ଗାଁ ଦାଣ୍ଡରେ ବୁଲିଲା ଗୋଠଛଡ଼ା ଦନ୍ତା, ଲୋକେ ଭୟଭୀତ
ଆନନ୍ଦପୁର,୩ା୩(ସୁଶାନ୍ତ କୁମାର ସାହୁ): କପିଳାସ ଅଞ୍ଚଳରୁ ଆସି ଆନନ୍ଦପୁର ଉପଖଣ୍ତରେ ଗାଁକୁ ଗାଁ ବୁଲୁଥିବା ଗୋଠଛଡ଼ା ଦନ୍ତା ରବିବାର ରାତିରେ ବିଭିନ୍ନ ଗାଁ ଗଣ୍ତା ପରିକ୍ରମା କରି ସୋମବାର ଭୋର୍ରୁ ସୁରକ୍ଷିତ ଭାବେ ଆନନ୍ଦପୁର ଭଦ୍ରକ ୫୩ ନମ୍ବର ରାଜ୍ୟ ରାଜପଥ ଦେଇ ଫକୀରପୁର, ଶାଳବଣୀ ଛକ ଦେଇ ତରତରା ଛକଠାରୁ ଚକ୍ରତୀର୍ଥ ରାସ୍ତାରେ ଯାଇ କାଠକଟା ଶିଆପଡ଼ା ନିକଟରେ ହଦଗଡ଼ ଜଙ୍ଗଲକୁ ପଳାଇଥିଲା। ଆନନ୍ଦପୁର ଡିଏଫ୍ ଅଭୟ କୁମାର ଦଳେଇଙ୍କ ନିର୍ଦ୍ଦେଶକ୍ରମେ ଏସିଏଫ୍ ଅଶୋକ ବିଶ୍ୱାଳଙ୍କ […] The post ଗାଁ ଦାଣ୍ଡରେ ବୁଲିଲା ଗୋଠଛଡ଼ା ଦନ୍ତା, ଲୋକେ ଭୟଭୀତ appeared first on Dharitri Odia News.
ଆନନ୍ଦପୁର,୩ା୩(ସୁଶାନ୍ତ କୁମାର ସାହୁ): କପିଳାସ ଅଞ୍ଚଳରୁ ଆସି ଆନନ୍ଦପୁର ଉପଖଣ୍ତରେ ଗାଁକୁ ଗାଁ ବୁଲୁଥିବା ଗୋଠଛଡ଼ା ଦନ୍ତା ରବିବାର ରାତିରେ ବିଭିନ୍ନ ଗାଁ ଗଣ୍ତା ପରିକ୍ରମା କରି ସୋମବାର ଭୋର୍ରୁ ସୁରକ୍ଷିତ ଭାବେ ଆନନ୍ଦପୁର ଭଦ୍ରକ ୫୩ ନମ୍ବର ରାଜ୍ୟ ରାଜପଥ ଦେଇ ଫକୀରପୁର, ଶାଳବଣୀ ଛକ ଦେଇ ତରତରା ଛକଠାରୁ ଚକ୍ରତୀର୍ଥ ରାସ୍ତାରେ ଯାଇ କାଠକଟା ଶିଆପଡ଼ା ନିକଟରେ ହଦଗଡ଼ ଜଙ୍ଗଲକୁ ପଳାଇଥିଲା। ଆନନ୍ଦପୁର ଡିଏଫ୍ ଅଭୟ କୁମାର ଦଳେଇଙ୍କ ନିର୍ଦ୍ଦେଶକ୍ରମେ ଏସିଏଫ୍ ଅଶୋକ ବିଶ୍ୱାଳଙ୍କ ସହ ବନବିଭାଗର ଉଚ୍ଚ ପଦାଧିକାରୀଙ୍କ ସହ ୧୦୦ରୁ ଊର୍ଦ୍ଧ୍ୱ ବନ କର୍ମଚାରୀ ହାତୀର ଗତିବିଧି ନଜର କରିବା ସହ ରାତିରେ ମଶାଲ ଜାଳି ହାତୀ ପଛେ ପଛେ ରହି ସୁରକ୍ଷିତ ଭାବରେ ହଦଗଡ଼ ହସ୍ତି ଅଭୟାରଣ୍ୟରେ ପହଞ୍ଚାଇଥିଲେ। ଜନସାଧାରଣଙ୍କ ସହଯୋଗ ଏବଂ ବନବିଭାଗ କର୍ମଚାରୀଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁ ବିନା କ୍ଷୟକ୍ଷତି ଏବଂ ଧନ ଜୀବନ ହାନିରେ ହାତୀ ତା’ର ଗନ୍ତବ୍ୟ ସ୍ଥଳରେ ପହଞ୍ଚିଥିବା ଜଣାପଡ଼ିଛି।
The post ଗାଁ ଦାଣ୍ଡରେ ବୁଲିଲା ଗୋଠଛଡ଼ା ଦନ୍ତା, ଲୋକେ ଭୟଭୀତ appeared first on Dharitri Odia News.