ପ୍ଲାଷ୍ଟିକ୍‌ ବର୍ଜ୍ୟବସ୍ତୁରେ ଲାଗିଲା ନିଆଁ, ଆୟତ୍ତ କରିବାକୁ ନାକେଦମ୍‌ ହେଲେଣି ଅଗ୍ନିଶମ କର୍ମଚାରୀ

କୁଆଁରମୁଣ୍ଡା,୯ା୨(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ଏମ୍‌ଆରଏଫ୍‌ ୟୁନିଟ୍‌ ପ୍ଲାଷ୍ଟିକ୍‌ ବର୍ଜ୍ୟବସ୍ତୁରେ ରବିବାର ଅପରାହ୍ନରେ ନିଆଁ ଲାଗିଛି। ଘଟଣାସ୍ଥଳରେ କୁଆଁରମୁଣ୍ଡା ଫାଣ୍ଡି ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ପ୍ରଚେଷ୍ଟା ଜାରି ରଖିଥିଲେ ହେଁ ପ୍ରାୟ ୩ ଘଣ୍ଟା ଧରି ନିଆଁ ହୁତୁହୁତୁ ହୋଇ ଜଳୁଛି। ଆୟତ୍ତ କରିବାକୁ ନାକେଦମ୍‌ ହୋଇପଡ଼ିଲେଣି ଅଗ୍ନିଶମ କର୍ମଚାରୀ। ବିଦ୍ୟୁତ୍‌ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଏମ୍‌ଆର୍‌ଏଫ୍‌ ୟୁନିଟ୍‌ ଭିତରେ ବିଦ୍ୟୁତ୍‌ ଶଟ୍‌ସର୍କିଟ ରୋକିବା ପାଇଁ […] The post ପ୍ଲାଷ୍ଟିକ୍‌ ବର୍ଜ୍ୟବସ୍ତୁରେ ଲାଗିଲା ନିଆଁ, ଆୟତ୍ତ କରିବାକୁ ନାକେଦମ୍‌ ହେଲେଣି ଅଗ୍ନିଶମ କର୍ମଚାରୀ appeared first on Dharitri Odia News.

ପ୍ଲାଷ୍ଟିକ୍‌ ବର୍ଜ୍ୟବସ୍ତୁରେ ଲାଗିଲା ନିଆଁ, ଆୟତ୍ତ କରିବାକୁ ନାକେଦମ୍‌ ହେଲେଣି ଅଗ୍ନିଶମ କର୍ମଚାରୀ

କୁଆଁରମୁଣ୍ଡା,୯ା୨(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ଏମ୍‌ଆରଏଫ୍‌ ୟୁନିଟ୍‌ ପ୍ଲାଷ୍ଟିକ୍‌ ବର୍ଜ୍ୟବସ୍ତୁରେ ରବିବାର ଅପରାହ୍ନରେ ନିଆଁ ଲାଗିଛି। ଘଟଣାସ୍ଥଳରେ କୁଆଁରମୁଣ୍ଡା ଫାଣ୍ଡି ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ପ୍ରଚେଷ୍ଟା ଜାରି ରଖିଥିଲେ ହେଁ ପ୍ରାୟ ୩ ଘଣ୍ଟା ଧରି ନିଆଁ ହୁତୁହୁତୁ ହୋଇ ଜଳୁଛି। ଆୟତ୍ତ କରିବାକୁ ନାକେଦମ୍‌ ହୋଇପଡ଼ିଲେଣି ଅଗ୍ନିଶମ କର୍ମଚାରୀ।

ବିଦ୍ୟୁତ୍‌ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଏମ୍‌ଆର୍‌ଏଫ୍‌ ୟୁନିଟ୍‌ ଭିତରେ ବିଦ୍ୟୁତ୍‌ ଶଟ୍‌ସର୍କିଟ ରୋକିବା ପାଇଁ ବିଦ୍ୟୁତ୍‌ ସରବରାହ ବିଚ୍ଛିନ୍ନ କରିଛନ୍ତି। କୁଆଁରମୁଣ୍ଡା ଏବିଡିଓ ପ୍ରଶାନ୍ତ ଜେନା, ଫାଣ୍ଡି ଅଧିକାରୀ ଅଭୟ ମହାପାତ୍ର, କୁଆଁରମୁଣ୍ଡା ସରପଞ୍ଚ ରାଜେଶ ହଁାସଦା ଘଟଣାସ୍ଥଳରେ ରହି ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବାହିନୀକୁ କାର୍ଯ୍ୟରେ ନିୟୋଜିତ ରଖିଛନ୍ତି।

The post ପ୍ଲାଷ୍ଟିକ୍‌ ବର୍ଜ୍ୟବସ୍ତୁରେ ଲାଗିଲା ନିଆଁ, ଆୟତ୍ତ କରିବାକୁ ନାକେଦମ୍‌ ହେଲେଣି ଅଗ୍ନିଶମ କର୍ମଚାରୀ appeared first on Dharitri Odia News.