ଗାଁ ନିକଟରେ ବୁଲୁଛି ଘାଇଲା ଦନ୍ତା, ଭୟଭୀତ ଅବସ୍ଥାରେ ଗ୍ରାମବାସୀ
ଆନନ୍ଦପୁର: ଗାଁ ନିକଟରେ ବୁଲୁଛି ଘାଇଲା ଦନ୍ତା। ଘଟଗାଁ ବନଖଣ୍ଡ ଅଧୀନ ଅଟେଇ ସଂରକ୍ଷିତ ଜଙ୍ଗଲର ନୁଆପଡ଼ା ନିକଟରେ ଗତ ଦୁଇଦିନ ହେବ ଏକ ଘାଇଲା ଦନ୍ତା ହାତୀ ବୁଲୁଥିବା ଜଣାପଡ଼ିଛି। ହାତୀକୁ ଦେଖି ସ୍ଥାନୀୟ ଲୋକ ଭୟଭୀତ ହୋଇପଡ଼ିଥିବାବେଳେ, ଖବର ପାଇଁ ବନବିଭାଗ ଟିମ୍ ଘଟଣାସ୍ଥଳରେ ପହଞ୍ଚି ହାତୀକୁ ଟ୍ରାଙ୍କୁଲାଇଜ୍ କରିବାକୁ ଉଦ୍ୟମ କରିଥିଲେବି ସଫଳ ହୋଇପାରିନାହିଁ । ତେବେ ଶନିବାର ସକାଳୁ ପୁଣିଥରେ ହାତୀକୁ ଟ୍ରାଙ୍କୁଲାଇଜ୍ କରିବାକୁ ଉଦ୍ୟମ କରାଯିବା ନେଇ ବନ ବିଭାଗ ତରଫରୁ କୁହାଯାଇଛି। ତେବେ କେହି ଦୃବୁର୍ତ୍ତ ହାତୀକୁ ତୀରମାଡ଼ କରିଥିବାରୁ ହାତୀଟି ଭଲଭାବେ ଚାଲି ପାରୁନଥିବା ଗାଁ ଲୋକେ ସନ୍ଦେହ କରାଯାଉଛି।
ଆନନ୍ଦପୁର: ଗାଁ ନିକଟରେ ବୁଲୁଛି ଘାଇଲା ଦନ୍ତା। ଘଟଗାଁ ବନଖଣ୍ଡ ଅଧୀନ ଅଟେଇ ସଂରକ୍ଷିତ ଜଙ୍ଗଲର ନୁଆପଡ଼ା ନିକଟରେ ଗତ ଦୁଇଦିନ ହେବ ଏକ ଘାଇଲା ଦନ୍ତା ହାତୀ ବୁଲୁଥିବା ଜଣାପଡ଼ିଛି। ହାତୀକୁ ଦେଖି ସ୍ଥାନୀୟ ଲୋକ ଭୟଭୀତ ହୋଇପଡ଼ିଥିବାବେଳେ, ଖବର ପାଇଁ ବନବିଭାଗ ଟିମ୍ ଘଟଣାସ୍ଥଳରେ ପହଞ୍ଚି ହାତୀକୁ ଟ୍ରାଙ୍କୁଲାଇଜ୍ କରିବାକୁ ଉଦ୍ୟମ କରିଥିଲେବି ସଫଳ ହୋଇପାରିନାହିଁ ।
ତେବେ ଶନିବାର ସକାଳୁ ପୁଣିଥରେ ହାତୀକୁ ଟ୍ରାଙ୍କୁଲାଇଜ୍ କରିବାକୁ ଉଦ୍ୟମ କରାଯିବା ନେଇ ବନ ବିଭାଗ ତରଫରୁ କୁହାଯାଇଛି। ତେବେ କେହି ଦୃବୁର୍ତ୍ତ ହାତୀକୁ ତୀରମାଡ଼ କରିଥିବାରୁ ହାତୀଟି ଭଲଭାବେ ଚାଲି ପାରୁନଥିବା ଗାଁ ଲୋକେ ସନ୍ଦେହ କରାଯାଉଛି।