ଗହଣା ବ୍ୟବସାୟୀଙ୍କୁ ଗୁଳିମାଡ଼ କରି ଲୁଟିନେଲେ ୭ ଲକ୍ଷର ଅଳଙ୍କାର
ରୂପସା,୭।୪ (ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ମଛଦା ଗାଁ ନିକଟରେ ଗୁଳି ଫୁଟାଇ ଜନୈକ ଗହଣା ଦୋକାନୀଙ୍କଠାରୁ ଦୁର୍ବୃତ୍ତମାନେ ଗହଣା ଲୁଟ୍ କରି ଫେରାର ହୋଇଯାଇଛନ୍ତି। ଏହି ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଲୁଟ୍ର ଶିକାର ହୋଇଥିବା ବ୍ୟବସାୟୀଜଣଙ୍କ ହେଲେ କାହ୍ନୁଚରଣ କାମିଳା। ସୂଚନାନୁଯାୟୀ, ସିଂଲା ଥାନା ଅନ୍ତର୍ଗତ ନାଇକୁଡ଼ି ଗ୍ରାମର କାହ୍ନୁଚରଣଙ୍କର ବସ୍ତା ଥାନା ଅନ୍ତର୍ଗତ ପତ୍ରଝଡ଼ା ବଜାରରେ ଏକ ଗହଣା ଦୋକାନ ରହିଛି। ଶନିବାର ପତ୍ରଝଡ଼ା […] The post ଗହଣା ବ୍ୟବସାୟୀଙ୍କୁ ଗୁଳିମାଡ଼ କରି ଲୁଟିନେଲେ ୭ ଲକ୍ଷର ଅଳଙ୍କାର appeared first on Dharitri Odia News.
ରୂପସା,୭।୪ (ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ମଛଦା ଗାଁ ନିକଟରେ ଗୁଳି ଫୁଟାଇ ଜନୈକ ଗହଣା ଦୋକାନୀଙ୍କଠାରୁ ଦୁର୍ବୃତ୍ତମାନେ ଗହଣା ଲୁଟ୍ କରି ଫେରାର ହୋଇଯାଇଛନ୍ତି। ଏହି ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଲୁଟ୍ର ଶିକାର ହୋଇଥିବା ବ୍ୟବସାୟୀଜଣଙ୍କ ହେଲେ କାହ୍ନୁଚରଣ କାମିଳା।
ସୂଚନାନୁଯାୟୀ, ସିଂଲା ଥାନା ଅନ୍ତର୍ଗତ ନାଇକୁଡ଼ି ଗ୍ରାମର କାହ୍ନୁଚରଣଙ୍କର ବସ୍ତା ଥାନା ଅନ୍ତର୍ଗତ ପତ୍ରଝଡ଼ା ବଜାରରେ ଏକ ଗହଣା ଦୋକାନ ରହିଛି। ଶନିବାର ପତ୍ରଝଡ଼ା ସାପ୍ତାହିକ ହାଟ ଥିବାରୁ କାହ୍ନୁଚରଣ ହାଟ ସାରି ରାତିରେ ଦୋକାନ ବନ୍ଦ କରି ଘରକୁ ଫେରିଥିଲେ। ଏହି ସମୟରେ ବସ୍ତା ଆଡ଼ୁ ୬ ଦୃର୍ବୁତ୍ତ ୨ କଳା ପଲସର୍ ବାଇକରେ ପିଛା କରି ମଛଦା ନିକଟରେ ତାଙ୍କୁ ଅଟକାଇବାକୁ ଉଦ୍ୟମ କରିଥିଲେ।ମାତ୍ର ସେ ନ ଅଟକିବାରୁ ଦୃର୍ବୁତ୍ତମାନେ ତାଙ୍କୁ ପଛରୁ ଦୁଇ ଥର ଗୁଳି କରିିଥିଲେ। ଗୋଟିଏ ଗୁଳି ତାଙ୍କ କାନ୍ଧ ଦେଇ ପାର ହୋଇଯାଇଥିଲା। ଏହାଦେଖି କାହ୍ନୁ ଭୟରେ ତଳେ ପଡ଼ିଯାଇଥିଲେ। ଏହି ସମୟରେ ଲୁଟେରା ମାନେ କାହ୍ନୁଙ୍କୁ ଭୁଜାଲି ଓ ବନ୍ଧୁକ ଦେଖାଇ ତାଙ୍କ ବାଇକ୍ ଡିକି ଭାଙ୍ଗି ୫ରୁ ୬କେଜି ଓଜନର ରୂପା ଗହଣା ସମେତ ୭୦ ରୁ ୮୦ ଗ୍ରାମ ଓଜନର ସୁନା ଅଳଙ୍କାରକୁ ଲୁଟି ଚମ୍ପଟ ମାରିଥିଲେ। ଏନେଇ ଲୁଟର ଶିକାର ହୋଇ ଥିବା କାହ୍ନୁ ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଲୁଟ ହୋଇଥିବା ଗହଣାର ଆନୁମାନିକ ମୂଲ୍ୟ ୭ ଲକ୍ଷରୁ ଊଦ୍ଧର୍ବ ହେବ ବୋଲି ଅନୁମାନ କରାଯାଇଛି। ଉକ୍ତ ସ୍ଥାନରୁ ଗୋଟିଏ ଫୁଟା ଗୁଳିକୁ ମଧ୍ୟ ପୋଲିସ ଜବତ କରି ତଦନ୍ତ ଜାରି ରଖିଛି l
The post ଗହଣା ବ୍ୟବସାୟୀଙ୍କୁ ଗୁଳିମାଡ଼ କରି ଲୁଟିନେଲେ ୭ ଲକ୍ଷର ଅଳଙ୍କାର appeared first on Dharitri Odia News.