ଗାଁ ଦାଣ୍ଡରେ କଙ୍ଗାରୁ କୋର୍ଟ: ଦୁଇ ଦଳିତଙ୍କୁ ଲଣ୍ଡା କରି ନର୍ଦ୍ଦମା ପାଣି ପିଆଇଲେ
ଧରାକୋଟ,୨୨।୬: ଗାଁ ଦାଣ୍ଡରେ କଙ୍ଗାରୁ କୋର୍ଟ । ଦୁଇ ଦଳିତଙ୍କୁ ଅଧା ଲଣ୍ଡା କରି ଗାଁ ଦାଣ୍ଡରେ ଆଣ୍ଠେଇ ଦୁଇ କି.ମି. ଚଲାଇବା ସହ ନର୍ଦ୍ଦମା ପାଣି ପିଆଇଛନ୍ତି ଲୋକେ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲା ଧରାକୋଟ ଥାନା ଅନ୍ତର୍ଗତ ଖାରିଗୁମ୍ମା ଗ୍ରାମରେ। ଦଣ୍ଡ ପାଇଥିବା ଦୁଇ ବ୍ୟକ୍ତି ହେଲେ ସିଙ୍ଗିପୁର ଗ୍ରାମର ବୁଲୁ ନାୟକ ଏବଂ ବାବୁଲା ନାୟକ ମିଳିଥିବା ସୂଚନା ମୁତାବକ, ଝିଅଙ୍କୁ ଯୌତୁକ ଦେବା ପାଇଁ ବୁଲୁ […] The post ଗାଁ ଦାଣ୍ଡରେ କଙ୍ଗାରୁ କୋର୍ଟ: ଦୁଇ ଦଳିତଙ୍କୁ ଲଣ୍ଡା କରି ନର୍ଦ୍ଦମା ପାଣି ପିଆଇଲେ appeared first on Dharitri Odia News.
ଧରାକୋଟ,୨୨।୬: ଗାଁ ଦାଣ୍ଡରେ କଙ୍ଗାରୁ କୋର୍ଟ । ଦୁଇ ଦଳିତଙ୍କୁ ଅଧା ଲଣ୍ଡା କରି ଗାଁ ଦାଣ୍ଡରେ ଆଣ୍ଠେଇ ଦୁଇ କି.ମି. ଚଲାଇବା ସହ ନର୍ଦ୍ଦମା ପାଣି ପିଆଇଛନ୍ତି ଲୋକେ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲା ଧରାକୋଟ ଥାନା ଅନ୍ତର୍ଗତ ଖାରିଗୁମ୍ମା ଗ୍ରାମରେ। ଦଣ୍ଡ ପାଇଥିବା ଦୁଇ ବ୍ୟକ୍ତି ହେଲେ ସିଙ୍ଗିପୁର ଗ୍ରାମର ବୁଲୁ ନାୟକ ଏବଂ ବାବୁଲା ନାୟକ
ମିଳିଥିବା ସୂଚନା ମୁତାବକ, ଝିଅଙ୍କୁ ଯୌତୁକ ଦେବା ପାଇଁ ବୁଲୁ ଏବଂ ବାବୁଲା ହରିପୁରରୁ ୩ଟି ଗାଈ ଧରି ସିଙ୍ଗିପୁର ଯାଉଥିଲେ। ହେଲେ ଖାରିଗୁମ୍ମାଠାରେ ତାଙ୍କୁ କିଛି ଲୋକ ଅଟକାଇ ଗୋରୁ ଚାଲାଣ କରୁଥିବା କହି ପଇସା ମାଗିଥିଲେ l ପଇସା ନ ଦେବାରୁ ସେମାନଙ୍କୁ ମାଡ଼ ମାରି ସେଲୁନରେ ଅଧା ଲଣ୍ଡା କରିଥିଲେ। ପରେ ସେମାନଙ୍କୁ ଖାରିଗୁମ୍ମାଠାରୁ ପାଦରେ ଚଳାଇ ଜାହାଡା ଆଣିଥିଲେ। ଏପରିକି ସେମାନଙ୍କୁ ଗାଁ ଦାଣ୍ଡରେ ଆଣ୍ଠେଇ ଚଲାଇ ଘାସ ଖୁଆଇବା ସହ ନର୍ଦ୍ଦମା ପାଣି ପିଇବାକୁ ବାଧ୍ୟ କରିଥିଲେ। ହେଲେ ବୁଲୁ ଏବଂ ବାବୁଲା ସେଠାରୁ କୌଶଳ କ୍ରମେ ଖସି ଆସି ଘଟଣା ସଂକ୍ରାନ୍ତରେ ଧରାକୋଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ।
ଉଭୟଙ୍କ ମୁଣ୍ଡ ଏବଂ ପିଠିରେ ଆଘାତ ଲାଗିଥିବା ବେଳେ ଧରାକୋଟ ପୋଲିସ ସେମାନଙ୍କୁ ଉଦ୍ଧାର କରି ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ଏ ନେଇ ଧରାକୋଟ ଥାନାରେ ଏକ ମାମଲା ରୁଜୁ ହେବା ସହ ୭ରୁ ୮ଜଣ ଅଭିଯୁକ୍ତ ଘଟଣାରେ ସମ୍ପୃକ୍ତ ଥିବା ନେଇ ଧରାକୋଟ ଥାନା ଅଧିକାରୀ ଚନ୍ଦ୍ରିକା ସ୍ବାଇଁ ପ୍ରକାଶ କରିଛନ୍ତି। ଯେଉଁମାନେ ଆଇନ ହାତକୁ ନେଇଛନ୍ତି ସେମାନଙ୍କୁ କଠୋର ଦଣ୍ଡ ଦିଆଯିବ ବୋଲି ଥାନା ଅଧିକାରୀ କହିଛନ୍ତି। ଅନ୍ୟପକ୍ଷେ ପୋଲିସ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।
The post ଗାଁ ଦାଣ୍ଡରେ କଙ୍ଗାରୁ କୋର୍ଟ: ଦୁଇ ଦଳିତଙ୍କୁ ଲଣ୍ଡା କରି ନର୍ଦ୍ଦମା ପାଣି ପିଆଇଲେ appeared first on Dharitri Odia News.