ଗମ୍ଭୀରଙ୍କ କଥା ରଖିଲେ ରୋହିତ ଶର୍ମା, ନେବେ ଏହି ଦାୟିତ୍ୱ
ନୂଆଦିଲ୍ଲୀ,୧୮।୭: ଜୁଲାଇ ୨୭ରୁ ଶ୍ରୀଲଙ୍କାରେ ଟିମ ଇଣ୍ଡିଆକୁ ତିନି ମ୍ୟାଚ ବିଶିଷ୍ଟ ଟି-୨୦ସିରିଜ ଏବଂ ସମାନ ସଂଖ୍ୟକ ଦିନିକିଆ ସିରିଜ ଖେଳିବାକୁ ପଡିବ। କିନ୍ତୁ ବିସିସିଆଇ ଏପର୍ଯ୍ୟନ୍ତ ଏହି ଏହି ଗସ୍ତ ପାଇଁ ଦଳ ଘୋଷଣା କରିନାହିଁ। ଭାରତର ପରବର୍ତ୍ତୀ ଟି-୨୦ ଅଧିନାୟକଙ୍କ ବିଷୟରେ ମଧ୍ୟ ଏକ ଦ୍ୱନ୍ଦ୍ୱ ରହିଛି। ରୋହିତ ଶର୍ମା ନୂତନ ମୁଖ୍ୟ କୋଚ ଗୌତମ ଗମ୍ଭୀରଙ୍କ ପରାମର୍ଶ ଗ୍ରହଣ କରିଛନ୍ତି ଏବଂ ସେ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜରେ ଅଧିନାୟକ ହେବେ। ଶ୍ରୀଲଙ୍କା […] The post ଗମ୍ଭୀରଙ୍କ କଥା ରଖିଲେ ରୋହିତ ଶର୍ମା, ନେବେ ଏହି ଦାୟିତ୍ୱ appeared first on Dharitri Odia News.
ନୂଆଦିଲ୍ଲୀ,୧୮।୭: ଜୁଲାଇ ୨୭ରୁ ଶ୍ରୀଲଙ୍କାରେ ଟିମ ଇଣ୍ଡିଆକୁ ତିନି ମ୍ୟାଚ ବିଶିଷ୍ଟ ଟି-୨୦ସିରିଜ ଏବଂ ସମାନ ସଂଖ୍ୟକ ଦିନିକିଆ ସିରିଜ ଖେଳିବାକୁ ପଡିବ। କିନ୍ତୁ ବିସିସିଆଇ ଏପର୍ଯ୍ୟନ୍ତ ଏହି ଏହି ଗସ୍ତ ପାଇଁ ଦଳ ଘୋଷଣା କରିନାହିଁ। ଭାରତର ପରବର୍ତ୍ତୀ ଟି-୨୦ ଅଧିନାୟକଙ୍କ ବିଷୟରେ ମଧ୍ୟ ଏକ ଦ୍ୱନ୍ଦ୍ୱ ରହିଛି। ରୋହିତ ଶର୍ମା ନୂତନ ମୁଖ୍ୟ କୋଚ ଗୌତମ ଗମ୍ଭୀରଙ୍କ ପରାମର୍ଶ ଗ୍ରହଣ କରିଛନ୍ତି ଏବଂ ସେ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜରେ ଅଧିନାୟକ ହେବେ।
ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ ପାଇଁ ରୋହିତ ଶର୍ମା ଉପଲବ୍ଧ ହେବେ ବୋଲି ଏବେ ନିଶ୍ଚିତ ହୋଇଛି। ପ୍ରକାଶ ଥାଉକି, ପୂର୍ବରୁ ଅନେକ ରିପୋର୍ଟ ଦାବି ହୋଇଥିଲା ଯେ, ରୋହିତ ଶର୍ମା ଶ୍ରୀଲଙ୍କାରେ ଚାଲିଥିବା ଦିନିକିଆ ସିରିଜରେ ୬ ମାସ କ୍ରମାଗତ ଭାବେ କ୍ରିକେଟ ଖେଳିବେ ନାହିଁ। ଏପରିକି ଖବର ଆସିଥିଲା ଯେ ଶ୍ରୀଲଙ୍କାରେ ଚାଲିଥିବା ଦିନିକିଆ ସିରିଜରେ କେ.ଏଲ ରାହୁଲ ଟିମ ଇଣ୍ଡିଆର କମାଣ୍ଡ ନେବେ।
ଶ୍ରୀଲଙ୍କାରେ ବିପକ୍ଷ ଦିନିକିଆ ସିରିଜରେ ରୋହିତ ଶର୍ମା ଟିମ ଇଣ୍ଡିଆର ଅଧିନାୟକ ହେବେ। ଏହା ପୂର୍ବରୁ ବିସିସିଆଇ ସଚିବ ଜୟ ଶାହା ନିଶ୍ଚିତ କରିଛନ୍ତ, ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ଆଇସିସି ୨୦୨୫ ଚାମ୍ପିଅନ୍ସ ଟ୍ରଫିରେ ମଧ୍ୟ ଖେଳିବ।
ବିରାଟ କୋହଲି ଏବଂ ଜଶପ୍ରୀତ ବୁମ୍ରାଙ୍କ ଉପରେ ମଧ୍ୟ ଏକ ଅପଡେଟ ଆସିଛି। ରିପୋର୍ଟ ଅନୁଯାୟୀ, ଏହି ଦୁଇ ତାରକା ଖେଳାଳି ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜରେ ଖେଳିବେ ନାହିଁ। ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜରେ ବିରାଟ କୋହଲି ଏବଂ ଜସପ୍ରୀତ ବୁମ୍ରାଙ୍କୁ ବିଶ୍ରାମ ଦିଆଯିବ।
The post ଗମ୍ଭୀରଙ୍କ କଥା ରଖିଲେ ରୋହିତ ଶର୍ମା, ନେବେ ଏହି ଦାୟିତ୍ୱ appeared first on Dharitri Odia News.