ମାଡ଼ ମରାଯାଇଥିବା ନେଇ ଅଭିଯୋଗ ହୋଇଥିଲା ।
ଏହାସହ ପୋଲିସ ଆହୁରି ମଧ୍ୟ କହିଛି, ବସ୍ ଭିତରେ ବି ତାଙ୍କୁ ମାଡ଼ ମରାଯାଇଥିଲା । କିନ୍ତୁ ଏବେ ବି ଡ୍ରାଇଭର ଫେରାର ଅଛନ୍ତି । ସୂଚନା ଅନୁସାରେ, ଡ୍ରାଇଭର ଜଣକ ନିଜ ସାଙ୍ଗଚକୁ ଗାଡ଼ି ଦେଇ ଯୁବକଙ୍କୁ ମାଡ଼ ମାରିଥିଲେ । ପାଖାପାଖି ୧୫ ମିନିଟ୍ ପର୍ଯ୍ୟନ୍ତ ଏହି ଘଟଣା ଚାଲିଥିଲା । ସଂପୃକ୍ତ ଯୁବକ ଜଣକ ଯେ ପର୍ଯ୍ୟନ୍ତ ବେହୋସ ହୋଇନଥିଲେ ସେ ପର୍ଯ୍ୟନ୍ତ ଯୁବକଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି ।
ଘଟଣା ସମ୍ପର୍କରେ କେମିତି ଜାଣିଲା ପୋଲିସ
୧ ଫେବୃଆରୀ ରାତିରେ ଘଟିଥିବା ଘଟଣା ସମ୍ପର୍କରେ ପୋଲିସ ଜାଣିଥିଲା ୨ ଫେବୃଆରୀରେ । ସକାଳୁ ସକାଳୁ ପୋଲିସ ଖବର ପାଇଥିଲା କି, ଓଭକବ୍ରିଜ ପାଖରେ ଜଣେ ଯୁବକ ଚେତାଶୂନ୍ୟ ହୋଇ ପଡିଛନ୍ତି । ସଙ୍ଗେ ସଙ୍ଗେ ପୋଲିସ ଖବର ପାଇବା ପରେ ଯୁବକଙ୍କୁ ଉଦ୍ଧାରକରି ମେଡ଼ିକାଲରେ ଭର୍ତ୍ତି କରିଥିଲା କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେପଟେ ମୃତ ଯୁବକଙ୍କ ପରିବାର ପକ୍ଷରୁ ଭାଇ ଥାନାରେ ଏତଲା ଦେଇଥିଲେ କି ୧ ଫେବୃଆରୀରୁ ତାଙ୍କ ଭାଇ ଘରକୁ ଫେରିନି । ପରେ ପୋଲିସ ତାଙ୍କୁ ଫୋନ୍ କରି ପୁରା ଘଟଣା ସମ୍ପର୍କରେ ସୂଚନା ଦେଇଥିଲା । ମୋଟ୍ ଉପରେ ଦିଲ୍ଲୀ ଛାତି ଉପରେ ଏତେ ସମୟ ଧରି ଏତେ ବଡ଼ ଘଟଣା ଘଟିଲା କେମିତି ପୋଲିସ ଜାଣିପାରିଲା ନାହିଁ ସେନେଇ ପ୍ରଶ୍ନ ଉଙ୍କି ମାରୁଛି । ସେପଟେ ସବୁ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି ଜୋର ଧରିଛି ।