ଗଳାବାଟ ଦେଇ ଓଡ଼ିଶାକୁ ଆସୁଛି ଆଳୁ

ଭୋଗରାଇ/ ଜଳେଶ୍ୱର, ୨୮ା୭(ପ୍ରଦୀପ ଦାସ/ରବିନାରାୟଣ ପାତ୍ର): ଓଡ଼ିଶାକୁ ଆଳୁ ପରିବହନ ସ୍ଥିତି ଅପରିବର୍ତ୍ତିତ ରହିଛି। ଶୁକ୍ରବାର ଓଡ଼ିଶା ସୀମାନ୍ତ ଜାତୀୟ ରାଜପଥ ପଶ୍ଚିମବଙ୍ଗ ସୋନାକଣିଆ ଓ ଦାନ୍ତୁନରେ ପଶ୍ଚିମବଙ୍ଗ ପ୍ରଶାସନ ଓଡ଼ିଶାକୁ ଆସୁଥିବା ଶତାଧିକ ଆଳୁ ବୋଝେଇ ଟ୍ରକ ଫେରାଇ ନେଇଥିବା ବେଳେ ଶନିବାର ମଧ୍ୟ ଅନୁରୂପ ସ୍ଥିତି ଦେଖିବାକୁ ମିଳିଛି। ସୀମାନ୍ତରେ ଜଗିବସିଛନ୍ତି ପଶ୍ଚିମବଙ୍ଗ ପୋଲିସ ଓ ଟାସ୍କଫୋର୍ସ। ଏଭଳି ସ୍ଥିତିରେ ଓଡ଼ିଶା ଓ ପଶ୍ଚିମବଙ୍ଗ ଆଳୁ ବ୍ୟବସାୟୀମାନେ ଓଡ଼ିଶା ସୀମାନ୍ତକୁ ସଂଯୋଗ ଥିବା ଗଳାବାଟ […] The post ଗଳାବାଟ ଦେଇ ଓଡ଼ିଶାକୁ ଆସୁଛି ଆଳୁ appeared first on Dharitri Odia News.

ଗଳାବାଟ ଦେଇ ଓଡ଼ିଶାକୁ ଆସୁଛି ଆଳୁ

ଭୋଗରାଇ/ ଜଳେଶ୍ୱର, ୨୮ା୭(ପ୍ରଦୀପ ଦାସ/ରବିନାରାୟଣ ପାତ୍ର): ଓଡ଼ିଶାକୁ ଆଳୁ ପରିବହନ ସ୍ଥିତି ଅପରିବର୍ତ୍ତିତ ରହିଛି। ଶୁକ୍ରବାର ଓଡ଼ିଶା ସୀମାନ୍ତ ଜାତୀୟ ରାଜପଥ ପଶ୍ଚିମବଙ୍ଗ ସୋନାକଣିଆ ଓ ଦାନ୍ତୁନରେ ପଶ୍ଚିମବଙ୍ଗ ପ୍ରଶାସନ ଓଡ଼ିଶାକୁ ଆସୁଥିବା ଶତାଧିକ ଆଳୁ ବୋଝେଇ ଟ୍ରକ ଫେରାଇ ନେଇଥିବା ବେଳେ ଶନିବାର ମଧ୍ୟ ଅନୁରୂପ ସ୍ଥିତି ଦେଖିବାକୁ ମିଳିଛି। ସୀମାନ୍ତରେ ଜଗିବସିଛନ୍ତି ପଶ୍ଚିମବଙ୍ଗ ପୋଲିସ ଓ ଟାସ୍କଫୋର୍ସ। ଏଭଳି ସ୍ଥିତିରେ ଓଡ଼ିଶା ଓ ପଶ୍ଚିମବଙ୍ଗ ଆଳୁ ବ୍ୟବସାୟୀମାନେ ଓଡ଼ିଶା ସୀମାନ୍ତକୁ ସଂଯୋଗ ଥିବା ଗଳାବାଟ ଦେଇ ଓଡ଼ିଶା ମଧ୍ୟକୁ କୌଶଳକ୍ରମେ ଆଳୁ ଗାଡି ପାର୍‌ କରୁଛନ୍ତି।ଗାଡି ପାରିବେଳେ ବିଭିନ୍ନ ସ୍ଥାନରେ ଦଲାଲମାନେ ମୋଟା ଅଙ୍କର ଅର୍ଥ ନେଇ ଗାଡ଼ି ଛାଡୁଥିବା ଶୁଣିବାକୁ ମିଳୁଛି। ପଶ୍ଚିମବଙ୍ଗରେ ଆଳୁ ବ୍ୟବସାୟୀଙ୍କ ଧର୍ମଘଟ ପ୍ରତ୍ୟାହୃତ ହୋଇଥିଲେ ମଧ୍ୟ ୬ଦିନ ଧରି ଓଡିଶାକୁ ଆଳୁ ପରିବହନ ଠପ୍‌ ହୋଇଛି। ଲୁଚା ଛପାରେ ଆଳୁଗାଡି ବାଲେଶ୍ୱର ଜିଲାକୁ ଶନିବାର ଆସିଥିବାରୁ ଆଳୁର ବଜାରଦର କେଜି ପ୍ରତି ୫୦ଟଙ୍କାରୁ ୪୦ଟଙ୍କାକୁ ଖସିଛି। ହେଲେ ଓଡ଼ିଶାର ଅନ୍ୟ ଜିଲାରେ ଆଳୁର ଦାମ ଅପରିବର୍ତ୍ତିତ ରହିଥିବା ସୂଚନା ମିଳିଛି।
ଅପରପକ୍ଷରେ ବାଲେଶ୍ୱର ଜିଲା ଯୋଗାଣ ଅଧିକାରୀ ନିରୋଜ ରଞ୍ଜନ ଦାସଙ୍କ ସହିତ ଟାସ୍କଫୋର୍ସ ମିଳିତ ଭାବେ ଜିଲାର ବିଭନ୍ନ ସ୍ଥାନରେ ସ୍ଥିତି ପରଖି ଆଳୁ ବ୍ୟବସାୟୀଙ୍କୁ ଭେଟିଛନ୍ତି l କେଜି ପ୍ରତି ଅତିବେଶିରେ ୩୫ ଟଙ୍କାରେ ଆଳୁ ବିକ୍ରି ନିମନ୍ତେ ସେ ବ୍ୟବସାୟୀଙ୍କୁ ନିର୍ଦ୍ଦେଶ ଦେବା ସହିତ ଅଧିକ ମହଜୁଦ୍‌କାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି। ପଶ୍ଚିମବଙ୍ଗରେ ଆଳୁର ସ୍ବାଭାବିକ ଦାମ ଓ ଆବଶ୍ୟକ ବଜାର ନିୟନ୍ତ୍ରଣ ନ ହେବା ଯାଏ ଭିନ୍ନ ରାଜ୍ୟକୁ ଆଳୁ ରପ୍ତାନୀ ସମ୍ଭବ ନୁହେଁ ବୋଲି ପଶ୍ଚିମବଙ୍ଗ ସରକାର କହିଛନ୍ତି l ପଶ୍ଚିମବଙ୍ଗ ସରକାର ଓଡିଶା ସମେତ ଝାଡ଼ଖଣ୍ଡ, ବିହାର, ତ୍ରିପୁରା ଓ ଆସାମ ରାଜ୍ୟକୁ ଆଳୁ ରପ୍ତାନୀ ଉପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଥିବାରୁ ଆଳୁର ସଙ୍କଟ ଦେଖାଦେଇଛି। ୫ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ବିରୋଧୀ ଦଳର ନେତା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ମନାଇବାରେ ଆଲୋଚନା ଜାରିରଖିଥିବାର ସୂଚନା ମିଳିଛି।
ଜଳେଶ୍ୱର ପ୍ରତିନିଧିଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ଜାମଶୋଳା ତନଖି ଫାଟକଠାରେ ପାରି ହେଉଥିବା ଆଳୁ ଟ୍ରକ୍‌ଠାରୁ ୩୦ହଜାର ଟଙ୍କା, ସୁନାକଣିଆଠାରେ ୩୫ହଜାର ଟଙ୍କା ନେଇ ପଶ୍ଚିମବଙ୍ଗ ପୋଲିସ କେତେକ ଗାଡିକୁ ଓଡ଼ିଶା ଛାଡିଛି। ଏଭଳି ପରିସ୍ଥିତିରେ ଜଳେଶ୍ୱରରେ ୫୦ଟଙ୍କାରେ ଆଳୁ ବିକ୍ରି ହେଉଛି। ଜଳେଶ୍ୱର ବଜାରରେ ଥିବା ଆଳୁ ଗୋଦାମ ଉପରେ ଶନିବାର ଯୋଗାଣ ବିଭାଗ ପକ୍ଷରୁ ଚଢାଉ ଆରମ୍ଭ ହୋଇଛି। ଜିଲା ମୁଖ୍ୟ ଯୋଗାଣ ଅଧିକାରୀ ନିରୋଜ ରଞ୍ଜନ ଦାସ, ଜିଲା ସହକାରୀ ଯୋଗାଣ ଅଧିକାରୀ ହିମାଂଶୁ ସାହୁ ଓ ମାର୍କେଟିଂ ଇଣ୍ଟେଲିଜେନ୍ସ ବୁଦ୍ଧିରାମ ସୋରେନ, ଜଳେଶ୍ୱର ଯୋଗାଣ ନିରୀକ୍ଷକ ଅବନ୍ତିକା ସାହୁ ପ୍ରମୁଖ ଜଳେଶ୍ୱରର ୩ଟି ଗୋଦାମ ଉପରେ ଚଢାଉ କରିଥିଲେ। ଗୋଦାମରେ ଆଳୁ ଜମାଥିବାରୁ ଯୋଗାଣ ବିଭାଗ ପକ୍ଷରୁ ଖବରଦାତାମାନଙ୍କୁ ସୂଚନା ଦିଆଯାଇଛି। ରବିବାର ଜଳେଶ୍ୱରରେ ଚଢାଉ ଜୋରଦାର କରାଯିବ ବୋଲି ମୁଖ୍ୟ ଯୋଗାଣ ଅଧିକାରୀ କହିଛନ୍ତି। ଆଳୁର ମୂଲ୍ୟ ୩୫ ଟଙ୍କାରୁ ଅଧିକ ନ ହେବା ପାଇଁ ତାଗିଦ୍‌ କରିଛନ୍ତି।

The post ଗଳାବାଟ ଦେଇ ଓଡ଼ିଶାକୁ ଆସୁଛି ଆଳୁ appeared first on Dharitri Odia News.