ଗଣେଶପୂଜାରେ ୨୫ କୋଟିର ବ୍ୟବସାୟ ଆକଳନ

ଭୁବନେଶ୍ୱର,୭।୯ (ଅନୁରାଧା ମହାରଣା): ଗଣେଶପୂଜା ସାରା ଦେଶରେ ଖୁବ୍‌ ଉସତ୍ାହର ସହ ପାଳନ କରାଯାଉଥିବାବେଳେ ପୂଜା ବ୍ୟବସାୟ ମଧ୍ୟ ବଢ଼ିବାରେ ଲାଗିଛି। ଭାରତୀୟ ବ୍ୟବସାୟୀମାନେ ଚାଇନା ନିର୍ମିତ ସାମଗ୍ର ପରିବର୍ତ୍ତେ ସ୍ବଦେଶୀ ଉତ୍ପାଦ ପ୍ରତି ଆଗ୍ରହ ପ୍ରକାଶ କରୁଥିବା ଦେଖିବାକୁ ମିଳୁଛି। କନ୍‌ଫେଡେରେଶନ ଅଫ୍‌ ଅଲ ଇଣ୍ଡିଆ ଟ୍ରେଡର୍ସ (ସିଏଆଇଟି)ର ଆକଳନ ଅନୁଯାୟୀ ଗଣେଶ ପୂଜା ଚଳିତ ବର୍ଷ ପ୍ରାୟ ୨୫୦୦୦ କୋଟି ଟଙ୍କା ବ୍ୟବସାୟ ହେବ। ଏହି ଉତ୍ସବକୁ ନେଇ ସିଜିନ୍‌ ବ୍ୟବସାୟୀମାନେ ବେଶ୍‌ ଆଶାବାଦୀ […] The post ଗଣେଶପୂଜାରେ ୨୫ କୋଟିର ବ୍ୟବସାୟ ଆକଳନ appeared first on Dharitri Odia News.

ଗଣେଶପୂଜାରେ ୨୫ କୋଟିର ବ୍ୟବସାୟ ଆକଳନ

ଭୁବନେଶ୍ୱର,୭।୯ (ଅନୁରାଧା ମହାରଣା): ଗଣେଶପୂଜା ସାରା ଦେଶରେ ଖୁବ୍‌ ଉସତ୍ାହର ସହ ପାଳନ କରାଯାଉଥିବାବେଳେ ପୂଜା ବ୍ୟବସାୟ ମଧ୍ୟ ବଢ଼ିବାରେ ଲାଗିଛି। ଭାରତୀୟ ବ୍ୟବସାୟୀମାନେ ଚାଇନା ନିର୍ମିତ ସାମଗ୍ର ପରିବର୍ତ୍ତେ ସ୍ବଦେଶୀ ଉତ୍ପାଦ ପ୍ରତି ଆଗ୍ରହ ପ୍ରକାଶ କରୁଥିବା ଦେଖିବାକୁ ମିଳୁଛି। କନ୍‌ଫେଡେରେଶନ ଅଫ୍‌ ଅଲ ଇଣ୍ଡିଆ ଟ୍ରେଡର୍ସ (ସିଏଆଇଟି)ର ଆକଳନ ଅନୁଯାୟୀ ଗଣେଶ ପୂଜା ଚଳିତ ବର୍ଷ ପ୍ରାୟ ୨୫୦୦୦ କୋଟି ଟଙ୍କା ବ୍ୟବସାୟ ହେବ। ଏହି ଉତ୍ସବକୁ ନେଇ ସିଜିନ୍‌ ବ୍ୟବସାୟୀମାନେ ବେଶ୍‌ ଆଶାବାଦୀ ଅଛନ୍ତି। ପୂର୍ବରୁ ରାଖୀ ପୂର୍ଣ୍ଣିମା ଏବଂ ଜନ୍ମାଷ୍ଟମୀରେ ମଧ୍ୟ ରେକର୍ଡ ପରିମାଣ ବ୍ୟବସାୟ ହୋଇଥିଲା। ସିଏଆଇଟି ଜାତୀୟ ସାଧାରଣ ସମ୍ପାଦକ ପ୍ରବୀଣ ଖଣ୍ଡେଲୱାଲ କହିଛନ୍ତି, ଗଣେଶ ଚତୁର୍ଥୀ ନେଇ ମହାରାଷ୍ଟ୍ର, କର୍ନାଟକ, ଗୁଜରାଟ, ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା, ମଧ୍ୟପ୍ରଦେଶ, ତାମିଲନାଡୁ ଏବଂ ଗୋଆ ଭଳି ଅଞ୍ଚଳରେ ଆର୍ଥିକ କାର୍ଯ୍ୟକଳାପ ବୃଦ୍ଧି ପାଇଛି। ସିଏଆଇଟି ଜାତୀୟ ସଭାପତି ବି.ସି. ଭାରତୀ କହିଛନ୍ତି, ଏହି ରାଜ୍ୟଗୁଡ଼ିକରେ ସ୍ଥାନୀୟ ବ୍ୟବସାୟୀଙ୍କ ଦ୍ୱାରା କରାଯାଇଥିବା ସର୍ଭେ ପରେ ୨୦ ଲକ୍ଷରୁ ଅଧିକ ଗଣେଶ ପେଣ୍ଡାଲ ପ୍ରତିଷ୍ଠା କରାଯାଇଛି। ଯଦି ପ୍ରତ୍ୟେକ ପେଣ୍ଡାଲରେ ସର୍ବନିମ୍ନ ୫୦,୦୦୦ ଟଙ୍କା ଖର୍ଚ୍ଚ ମଧ୍ୟ ବିଚାର କରାଯାଏ, ତେବେ ଏହି ସଂଖ୍ୟା ୧୦,୦୦୦ କୋଟିରୁ ଅଧିକ ହେବ। ପ୍ରବୀଣ ଖଣ୍ଡେଲୱାଲ କହିଛନ୍ତି, ଗଣେଶ ମୂର୍ତ୍ତି ବ୍ୟବସାୟ ମୂଲ୍ୟ ୫୦୦ କୋଟିରୁ ଆକଳନ କରାଯାଇଛି।

The post ଗଣେଶପୂଜାରେ ୨୫ କୋଟିର ବ୍ୟବସାୟ ଆକଳନ appeared first on Dharitri Odia News.