ଭାରତର ଏପରି ଜଣେ ଓକିଲ; କୋର୍ଟରେ କେସ୍ ଲଢିବାକୁ ଯାଉଥିଲେ ନିଜ ବିମାନରେ
ନୂଆଦିଲ୍ଲୀ ୧୫।୦୮: ୫୦-୬୦ ଦଶକର ଜଣେ ଓକିଲ୍ । କେସ୍ ଲଢିବାକୁ ନିଜ ପର୍ସନାଲ୍ ବିମାନରେ ଆସୁଥିଲେ ସୁପ୍ରିମକୋର୍ଟ । ତାଙ୍କ ପାଖରେ ରହିଥିଲା L5ର ଦୁଇ ସିଟର ବିମାନ ରହିଥିଲା । ଏହି ବିମାନରେ ସେ ପାଟଣାରୁ ଦିଲ୍ଲୀ ସବୁବେଳେ କରନ୍ତି ଯାତ୍ରା । ଏମିତିକି ଏହି ଯାତ୍ରା ମଧ୍ୟରେ ଲକ୍ଷ୍ନୌରେ ବିମାନର ଭରନ୍ତି ଇନ୍ଧନ । ସେ ନିଜର ଛୋଟ ବିମାନକୁ ସଫଦରଜଙ୍ଗ ବିମାନବନ୍ଦର ପାର୍କ କରନ୍ତି ଏବଂ ସୁପ୍ରିମକୋର୍ଟରେ ନିଜର କେସ୍ ଲଢନ୍ତି । ଏହାପରେ ପୁଣି ନିଜ ବିମାନ ଧରି ପାଟଣା ଫେରି ଆସନ୍ତି । ଯଦି କୌଣସି ଛୋଟ କୋର୍ଟରେ ତାଙ୍କ କେସ୍ ପଡେ, ଆଉ ତାଙ୍କ ବିମାନକୁ ପାର୍କ କରିବାକୁ ସ୍ଥାନ ନଥାଏ, ତେବେ ସେ ଦୂରରେ ବିମାନକୁ ଲ୍ୟାଣ୍ଡ କରନ୍ତି । ଆଉ ବିମାନରୁ ଓହ୍ଲାଇ କ୍ଲାଇଣ୍ଟଙ୍କ ସହ ସାଇକେଲ୍ରେ ଯାଆନ୍ତି କୋର୍ଟକୁ । ତେବେ ଓକିଲ ଜଣକ ହେଉଛନ୍ତି ଆକବର ଇମାମ୍ । ୫୦-୬୦ ଦଶକରେ ସେ ଥିଲେ ଖୁବ୍ ପ୍ରସିଦ୍ଧ । ଆକବର ପ୍ରସିଦ୍ଧ ଇମାମ ପରିବାରର ଥିଲେ । ଏହାର ଆଲୋଚନା ପାଟଣା ହାଇକୋର୍ଟର ଜଷ୍ଟିସ ସୁଧୀର କ୍ୟାଟ୍ରିୟାର ତାଙ୍କ ପୁସ୍ତକ “ପାଟନା ହାଇକୋର୍ଟ: ଏକ ସେଞ୍ଚୁରୀ ଅଫ୍ ଗ୍ଲୋରୀ” ରେ ଉଲ୍ଲେଖ କରିଛନ୍ତି । ସେ କହିଛନ୍ତି କି ପାଟନା ହାଇକୋର୍ଟର ସ୍ତମ୍ଭ ଥିବା ପରିବାରମାନଙ୍କ ମଧ୍ୟରେ ସବୁଠାରୁ ବଡ ଥିଲେ ଇମାମ ପରିବାର । ଏମାନେ ଓକିଲ କିମ୍ବା ଜଜ୍ ଭାବରେ ସଚ୍ଚୋଟତାର ସହ ନିଜର ଚମତ୍କାର ସଫଳତା ପାଇଁ ଜଣାଶୁଣା।ଆକବରଙ୍କ ଜନ୍ମ ପାଟ
ନୂଆଦିଲ୍ଲୀ ୧୫।୦୮: ୫୦-୬୦ ଦଶକର ଜଣେ ଓକିଲ୍ । କେସ୍ ଲଢିବାକୁ ନିଜ ପର୍ସନାଲ୍ ବିମାନରେ ଆସୁଥିଲେ ସୁପ୍ରିମକୋର୍ଟ । ତାଙ୍କ ପାଖରେ ରହିଥିଲା L5ର ଦୁଇ ସିଟର ବିମାନ ରହିଥିଲା । ଏହି ବିମାନରେ ସେ ପାଟଣାରୁ ଦିଲ୍ଲୀ ସବୁବେଳେ କରନ୍ତି ଯାତ୍ରା । ଏମିତିକି ଏହି ଯାତ୍ରା ମଧ୍ୟରେ ଲକ୍ଷ୍ନୌରେ ବିମାନର ଭରନ୍ତି ଇନ୍ଧନ ।
ସେ ନିଜର ଛୋଟ ବିମାନକୁ ସଫଦରଜଙ୍ଗ ବିମାନବନ୍ଦର ପାର୍କ କରନ୍ତି ଏବଂ ସୁପ୍ରିମକୋର୍ଟରେ ନିଜର କେସ୍ ଲଢନ୍ତି । ଏହାପରେ ପୁଣି ନିଜ ବିମାନ ଧରି ପାଟଣା ଫେରି ଆସନ୍ତି । ଯଦି କୌଣସି ଛୋଟ କୋର୍ଟରେ ତାଙ୍କ କେସ୍ ପଡେ, ଆଉ ତାଙ୍କ ବିମାନକୁ ପାର୍କ କରିବାକୁ ସ୍ଥାନ ନଥାଏ, ତେବେ ସେ ଦୂରରେ ବିମାନକୁ ଲ୍ୟାଣ୍ଡ କରନ୍ତି । ଆଉ ବିମାନରୁ ଓହ୍ଲାଇ କ୍ଲାଇଣ୍ଟଙ୍କ ସହ ସାଇକେଲ୍ରେ ଯାଆନ୍ତି କୋର୍ଟକୁ ।
ତେବେ ଓକିଲ ଜଣକ ହେଉଛନ୍ତି ଆକବର ଇମାମ୍ । ୫୦-୬୦ ଦଶକରେ ସେ ଥିଲେ ଖୁବ୍ ପ୍ରସିଦ୍ଧ । ଆକବର ପ୍ରସିଦ୍ଧ ଇମାମ ପରିବାରର ଥିଲେ । ଏହାର ଆଲୋଚନା ପାଟଣା ହାଇକୋର୍ଟର ଜଷ୍ଟିସ ସୁଧୀର କ୍ୟାଟ୍ରିୟାର ତାଙ୍କ ପୁସ୍ତକ “ପାଟନା ହାଇକୋର୍ଟ: ଏକ ସେଞ୍ଚୁରୀ ଅଫ୍ ଗ୍ଲୋରୀ” ରେ ଉଲ୍ଲେଖ କରିଛନ୍ତି । ସେ କହିଛନ୍ତି କି ପାଟନା ହାଇକୋର୍ଟର ସ୍ତମ୍ଭ ଥିବା ପରିବାରମାନଙ୍କ ମଧ୍ୟରେ ସବୁଠାରୁ ବଡ ଥିଲେ ଇମାମ ପରିବାର । ଏମାନେ ଓକିଲ କିମ୍ବା ଜଜ୍ ଭାବରେ ସଚ୍ଚୋଟତାର ସହ ନିଜର ଚମତ୍କାର ସଫଳତା ପାଇଁ ଜଣାଶୁଣା।
ଆକବରଙ୍କ ଜନ୍ମ ପାଟନାରେ ସୟଦ ଜାଫର ଇମାମ ଏବଂ ଆସମା ଇମାମଙ୍କ ଘରେ ହୋଇଥିଲା । ତାଙ୍କ ପିତା ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ଥିଲେ । ଫେବୃଆରୀ ୧୯୬୪ରେ ଜଷ୍ଟିସ୍ ବିପି ସିହ୍ନାଙ୍କ ଅବସର ପରେ ଭାରତର ପ୍ରଧାନ ବିଚାରପତି ହୋଇଥାନ୍ତେ । କିନ୍ତୁ ତାଙ୍କ ଅସୁସ୍ଥତା କାରଣରୁ ଏପରି ହୋଇପାରିନଥିଲା ।
ଆକବର ଇମାମ ମୁସୋରୀର ସେଣ୍ଟ ଜର୍ଜରେ ପାଠ ପଢିଥିଲେ ଏବଂ ପରେ କେମ୍ବ୍ରିଜର ଟ୍ରିନିଟି କଲେଜରେ ବିଜ୍ଞାନ କରିଥିଲେ ଅଧ୍ୟୟନ। ଏହାପରେ ଆକବର ଆଇନରେ ଅଧ୍ୟୟନ କରିଥିଲେ ଏବଂ ତାଙ୍କୁ ମିଡିଲ୍ ଟ୍ରିପଲ୍ସ ବାରକୁ ଡକା ଯାଇଥିଲା । କିନ୍ତୁ ସେ ପ୍ରାକ୍ଟିସ୍ ପାଇଁ ପାଟନାକୁ ଫେରି ଆସିଥିଲେ ଏବଂ ପରେ ଅପରାଧିକ ଆଇନରେ ବିଶେଷଜ୍ଞ ହେବା ସହ ଏକ ସଫଳ ସଫଳ ପ୍ରାକ୍ଟିସ୍ କରିଥିଲେ ।
ଯୁବ ସହକର୍ମୀ ଜଷ୍ଟିସ ଲୀଲା ସେଠ ତାଙ୍କ ସହ ରହୁଥିଲେ । ସେ କୌଣସି କ୍ଲାଇଣ୍ଟଙ୍କୁ ଆକବରଙ୍କ ବିଷୟରେ କହୁଥିଲେ । କିନ୍ତୁ ଆଶ୍ଚର୍ଯ୍ୟଜନକ କଥା କ୍ଲାଇଣ୍ଟ ଆକବରଙ୍କୁ ଭେଟ ହେବା ମାତ୍ରେ ହିଁ ସେଠାରୁ ପଳାଇଥାନ୍ତି କ୍ଲାଇଣ୍ଟ । ବାସ୍ତବରେ ଏପରି ହେବାର କାରଣ ହେଉଛି ଆକବର ବାରରେ ବସି ସବୁବେଳେ ଚକୋଲେଟ୍ ଖାଉଥାନ୍ତି, ଯାହାଙ୍କୁ ଦେଖି କ୍ଲାଇଣ୍ଟ ଆକବରଙ୍କୁ ଏକ ଶିଶୁ ଭାବିଥାନ୍ତି ଏବଂ ସେଠାରୁ ଚାଲି ଯାଉଥିଲେ ।