ଗନ୍ଧମାର୍ଦ୍ଦନ ପାହାଡ଼ରେ ଯବାନ- ମାଓବାଦୀଙ୍କ ଗୁଳି ବିନିମୟ
ବରଗଡ଼/ପାଇକମାଳ,୨୩।୨(ପ୍ରେମାନନ୍ଦ ଖମାରୀ/ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ନିକଟ ଗନ୍ଧମାର୍ଦ୍ଦନ ପାହାଡ଼ରେ ଦୀର୍ଘଦିନ ବ୍ୟବଧାନ ପରେ ମାଓବାଦୀଙ୍କ ଗତିବିଧି ପୁଣି ପରିଲକ୍ଷିତ ହୋଇଛି । ଶୁକ୍ରବାର ସ୍ଥାନୀୟ ଖଣ୍ଡିଝରନ ଡ୍ୟାମ୍ ନିକଟ ଜଙ୍ଗଲରେ ଏସ୍ଓଜି ଯବାନମାନେ ମାଓବାଦୀଙ୍କ କ୍ୟାମ୍ପ ଠାବ କରିଛନ୍ତି। ଯବାନମାନେ ସେହି କ୍ୟାମ୍ପ ନିକଟତର ହେବାବେଳେ ମାଓବାଦୀମାନେ ଗୁଳି ଚାଳନା କରିଥିଲେ। ଏହାପରେ ଯବାନମାନେ ପାଲଟା ଗୁଳି ଚାଳନା କରିଥିଲେ। ତେବେ ଗୁଳି ବିନିମୟରେ କେହି ମୃତାହତ ହୋଇଥିବା ସୂଚନା ମିଳିନାହିଁ। ଠାବ ହୋଇଥିବା […] The post ଗନ୍ଧମାର୍ଦ୍ଦନ ପାହାଡ଼ରେ ଯବାନ- ମାଓବାଦୀଙ୍କ ଗୁଳି ବିନିମୟ appeared first on Dharitri Odia News.
ବରଗଡ଼/ପାଇକମାଳ,୨୩।୨(ପ୍ରେମାନନ୍ଦ ଖମାରୀ/ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ନିକଟ ଗନ୍ଧମାର୍ଦ୍ଦନ ପାହାଡ଼ରେ ଦୀର୍ଘଦିନ ବ୍ୟବଧାନ ପରେ ମାଓବାଦୀଙ୍କ ଗତିବିଧି ପୁଣି ପରିଲକ୍ଷିତ ହୋଇଛି । ଶୁକ୍ରବାର ସ୍ଥାନୀୟ ଖଣ୍ଡିଝରନ ଡ୍ୟାମ୍ ନିକଟ ଜଙ୍ଗଲରେ ଏସ୍ଓଜି ଯବାନମାନେ ମାଓବାଦୀଙ୍କ କ୍ୟାମ୍ପ ଠାବ କରିଛନ୍ତି। ଯବାନମାନେ ସେହି କ୍ୟାମ୍ପ ନିକଟତର ହେବାବେଳେ ମାଓବାଦୀମାନେ ଗୁଳି ଚାଳନା କରିଥିଲେ। ଏହାପରେ ଯବାନମାନେ ପାଲଟା ଗୁଳି ଚାଳନା କରିଥିଲେ। ତେବେ ଗୁଳି ବିନିମୟରେ କେହି ମୃତାହତ ହୋଇଥିବା ସୂଚନା ମିଳିନାହିଁ। ଠାବ ହୋଇଥିବା କ୍ୟାମ୍ପରୁ ମାଓବାଦୀଙ୍କ ବ୍ୟବହୃତ ବିଭିନ୍ନ ସାମଗ୍ରୀ ଜବତ ହୋଇଛି ବୋଲି ବରଗଡ଼ ଏସ୍ପି ପି.ଏସ୍ ମିନା କହିଛନ୍ତି। ଏହି ଘଟଣା ପରେ ସମ୍ପୃକ୍ତ ଅଞ୍ଚଳରେ ଯବାନମାନେ କୋମ୍ବିଂ ଅପରେଶନକୁ ଜୋରଜାର୍ କରିଛନ୍ତି। ସେହିପରି ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ ବରଗଡ଼ରେ ପହଞ୍ଚି ଉକ୍ତ ଅପରେଶନର ସମୀକ୍ଷା କରିଥିବା ସୂଚନା ମିଳିଛି।
ଏସ୍ପି ମୀନା ସୂଚନା ଦେଇ କହିଛନ୍ତି, ଗନ୍ଧମାର୍ଦ୍ଦନ ଅଞ୍ଚଳରେ ମାଓବାଦୀମାନେ ଗୋଟିଏ କ୍ୟାମ୍ପ କରି ରହିଥିବା ନେଇ ପୋଲିସ ମୁଖ୍ୟାଳୟ ଏବଂ ଜିଲା ପୋଲିସକୁ ଖବର ମିଳିଥିଲା। ସେହି ଖବରକୁ ଆଧାର କରି ଉଭୟ ବଲାଙ୍ଗୀର ଏବଂ ବରଗଡ଼ ପଟୁ ଏସ୍ଓଜି ଯବାନମାନେ କୋମ୍ବିଂ ଅପରେଶନ କରିଥିଲେ। କ୍ୟାମ୍ପ ନିକଟକୁ ଯବାନମାନେ ଯିବାବେଳେ ମାଓବାଦୀମାନେ ଗୁଳି ଚଳାଇଥିଲେ। ତେବେ ଯବାନମାନଙ୍କ ପାଲଟା ଆକ୍ରମଣର ସମ୍ମୁଖୀନ ହୋଇ ନ ପାରି ମାଓବାଦୀମାନେ କ୍ୟାମ୍ପରୁ ଛତ୍ରଭଙ୍ଗ ଦେଇ ଚାଲିଯାଇଥିଲେ। ମାଓବିଧି ଗତିବିଧି ଉପରେ ପୋଲିସ ସବୁବେଳେ ନଜର ରଖିଛି ଏବଂ କୋମ୍ବିଂ ଅପରେଶନକୁ ଜାରି ରଖାଯାଇଥିବା ଏସ୍ପି ମୀନା କହିଛନ୍ତି ।
The post ଗନ୍ଧମାର୍ଦ୍ଦନ ପାହାଡ଼ରେ ଯବାନ- ମାଓବାଦୀଙ୍କ ଗୁଳି ବିନିମୟ appeared first on Dharitri Odia News.