ଗରମ ଗୁଳୁଗୁଳିରେ ଜନ ଜୀବନ ଅସ୍ତବ୍ୟସ୍ତ, ଆନନ୍ଦପୁର ପୌରପାଳିକା ନିଦା ବିଷ୍ଣୁ
ଆନନ୍ଦପୁର: ପ୍ରବଳ ଗ୍ରୀଷ୍ମ ପ୍ରବାହରେ ରାଜ୍ୟର ବିଭିନ୍ନ ଅଞ୍ଚଳ ତତଲା କଡେଇରେ ପରିଣତ ହୋଇ ଥିବାବେଳେ ଏଥିରୁ ବାଦ୍ ପଡିନାହିଁ ଆନନ୍ଦପୁର ସହର। ଗତ ତିନିଦିନ ହେବ ପାରଦ ଉପମୁହାଁ ହେବାରୁ ଗରମ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି। ଦିନ ୧୧ଟା ପରେ ବାହାରକୁ ବାହାରିବା ମୁସ୍କିଲ୍ ହୋଇ ପଡ଼ିଛି। ଗରମରୁ ରକ୍ଷା ପାଇବା ପାଇଁ କିଏ ଥଣ୍ଡା ପାନୀୟ ପିଉଛି ତ ଆଉକିଏ କାକୁଡି ତରଭୁଜ ଖାଇ ନିଜକୁ ସତେଜ ରଖିବାକୁ ଚେଷ୍ଟା କରୁଛନ୍ତି। ଛାଇଟିକେ ପାଇଁ ଏଠି ସମସ୍ତେ ବ୍ୟାକୁଳ। କେବଳ ମଣିଷ ନୁହଁ ଖରାତାତିରୁ ନିଜକୁ ସୁରକ୍ଷିତ ରଖିବାକୁ ପଶୁ ପକ୍ଷୀ ମଧ୍ୟ ଛାଇର ଆଶ୍ରା ନେଉଛନ୍ତି। ଏଭଳି କ୍ଷେତ୍ରରେ ପୈରପାଳିକା କିନ୍ତୁ ନିଦାବିଷ୍ଣୁ ସାଜିଥିବା ଅଭିଯୋଗ କରିଛନ୍ତି ଲୋକେ।Also read: ବୋକାରୋ ଷ୍ଟିଲ ପ୍ଲାଣ୍ଟରେ ଗ୍ୟାସ୍ ଲିକ୍ ଯୋଗୁଁ ଆତଙ୍କ, ୫ କିଲୋମିଟର ଦୂରକୁ ହଟାଗଲେ କର୍ମଚାରୀପାରା ୪୦ ଡିଗ୍ରୀ ଛୁଇଁଥିଲେ ମଧ୍ୟ ଆନନ୍ଦପୁର ପୌରପାଳିକା ତରଫରୁ ଜନସାଧାରଣଙ୍କ ସୁବିଧା ପାଇଁ ଜଳଛତ୍ରର ମଧ୍ୟ ବ୍ୟବସ୍ଥା କରାଯାଇନଥିବା ଅଭିଯୋଗ ହୋଇଛି। ଖରାକୁ ଦୃଷ୍ଟିରେ ରଖି ଆଗୁଆ ପଦକ୍ଷେପ ନେବା ଜରୁରୀ ହୋଇଥିବା ବେଳେ ପୌରପାଳିକାର ଏଭଳି ମନୋଭାବକୁ ସମାଲୋଚନା କରିଛନ୍ତି ସ୍ଥାନୀୟ ଲୋକେ। ଏ ନେଇ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ କହିବା କଥା ଗତ ବର୍ଷ ଏହି କାର୍ଯ୍ୟ ସବୁ ଏପ୍ରିଲ୍ ୧୫ ରେ ହୋଇଥିଲା। ଚଳିତ ବର୍ଷ ଆଗୁଆ ଖରା ହୋଇ
ଆନନ୍ଦପୁର: ପ୍ରବଳ ଗ୍ରୀଷ୍ମ ପ୍ରବାହରେ ରାଜ୍ୟର ବିଭିନ୍ନ ଅଞ୍ଚଳ ତତଲା କଡେଇରେ ପରିଣତ ହୋଇ ଥିବାବେଳେ ଏଥିରୁ ବାଦ୍ ପଡିନାହିଁ ଆନନ୍ଦପୁର ସହର। ଗତ ତିନିଦିନ ହେବ ପାରଦ ଉପମୁହାଁ ହେବାରୁ ଗରମ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି। ଦିନ ୧୧ଟା ପରେ ବାହାରକୁ ବାହାରିବା ମୁସ୍କିଲ୍ ହୋଇ ପଡ଼ିଛି। ଗରମରୁ ରକ୍ଷା ପାଇବା ପାଇଁ କିଏ ଥଣ୍ଡା ପାନୀୟ ପିଉଛି ତ ଆଉକିଏ କାକୁଡି ତରଭୁଜ ଖାଇ ନିଜକୁ ସତେଜ ରଖିବାକୁ ଚେଷ୍ଟା କରୁଛନ୍ତି। ଛାଇଟିକେ ପାଇଁ ଏଠି ସମସ୍ତେ ବ୍ୟାକୁଳ। କେବଳ ମଣିଷ ନୁହଁ ଖରାତାତିରୁ ନିଜକୁ ସୁରକ୍ଷିତ ରଖିବାକୁ ପଶୁ ପକ୍ଷୀ ମଧ୍ୟ ଛାଇର ଆଶ୍ରା ନେଉଛନ୍ତି। ଏଭଳି କ୍ଷେତ୍ରରେ ପୈରପାଳିକା କିନ୍ତୁ ନିଦାବିଷ୍ଣୁ ସାଜିଥିବା ଅଭିଯୋଗ କରିଛନ୍ତି ଲୋକେ।
Also read: ବୋକାରୋ ଷ୍ଟିଲ ପ୍ଲାଣ୍ଟରେ ଗ୍ୟାସ୍ ଲିକ୍ ଯୋଗୁଁ ଆତଙ୍କ, ୫ କିଲୋମିଟର ଦୂରକୁ ହଟାଗଲେ କର୍ମଚାରୀ
ପାରା ୪୦ ଡିଗ୍ରୀ ଛୁଇଁଥିଲେ ମଧ୍ୟ ଆନନ୍ଦପୁର ପୌରପାଳିକା ତରଫରୁ ଜନସାଧାରଣଙ୍କ ସୁବିଧା ପାଇଁ ଜଳଛତ୍ରର ମଧ୍ୟ ବ୍ୟବସ୍ଥା କରାଯାଇନଥିବା ଅଭିଯୋଗ ହୋଇଛି। ଖରାକୁ ଦୃଷ୍ଟିରେ ରଖି ଆଗୁଆ ପଦକ୍ଷେପ ନେବା ଜରୁରୀ ହୋଇଥିବା ବେଳେ ପୌରପାଳିକାର ଏଭଳି ମନୋଭାବକୁ ସମାଲୋଚନା କରିଛନ୍ତି ସ୍ଥାନୀୟ ଲୋକେ। ଏ ନେଇ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ କହିବା କଥା ଗତ ବର୍ଷ ଏହି କାର୍ଯ୍ୟ ସବୁ ଏପ୍ରିଲ୍ ୧୫ ରେ ହୋଇଥିଲା। ଚଳିତ ବର୍ଷ ଆଗୁଆ ଖରା ହୋଇଛି ଓ ଖରା ପାଇଁ ଖୁବ୍ ଶୀଘ୍ର ବିଭିନ୍ନ କାର୍ଯ୍ୟ କରିବାକୁ ଯାଉଛି ପୌରପାଳିକା ।