‘ଗଣିତ ଇସଲାମ ମାଧ୍ୟମରେ ଦୁନିଆକୁ ଆସିଛି’ ପୁଣି ଏମିତି କିଛି କହି ବିବାଦରେ ଶମା ମହମ୍ମଦ, ଭାଜପା କଲା କଟାକ୍ଷ

ନୂଆଦିଲ୍ଲୀ,୭।୩: ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମାଙ୍କ ବିଷୟରେ ବିବାଦୀୟ ବୟାନ ଦେଇଥିବା କଂଗ୍ରେସ ମୁଖପାତ୍ର ଶମା ମହମ୍ମଦ ପୁଣି ଥରେ ଖବରର ଶିରୋନାମାରେ। ଏଥର ସେ ଇସଲାମ ବିଷୟରେ ଏପରି ଏକ ବୟାନ ଦେଇଛନ୍ତି, ଯାହା ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ଶମା ମହମ୍ମଦ ଦାବି କରିଛନ୍ତି ଯେ ଗଣିତ ଇସଲାମ ମାଧ୍ୟମରେ ଦୁନିଆକୁ ଆସିଥିଲା। ଏହାକୁ ନେଇ ଭାଜପା ଖପ୍ପା ହୋଇଯାଇଛି। ଭାଜପା ନେତା ଅମିତ ମାଲଭିୟ ଶମା ମହମ୍ମଦଙ୍କ ଏହି ବକ୍ତବ୍ୟକୁ […] The post ‘ଗଣିତ ଇସଲାମ ମାଧ୍ୟମରେ ଦୁନିଆକୁ ଆସିଛି’ ପୁଣି ଏମିତି କିଛି କହି ବିବାଦରେ ଶମା ମହମ୍ମଦ, ଭାଜପା କଲା କଟାକ୍ଷ appeared first on Dharitri Odia News.

‘ଗଣିତ ଇସଲାମ ମାଧ୍ୟମରେ ଦୁନିଆକୁ ଆସିଛି’ ପୁଣି ଏମିତି କିଛି କହି ବିବାଦରେ ଶମା ମହମ୍ମଦ, ଭାଜପା କଲା କଟାକ୍ଷ

ନୂଆଦିଲ୍ଲୀ,୭।୩: ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମାଙ୍କ ବିଷୟରେ ବିବାଦୀୟ ବୟାନ ଦେଇଥିବା କଂଗ୍ରେସ ମୁଖପାତ୍ର ଶମା ମହମ୍ମଦ ପୁଣି ଥରେ ଖବରର ଶିରୋନାମାରେ। ଏଥର ସେ ଇସଲାମ ବିଷୟରେ ଏପରି ଏକ ବୟାନ ଦେଇଛନ୍ତି, ଯାହା ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ଶମା ମହମ୍ମଦ ଦାବି କରିଛନ୍ତି ଯେ ଗଣିତ ଇସଲାମ ମାଧ୍ୟମରେ ଦୁନିଆକୁ ଆସିଥିଲା। ଏହାକୁ ନେଇ ଭାଜପା ଖପ୍ପା ହୋଇଯାଇଛି। ଭାଜପା ନେତା ଅମିତ ମାଲଭିୟ ଶମା ମହମ୍ମଦଙ୍କ ଏହି ବକ୍ତବ୍ୟକୁ ରାହୁଲ ଗାନ୍ଧୀଙ୍କ କଥିତ ଅବାନ୍ତର ବକ୍ତବ୍ୟ ସହିତ ତୁଳନା କରିଛନ୍ତି।

ଭାଜପା ଆଇଟି ସେଲ ମୁଖ୍ୟ ଅମିତ ମାଲଭିୟ ଶମା ମହମ୍ମଦଙ୍କୁ କଟାକ୍ଷ କରି କହିଛନ୍ତି, ମୁଁ ଭାବୁଛି ସେ ନିଷ୍ପତ୍ତି ନେଇଛନ୍ତି ଯେ ରାହୁଲ ଗାନ୍ଧୀ ଏକା କଂଗ୍ରେସରେ ସମସ୍ତ ଅବାନ୍ତର ବୟାନ ଦେଇପାରିବେ ନାହିଁ। ଅମିତ ମାଲଭିୟଙ୍କ କଟାକ୍ଷ ଉପରେ ପ୍ରତିକ୍ରିୟା ଦେଇ ଭାଜପା ମୁଖପାତ୍ର ଶହଜାଦ ପୁନାୱାଲା କହିଛନ୍ତି, କଂଗ୍ରେସରେ ଅନେକ ଲୋକ ଅଛନ୍ତି ଯେଉଁମାନେ ରାହୁଲ ଗାନ୍ଧୀଙ୍କ ସହ ପ୍ରତିଯୋଗିତା କରିପାରିବେ।

ଶହଜାଦ ପୁନାୱାଲା ଏକ୍ସରେ ଲେଖିଛନ୍ତି, କଂଗ୍ରେସରେ ଅନେକ ଲୋକ ଅଛନ୍ତି ଯେଉଁମାନେ ଅବାନ୍ତର ବୟାନ ମାମଲାରେ ରାହୁଲ ଗାନ୍ଧୀଙ୍କ ସହ ପ୍ରତିଯୋଗିତା କରିପାରିବେ। ରୋହିତ ଶର୍ମାଙ୍କ ଓଜନ ଅଧିକ ଥିବାରୁ ତାଙ୍କୁ ଦୁର୍ବ୍ୟବହାର କରାଯାଇଥିଲା। ସେମାନେ ହିନ୍ଦୁ ଆତଙ୍କବାଦ ଏବଂ ସନାତନର ବିନାଶ ଭଳି ଶବ୍ଦ ବ୍ୟବହାର କରି ଶାନ୍ତିପ୍ରିୟ ହିନ୍ଦୁ ସମ୍ପ୍ରଦାୟକୁ ଟାର୍ଗେଟ କରନ୍ତି, କିନ୍ତୁ ଏହି ବ୍ରିଗେଡ ଇସଲାମିକ ମୌଳବାଦୀଙ୍କ ବିରୋଧରେ ଗୋଟିଏ ବି ଶବ୍ଦ କହିପାରିବେ ନାହିଁ କାରଣ ଭୋଟ ବ୍ୟାଙ୍କ ଗୁରୁତ୍ୱପୂର୍ଣ୍ଣ।

The post ‘ଗଣିତ ଇସଲାମ ମାଧ୍ୟମରେ ଦୁନିଆକୁ ଆସିଛି’ ପୁଣି ଏମିତି କିଛି କହି ବିବାଦରେ ଶମା ମହମ୍ମଦ, ଭାଜପା କଲା କଟାକ୍ଷ appeared first on Dharitri Odia News.