ଗଣେଶ ପୂଜା ଭସାଣିରେ ବନ୍ଧୁକ ଧରି ନାଚିଲେ କର୍ପୋରେଟର, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ୍ …
ଭୁବନେଶ୍ବର: ବନ୍ଧୁକ ଧରି ନାଚିଲେ ଜୀବନ ରାଉତ । ଭୁବନେଶ୍ୱର ୨୯ ନମ୍ବର ୱାର୍ଡ କର୍ପୋରେଟର ଜୀବନ ରାଉତ ଗଣେଶ ପୂଜା ଭସାଣି ବେଳେ ବନ୍ଧୁକ ଧରି ନାଚିବା ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଗତକାଲି ରାତିରେ ୟୁନିଟ ୯ ଅଞ୍ଚଳରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ପ୍ରଶ୍ନ ଉଠୁଛି ଯଦି ଯୁବପିଢି ଖେଳନା ବନ୍ଧୁକ ଧରି ରିଲସ କରୁଛି, ତେବେ ତାକୁ ନେଇ ପଚରାଉଚରା କରୁଛି ପୋଲିସ । କିନ୍ତୁ […]

ଭୁବନେଶ୍ବର: ବନ୍ଧୁକ ଧରି ନାଚିଲେ ଜୀବନ ରାଉତ । ଭୁବନେଶ୍ୱର ୨୯ ନମ୍ବର ୱାର୍ଡ କର୍ପୋରେଟର ଜୀବନ ରାଉତ ଗଣେଶ ପୂଜା ଭସାଣି ବେଳେ ବନ୍ଧୁକ ଧରି ନାଚିବା ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଗତକାଲି ରାତିରେ ୟୁନିଟ ୯ ଅଞ୍ଚଳରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ପ୍ରଶ୍ନ ଉଠୁଛି ଯଦି ଯୁବପିଢି ଖେଳନା ବନ୍ଧୁକ ଧରି ରିଲସ କରୁଛି, ତେବେ ତାକୁ ନେଇ ପଚରାଉଚରା କରୁଛି ପୋଲିସ । କିନ୍ତୁ ରାଜଧାନୀର ଛାତି ଉପରେ ଜଣେ ରାଜନେତା ଏଭଳି କଲେ କେମିତି ? ପୂର୍ବରୁ ଜୀବନଙ୍କ ନାଁ ରେ ଅନେକ କେସ ରହିଛି । କିଛିଦିନ ତଳେ ପଳାଶୁଣି ଛକରେ ଜଣେ ପେଟ୍ରୋଲିଂ କରୁଥିବା ପୋଲିସକୁ ମାଡ଼ ମାରି ଗିରଫ ହୋଇଥିଲେ କର୍ପୋରେଟର ଜଣଙ୍କ ।