ଦିଲ୍ଲୀରେ ଖୋଲିବ ନାଇଟ୍ ମାର୍କେଟ, ରାତି ୧୦ରୁ ସକାଳ ଯାଏଁ ଚାଲିବ

ନୂଆଦିଲ୍ଲୀ ୨୭।୭:   ଜାତୀୟ ରାଜଧାନୀ ଦିଲ୍ଲୀରେ ନାଇଟ୍ ଲାଇଫକୁ ପ୍ରୋତ୍ସାହନ ଦେବା ପାଇଁ ଏନଡିଏମସି ଏବେ ତାଙ୍କ ଅଞ୍ଚଳରେ ରାତି ବଜାର ଅର୍ଥାତ ନାଇଟ୍ ମାର୍କେଟ୍ ଖୋଲିବାକୁ ଯାଉଛନ୍ତି। ଏହି ମାର୍କେଟ୍ ରାତି ୧୦ଟାରେ ଖୋଲିବ ଓ ସକାଳ ପର୍ଯ୍ୟନ୍ତ ଚାଲିବ। ଏହି ବଜାର ଖୋଲିବା ପଛରେ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ଓ ଦିଲ୍ଲୀ ନାଇଟ୍ ଲାଇଫକୁ ପ୍ରୋତ୍ସାହନ ଦେବା ମୁଖ୍ୟ ଉଦ୍ଦେଶ୍ୟ ରହିଛି। ଏଣୁ ଇନ୍ଦୋର ଭଳି ପ୍ରାରମ୍ଭିକ ପର୍ଯ୍ୟାୟରେ ୫୬ଟି ଦୋକାନକୁ ନେଇ ନାଇଟ୍ ମାର୍କେଟ ଆରମ୍ଭ କରାଯିବ ବୋଲି ଜଣାପଡିଛି। ଏହି ମାର୍କେଟ୍ ଖୋଲିବା ପାଇଁ ଏନଡିଏମସି ଏବେ କନଟ ପ୍ଲେସ୍ ଓ ଲୋଧି ରୋଡକୁ ବିକଳ୍ପ ଭାବେ ଦେଖୁଛନ୍ତି। ଏବେ ଏହି ଅଞ୍ଚଳରେ ସର୍ଭେ କରି ଦେଖାଯାଉଛି କେଉଁ ଅଞ୍ଚଳରେ ମାର୍କେଟ ବସାଯିବ, ଯାହା ଦ୍ୱାରା ପର୍ଯ୍ୟଟକଙ୍କୁ ସୁରକ୍ଷା ଓ ଭଲ ପରିବେଶ ମିଳିପାରିବ। ଏହି ବଜାର ରାତି ୧୦ଟାରୁ ସକାଳ ପର୍ଯ୍ୟନ୍ତ ଚାଲିବ। ଏହି ଯୋଜନା ଅନୁସାରେ ନାଇଟ ମାର୍କେଟରେ ଦିଲ୍ଲୀର ଲୋକପ୍ରୀୟ ଫୁଡ ଆଉଟଲେଟସକୁ ସ୍ଥିରିକୃତ ସ୍ଥାନରେ ଫୁଡ ଟ୍ରକ୍ ଲଗାଇବାକୁ ଅନୁମତି ମିଳିବ। ଏହା ଦ୍ୱାରା ରାତିରେ ମଧ୍ୟ ଟୁରିଷ୍ଟ ଜାତୀୟ ରାଜଧାନୀରେ ସେମାନଙ୍କ ମନପସନ୍ଦର ଖାଦ୍ୟ ଖାଇବାକୁ ପାଇ ପାରିବେ। ଫୁଡ ଟ୍ରକ୍ କେବଳ ଡେଡିକେଟେଡ ଏରିଆରେ ଅପରେଟ ହୋଇ ପାରିବେ। ଅନିୟମିତ ସ୍ଥାନରେ ଫୁଡକୋର୍ଟ ଲଗାଇବାକୁ ଅନୁମତି ମିଳିବ ନାହିଁ। ସାଫ ସଫେଇ ଓ ହାଇଜନ ଦାୟିତ୍ୱ ଫୁଡ

ଦିଲ୍ଲୀରେ ଖୋଲିବ ନାଇଟ୍ ମାର୍କେଟ, ରାତି ୧୦ରୁ ସକାଳ ଯାଏଁ ଚାଲିବ

ନୂଆଦିଲ୍ଲୀ ୨୭।୭:   ଜାତୀୟ ରାଜଧାନୀ ଦିଲ୍ଲୀରେ ନାଇଟ୍ ଲାଇଫକୁ ପ୍ରୋତ୍ସାହନ ଦେବା ପାଇଁ ଏନଡିଏମସି ଏବେ ତାଙ୍କ ଅଞ୍ଚଳରେ ରାତି ବଜାର ଅର୍ଥାତ ନାଇଟ୍ ମାର୍କେଟ୍ ଖୋଲିବାକୁ ଯାଉଛନ୍ତି। ଏହି ମାର୍କେଟ୍ ରାତି ୧୦ଟାରେ ଖୋଲିବ ଓ ସକାଳ ପର୍ଯ୍ୟନ୍ତ ଚାଲିବ। ଏହି ବଜାର ଖୋଲିବା ପଛରେ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ଓ ଦିଲ୍ଲୀ ନାଇଟ୍ ଲାଇଫକୁ ପ୍ରୋତ୍ସାହନ ଦେବା ମୁଖ୍ୟ ଉଦ୍ଦେଶ୍ୟ ରହିଛି। 

ଏଣୁ ଇନ୍ଦୋର ଭଳି ପ୍ରାରମ୍ଭିକ ପର୍ଯ୍ୟାୟରେ ୫୬ଟି ଦୋକାନକୁ ନେଇ ନାଇଟ୍ ମାର୍କେଟ ଆରମ୍ଭ କରାଯିବ ବୋଲି ଜଣାପଡିଛି। ଏହି ମାର୍କେଟ୍ ଖୋଲିବା ପାଇଁ ଏନଡିଏମସି ଏବେ କନଟ ପ୍ଲେସ୍ ଓ ଲୋଧି ରୋଡକୁ ବିକଳ୍ପ ଭାବେ ଦେଖୁଛନ୍ତି। ଏବେ ଏହି ଅଞ୍ଚଳରେ ସର୍ଭେ କରି ଦେଖାଯାଉଛି କେଉଁ ଅଞ୍ଚଳରେ ମାର୍କେଟ ବସାଯିବ, ଯାହା ଦ୍ୱାରା ପର୍ଯ୍ୟଟକଙ୍କୁ ସୁରକ୍ଷା ଓ ଭଲ ପରିବେଶ ମିଳିପାରିବ। 

ଏହି ବଜାର ରାତି ୧୦ଟାରୁ ସକାଳ ପର୍ଯ୍ୟନ୍ତ ଚାଲିବ। ଏହି ଯୋଜନା ଅନୁସାରେ ନାଇଟ ମାର୍କେଟରେ ଦିଲ୍ଲୀର ଲୋକପ୍ରୀୟ ଫୁଡ ଆଉଟଲେଟସକୁ ସ୍ଥିରିକୃତ ସ୍ଥାନରେ ଫୁଡ ଟ୍ରକ୍ ଲଗାଇବାକୁ ଅନୁମତି ମିଳିବ। ଏହା ଦ୍ୱାରା ରାତିରେ ମଧ୍ୟ ଟୁରିଷ୍ଟ ଜାତୀୟ ରାଜଧାନୀରେ ସେମାନଙ୍କ ମନପସନ୍ଦର ଖାଦ୍ୟ ଖାଇବାକୁ ପାଇ ପାରିବେ। ଫୁଡ ଟ୍ରକ୍ କେବଳ ଡେଡିକେଟେଡ ଏରିଆରେ ଅପରେଟ ହୋଇ ପାରିବେ।

 ଅନିୟମିତ ସ୍ଥାନରେ ଫୁଡକୋର୍ଟ ଲଗାଇବାକୁ ଅନୁମତି ମିଳିବ ନାହିଁ। ସାଫ ସଫେଇ ଓ ହାଇଜନ ଦାୟିତ୍ୱ ଫୁଡ ଟ୍ରକ୍ ସଞ୍ଚାଳକଙ୍କର ହେବ। ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ଯୁବବର୍ଗ ଓ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ସହ ରୋଜାଗ ସୃଜନ ଓ ସହରର ଆର୍ଥିକ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବା।