ଦ୍ୱିତୀୟ ଥର ବାପା ହେବାକୁ ଯାଉଛନ୍ତି ରୋହିତ ଶର୍ମା! ପତ୍ନୀ ରିତିକାଙ୍କ ଭିଡିଓ ଦେଖି…
ନୂଆଦିଲ୍ଲୀ,୨୪।୮: ଭାରତର ଦିନିକିଆ ଏବଂ ଟେଷ୍ଟ ଦଳର ଅଧିନାୟକ ରୋହିତ ଶର୍ମାଙ୍କୁ ସିଏଟ କ୍ରିକେଟ ପୁରସ୍କାରରେ ଦେଖିବାକୁ ମିଳିଥିଲା। ଏହି ସମୟରେ ତାଙ୍କ ପତ୍ନୀ ରିତିକା ସଜଦେହ ମଧ୍ୟ ତାଙ୍କ ସହ ନଜର ଆସିଥିଲେ। ବର୍ତ୍ତମାନ ଇଭେଣ୍ଟ ସହ ଜଡିତ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ବାସ୍ତବରେ ଭିଡିଓରେ ରିତିକା ସଜଦେହଙ୍କ ପେଟ ଟିକିଏ ବାହାରକୁ ବାହାରିଥିବା ଦେଖାଯାଉଛି। ଏହି ଭିଡିଓ ସାମ୍ନାକୁ ଆସିବା ମାତ୍ରେ କଳ୍ପନା ଆରମ୍ଭ ହୋଇଯାଇଛି ଯେ ରିତିକା ଗର୍ଭବତୀ […] The post ଦ୍ୱିତୀୟ ଥର ବାପା ହେବାକୁ ଯାଉଛନ୍ତି ରୋହିତ ଶର୍ମା! ପତ୍ନୀ ରିତିକାଙ୍କ ଭିଡିଓ ଦେଖି… appeared first on Dharitri Odia News.
ନୂଆଦିଲ୍ଲୀ,୨୪।୮: ଭାରତର ଦିନିକିଆ ଏବଂ ଟେଷ୍ଟ ଦଳର ଅଧିନାୟକ ରୋହିତ ଶର୍ମାଙ୍କୁ ସିଏଟ କ୍ରିକେଟ ପୁରସ୍କାରରେ ଦେଖିବାକୁ ମିଳିଥିଲା। ଏହି ସମୟରେ ତାଙ୍କ ପତ୍ନୀ ରିତିକା ସଜଦେହ ମଧ୍ୟ ତାଙ୍କ ସହ ନଜର ଆସିଥିଲେ। ବର୍ତ୍ତମାନ ଇଭେଣ୍ଟ ସହ ଜଡିତ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ବାସ୍ତବରେ ଭିଡିଓରେ ରିତିକା ସଜଦେହଙ୍କ ପେଟ ଟିକିଏ ବାହାରକୁ ବାହାରିଥିବା ଦେଖାଯାଉଛି। ଏହି ଭିଡିଓ ସାମ୍ନାକୁ ଆସିବା ମାତ୍ରେ କଳ୍ପନା ଆରମ୍ଭ ହୋଇଯାଇଛି ଯେ ରିତିକା ଗର୍ଭବତୀ ଅଛନ୍ତି ଏବଂ ରୋହିତ ଶର୍ମା ଦ୍ୱିତୀୟ ଥର ପାଇଁ ପିତା ହେବାକୁ ଯାଉଛନ୍ତି।
ଏକ ରିପୋର୍ଟରେ ଏହା ମଧ୍ୟ ଦାବି କରାଯାଇଛି ଯେ ରୋହିତ ଶର୍ମାଙ୍କର ଜଣେ ନିକଟ ସମ୍ପର୍କୀୟ ରିତିକା ଗର୍ଭବତୀ ଅଛନ୍ତି ବୋଲି ନିଶ୍ଚିତ କରିଛନ୍ତି। ହେଲେ ଏହା ବିଷୟରେ ଏବେ କୌଣସି ନିଶ୍ଚିତ କରାଯାଇନାହିଁ। ୨୦୧୮ରେ ରୋହିତ-ରିତିକାଙ୍କ ଏକ ଝିଅ ଜନ୍ମ ହୋଇଥିଲା, ଯାହାର ନାମ ସେମାନେ ସମାଇରା ରଖିଥିଲେ। ବର୍ତ୍ତମାନ ପିତା ହେବାର ଗୁଜବ ହେତୁ ରୋହିତ ପୁଣି ଥରେ ଲାଇମଲାଇଟକୁ ଆସିଛନ୍ତି।
ରୋହିତ ଶର୍ମା ପ୍ରଥମେ ୨୦୦୮ରେ ରିତିକା ସଜଦେହଙ୍କୁ ଏକ ବିଜ୍ଞାପନର ଶୁଟିଂ ସମୟରେ ଭେଟିଥିଲେ। ଅନେକ ବର୍ଷ ଧରି ପରସ୍ପରକୁ ଡେଟ କରିବା ପରେ, ସେମାନେ ୨୦୧୫ରେ ବିବାହ କରିଥିଲେ।
The post ଦ୍ୱିତୀୟ ଥର ବାପା ହେବାକୁ ଯାଉଛନ୍ତି ରୋହିତ ଶର୍ମା! ପତ୍ନୀ ରିତିକାଙ୍କ ଭିଡିଓ ଦେଖି… appeared first on Dharitri Odia News.