ଗମ୍ଭୀର-ବିରାଟ ବିବାଦ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ
ଚେନ୍ନାଇ,୧୯ା୯(ପି.ଟି.):ଭାରତୀୟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ଓ ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କ ମଧ୍ୟରେ ପଡିଆ ବାହାରେ ବିବାଦକୁ ନେଇ ସର୍ବଦା ଖବର ଦେଖିବାକୁ ମିଳିଥାଏ। ତେବେ ଉଭୟ ଖେଳାଳିଙ୍କ ସାକ୍ଷାତକାରର ଏକ ଭିଡିଓ ଆସିବା ସହିତ ଏହି ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡିଛି। ପୂର୍ବରୁ ଆଇପିଏଲ ସମୟରେ ଉଭୟ ଖେଳାଳିଙ୍କ ମଧ୍ୟରେ ବିବାଦ କାରଣରୁ ଭାରତୀୟ ଦଳରେ ଏହାର ପ୍ରଭାବ ଦେଖିବାକୁ ମିଳିବ। ତେବେ ସମସ୍ତଙ୍କୁ ଭୁଲ ପ୍ରମାଣିତ କରିଥିଲେ ଏହି ଦୁଇ କ୍ରିକେଟର। ବିରାଟ […] The post ଗମ୍ଭୀର-ବିରାଟ ବିବାଦ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ appeared first on Dharitri Odia News.
ଚେନ୍ନାଇ,୧୯ା୯(ପି.ଟି.):ଭାରତୀୟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ଓ ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କ ମଧ୍ୟରେ ପଡିଆ ବାହାରେ ବିବାଦକୁ ନେଇ ସର୍ବଦା ଖବର ଦେଖିବାକୁ ମିଳିଥାଏ। ତେବେ ଉଭୟ ଖେଳାଳିଙ୍କ ସାକ୍ଷାତକାରର ଏକ ଭିଡିଓ ଆସିବା ସହିତ ଏହି ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡିଛି। ପୂର୍ବରୁ ଆଇପିଏଲ ସମୟରେ ଉଭୟ ଖେଳାଳିଙ୍କ ମଧ୍ୟରେ ବିବାଦ କାରଣରୁ ଭାରତୀୟ ଦଳରେ ଏହାର ପ୍ରଭାବ ଦେଖିବାକୁ ମିଳିବ। ତେବେ ସମସ୍ତଙ୍କୁ ଭୁଲ ପ୍ରମାଣିତ କରିଥିଲେ ଏହି ଦୁଇ କ୍ରିକେଟର। ବିରାଟ କୋହଲି ସାକ୍ଷାତକାର ନେବା ସହ ଏଠାରେ ଆମେ ସମସ୍ତ ମସଲା ଓ ରୋଚକ ଖବରରେ ପୂର୍ଣ୍ଣଚ୍ଛେଦ ପକାଇଲୁ ବୋଲି କହିଥିଲେ। ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ ପୂର୍ବରୁ ବିସିସିଆଇର ଅଫିସିଆଲ ଚ୍ୟାନେଲରେ ଏହି ଭିଡିଓଟି ରିଲିଜ ହୋଇଥିଲା। ଏହି ଆଲୋଚନାରେ ଉଭୟ ଖେଳାଳି ପରସ୍ପର ପ୍ରତି ଥିବା ସମ୍ମାନ, ଟେଷ୍ଟ କ୍ରିକେଟ ପ୍ରତି ରହିଥିବା ଭଲପାଇବା ଓ ଭାରତୀୟ କ୍ରିକେଟ ସମ୍ପର୍କରେ ଆଲୋଚନା କରିଥିଲେ।
ପ୍ରଥମେ ୨୦୧୧ ଦିନିକିଆ ବିଶ୍ୱକପ ଫାଇନାଲର ଏକ କ୍ଲିପ୍ ଚଲାଯାଇଥିଲା। ଯେଉଁଥିରେ ଗମ୍ଭୀର ଓ କୋହଲିଙ୍କ ମଧ୍ୟରେ ୮୩ ରନ୍ର ପାର୍ଟନରଶିପ୍ ହୋଇଥିଲା। ଏହାପରେ କୋହଲି କହିଥିଲେ, ଆମେ ବହୁତ ଲମ୍ବା ରାସ୍ତା ଅତିକ୍ରମ କରି ଆସିଛେ। ଏକାଠି ଖେଳିବାଠୁ ଆରମ୍ଭ କରି ଗୋଟିଏ ଡ୍ରେସିଂ ରୁମ୍ର ଅଂଶ ରହି ଆସିଛେ। ସର୍ବଦା ଖେଳୁଆଡ ମନୋଭାବ ସହିତ ଆମେ ଏହା କରି ପାରିଛେ ବୋଲି ଗମ୍ଭୀର ଉତ୍ତରରେ କହିଥିଲେ। ଉଭୟ ଟେଷ୍ଟ କ୍ରିକେଟ ସମ୍ପର୍କରେ ଆଲେଚନା କରିବା ବେଳେ ଗମ୍ଭୀର ଟେଷ୍ଟ ଡେବ୍ୟୁକୁ ତାଙ୍କ କ୍ରିକେଟ କ୍ୟାରିୟରର ସ୍ମରଣୀୟ ମୁହୂର୍ତ୍ତ ଭାବରେ ବର୍ଣ୍ଣନା କରିଥିଲେ। ଆମେ କ୍ରିକେଟ କ୍ୟାରିୟର ଆରମ୍ଭ କରିବା ସମୟରେ ଟି୨୦ ଓ ଆଇପିଏଲ ନ ଥିଲା। ତେଣୁ ଟେଷ୍ଟ କ୍ରିକେଟରେ ଦେଶର ପ୍ରତିନିଧିତ୍ୱ କରିବା ଆମର ଏକମାତ୍ର ଲକ୍ଷ୍ୟ ରହିଥିଲା। ସେହିପରି ଗୋଟିଏ ଦେଶର ବାସ୍ତବ କ୍ରିକେଟ ଖେଳିବାର କ୍ଷମତା ଏହାର ଟେଷ୍ଟ ଖେଳିବାର ଦକ୍ଷତାରୁ ଅନୁମେୟ ବୋଲି ମଧ୍ୟ ଗମ୍ଭୀର କହିଥିଲେ। ସେହିପରି କୋହଲି ଟେଷ୍ଟ କ୍ରିକେଟରେ ଯେଉଁଭଳି ନିଜର ଏକ ସାମ୍ରାଜ୍ୟ ଛାଡି ଯାଇଛନ୍ତି ତାହା ସର୍ବଦା ମନେ ରହିବ ବୋଲି ଗମ୍ଭୀର କହିଥିଲେ। ମାତ୍ର ୨୫ ବର୍ଷ ବୟସରେ ଭାରତର ନେତୃତ୍ୱ ନେଇ ଭାରତର ସଫଳତମ ଟେଷ୍ଟ ଅଧିନାୟକ ହେବା ଆଦୌ ଛୋଟ କଥା ନୁହେଁ ବୋଲି କହିଥିଲେ ଗମ୍ଭୀର।
ଦିଲ୍ଲୀ ପାଇଁ ପ୍ରଥମ ଶ୍ରେଣୀ କ୍ରିକେଟ ଖେଳିବା ମୋର ଏକମାତ୍ର ଲକ୍ଷ୍ୟ ଥିଲା ବୋଲି କହିଥିଲେ କୋହଲି। ଏହା ସହିତ ବୁମ୍ରା ଓ ଅଶ୍ୱିନଙ୍କ ଭଳି ବିଶ୍ୱସ୍ତରୀୟ ବୋଲର ତିଆରି କରିବା ବର୍ତ୍ତମାନ ଏକ ବଡ ଚ୍ୟାଲେଞ୍ଜ ବୋଲି ଉଭୟ ସ୍ବୀକାର କରିଥିଲେ। ଟି୨୦ ଯୁଗରେ ଯୁବ ଖେଳାଳିମାନେ ଦିନକୁ ୨୦ ଓଭର ବୋଲିଂ କରୁନାହାନ୍ତି, ଯାହାକି ଏକ ବଡ ସମସ୍ୟା। ସେହିପରି ଶେଷ ପ୍ରଶ୍ନରେ ପ୍ରତିପକ୍ଷ ଖେଳାଳିଙ୍କ ସହ ଝଗଡା ବିଷୟରେ କୋହଲି ପଚାରିଥିଲେ। ଏହାର ଉତ୍ତରରେ ଗମ୍ଭୀର ଥଟ୍ଟାରେ କହିଥିଲେ ତୁମର ଏଥିରେ ଅଧିକ ଅଭିଜ୍ଞତା ରହିଛି। ତୁମେ ମଧ୍ୟ ଉତ୍ତର ଦେଇ ପାରିବ। ଆମେ ଉଭୟ ଏକା ପ୍ରକାରର ବ୍ୟକ୍ତିତ୍ୱର ଅଧିକାରୀ। ବେଳେ ବେଳେ ଆମର ଆଲୋଚନା ମଧ୍ୟ ଝଗଡାର ରୂପ ନେଇ ପାରେ। ତେବେ ବିରାଟ ନିଜ ବ୍ୟକ୍ତିତ୍ୱରେ କୌଣସି ପରିବର୍ତ୍ତନ ଆଣିବା ଅନାବଶ୍ୟକ ବୋଲି ସେ କହିଥିଲେ।
The post ଗମ୍ଭୀର-ବିରାଟ ବିବାଦ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ appeared first on Dharitri Odia News.