ଭାଜପାକୁ ଝଟକା, ଦଳ ଛାଡିଲେ ବରଗଡ଼ ଜିଲା ଉପସଭାପତି ସୁଶାନ୍ତ ମିଶ୍ର
ବରଗଡ଼,୩।୪(ପ୍ରେମାନନ୍ଦ ଖମାରୀ): ଭାଜପାର ଜିଲା ଉପସଭାପତି ସୁଶାନ୍ତ ମିଶ୍ର ବୁଧବାର ଦଳରୁ ଇସ୍ତଫା ଦେଇଛନ୍ତି । ସେ ନିଜର ଇସ୍ତଫା ପତ୍ର ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ଜିଲା ସଭାପତି ଅଶ୍ବିନୀ ଷଡ଼ଙ୍ଗୀଙ୍କ ନିକଟକୁ ପଠାଇଛନ୍ତି। ଦଳ ତାଙ୍କ ପ୍ରତି କ୍ରମାଗତ ଅଣଦେଖା କରିଥିବା ଯୋଗୁ ସେ ଦଳ ଛାଡିଥିବା ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି । ସୁଶାନ୍ତ ଏକଦା କଂଗ୍ରେସର ଜଣେ ତୁଙ୍ଗ ଯୁବନେତା ଥିଲେ । ଗତ ୨୦୧୪ ନିର୍ବାଚନରେ ଭଟଲି […] The post ଭାଜପାକୁ ଝଟକା, ଦଳ ଛାଡିଲେ ବରଗଡ଼ ଜିଲା ଉପସଭାପତି ସୁଶାନ୍ତ ମିଶ୍ର appeared first on Dharitri Odia News.
ବରଗଡ଼,୩।୪(ପ୍ରେମାନନ୍ଦ ଖମାରୀ): ଭାଜପାର ଜିଲା ଉପସଭାପତି ସୁଶାନ୍ତ ମିଶ୍ର ବୁଧବାର ଦଳରୁ ଇସ୍ତଫା ଦେଇଛନ୍ତି । ସେ ନିଜର ଇସ୍ତଫା ପତ୍ର ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ଜିଲା ସଭାପତି ଅଶ୍ବିନୀ ଷଡ଼ଙ୍ଗୀଙ୍କ ନିକଟକୁ ପଠାଇଛନ୍ତି। ଦଳ ତାଙ୍କ ପ୍ରତି କ୍ରମାଗତ ଅଣଦେଖା କରିଥିବା ଯୋଗୁ ସେ ଦଳ ଛାଡିଥିବା ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି । ସୁଶାନ୍ତ ଏକଦା କଂଗ୍ରେସର ଜଣେ ତୁଙ୍ଗ ଯୁବନେତା ଥିଲେ । ଗତ ୨୦୧୪ ନିର୍ବାଚନରେ ଭଟଲି ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ଆଶାୟୀ ଥିଲେ। ମାତ୍ର ସେତେବେଳେ କଂଗ୍ରେସ ତାଙ୍କୁ ଟିକେଟ୍ ଦେଇ ନ ଥିଲା। ଫଳରେ କଂଗ୍ରେସ ଛାଡି ସେହି ସ୍ବାଧିନ ପ୍ରାର୍ଥୀ ଭାବେ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ ଏବଂ ୩୭ ହଜାରରୁ ଅଧିକ ଭୋଟ ପାଇ କଂଗ୍ରେସକୁ ପଛରେ ପକାଇ ସେ ଦ୍ବିତୀୟ ସ୍ଥାନରେ ରହିଥିଲେ। ପରବର୍ତ୍ତୀ ସମୟରେ ସୁଶାନ୍ତ ଭାଜପାରେ ଯୋଗ ଦେଇଥିଲେ ଏବଂ ଭଟଲି ନିର୍ବାଚନ ମଣ୍ଡଳୀରୁ ମଧ୍ୟ ଦଳୀୟ ଆଶାୟୀ ଥିଲେ। ମାତ୍ର ୨୦୧୯ ଭଳି ୨୦୨୪ ନିର୍ବାଚନରେ ମଧ୍ୟ ଭାଜପା ତାଙ୍କୁ ପ୍ରାର୍ଥୀ କରିନାହିଁ।
The post ଭାଜପାକୁ ଝଟକା, ଦଳ ଛାଡିଲେ ବରଗଡ଼ ଜିଲା ଉପସଭାପତି ସୁଶାନ୍ତ ମିଶ୍ର appeared first on Dharitri Odia News.