'ସିନ୍ଦୂର'ର ପ୍ରତିଶୋଧ ନେବାକୁ ସୁଯୋଗ ଖୋଜୁଛି ଆତଙ୍କୀ ଦେଶ, ଆଲର୍ଟ କରାଇଲା ଭାରତୀୟ ଗୁଇନ୍ଦା ବିଭାଗ
ନୂଆଦିଲ୍ଲୀ: TRFକୁ ଆତଙ୍କବାଦୀ ସଂଗଠନ ଆମେରିକାର ଘୋଷଣା ପରେ କ୍ରୋଧରେ ଜଳୁଛି ଆତଙ୍କୀ ଦେଶ। ଅପରେସନ ସିନ୍ଦୂର ପ୍ରହାରର ବଦଲା ନେବାକୁ ଖୋଜୁଛି ସୁଯୋଗ। ଏହାକୁ ନେଇ ସତର୍କ କରାଇଛି ଭାରତୀୟ ଗୁଇନ୍ଦା ବିଭାଗ। ପିଓକେର ଗିଲ୍ଗିଟ-ବାଲ୍ଟିସ୍ତାନ ଅଞ୍ଚଳରେ ଜୈସ ମୁଖ୍ୟ ମସୁଦ ଆଝାର ଠାବ ହେବା ପରେ ଆଲର୍ଟରେ ରହିଛି ଭାରତ। ଭାରତ ପାଇଁ ମୋଷ୍ଟ ୱାଣ୍ଟେଡ ଆତଙ୍କୀ ଜୈଶ-ଏ-ମହମ୍ମଦ (ଜେଇଏମ୍) ମୁଖ୍ୟ ମସୁଦ ଆଝାର। ଏବେ ସେ ତାର ଠିକଣା ବଦଳାଇଛି। ମସୁଦର ଗଡ଼ କହିଲେ ବାହାବଳପୁର। କିନ୍ତୁ ସେ ପ୍ରାୟ ୧ ହଜାର କିମି ଦୂରକୁ ଚାଲିଆସିଛି। ତାକୁ ସଦପରା ରୋଡ ସ୍କାର୍ଦୁ ଅଞ୍ଚଳରେ ଦେଖାଯାଇଥିବା ରିପୋର୍ଟ ପ୍ରକାଶ ପାଇଛି । ମସୁଦ ପିଓକେରୁ ଭାରତ ବିରୋଧରେ କୌଣସି ବଡ଼ ଆକ୍ରମଣର ଯୋଜନା କରିପାରେ ବୋଲି ମଧ୍ୟ ଆଶଙ୍କା କରାଯାଉଛି । ଭାରତର ଅପରେସନ ସିନ୍ଦୂର ପରେ ପ୍ରତିଶୋଧ ପରାୟଣ ହୋଇ ସେ କୌଣସି ଯୋଜନା କରୁଥାଇପାରେ । ଭାରତୀୟ ଗୁଇନ୍ଦା ଏଜେନ୍ସିଗୁଡ଼ିକ ତା’ର ଗତିବିଧି ଉପରେ କଡ଼ା ନଜର ରଖିଛନ୍ତି । ଗୁଇନ୍ଦା ସୂଚନା ଅନୁସାରେ, ମସୁଦକୁ ନିକଟରେ ଗିଲ୍ଗିଟ-ବାଲ୍ଟିସ୍ତାନର ସ୍କାର୍ଦୁ ଅଞ୍ଚଳରେ ଠାବ କରାଯାଇଛି । ସେହି ସ୍ଥାନ ପର୍ଯ୍ୟଟନ ପାଇଁ ମଧ୍ୟ ପ୍ରସିଦ୍ଧ । ସେଠାରେ ସୁନ୍ଦର ହ୍ରଦ ଏବଂ ପ୍ରାକୃତିକ ପାର୍କ ରହିଛି । ସେଠାରେ ଅତିକମ୍ରେ ୨ଟି ମସ୍ଜିଦ, ମଦ୍ରାସା ସମେତ ଅନେକ ଘରୋଇ ଏବଂ ସରକାରୀ ଗେଷ୍ଟ ହାଉସ ରହିଛି । କୁହାଯାଉଛି ଯେ, ଜାତ
ନୂଆଦିଲ୍ଲୀ: TRFକୁ ଆତଙ୍କବାଦୀ ସଂଗଠନ ଆମେରିକାର ଘୋଷଣା ପରେ କ୍ରୋଧରେ ଜଳୁଛି ଆତଙ୍କୀ ଦେଶ। ଅପରେସନ ସିନ୍ଦୂର ପ୍ରହାରର ବଦଲା ନେବାକୁ ଖୋଜୁଛି ସୁଯୋଗ। ଏହାକୁ ନେଇ ସତର୍କ କରାଇଛି ଭାରତୀୟ ଗୁଇନ୍ଦା ବିଭାଗ। ପିଓକେର ଗିଲ୍ଗିଟ-ବାଲ୍ଟିସ୍ତାନ ଅଞ୍ଚଳରେ ଜୈସ ମୁଖ୍ୟ ମସୁଦ ଆଝାର ଠାବ ହେବା ପରେ ଆଲର୍ଟରେ ରହିଛି ଭାରତ।
ଭାରତ ପାଇଁ ମୋଷ୍ଟ ୱାଣ୍ଟେଡ ଆତଙ୍କୀ ଜୈଶ-ଏ-ମହମ୍ମଦ (ଜେଇଏମ୍) ମୁଖ୍ୟ ମସୁଦ ଆଝାର। ଏବେ ସେ ତାର ଠିକଣା ବଦଳାଇଛି। ମସୁଦର ଗଡ଼ କହିଲେ ବାହାବଳପୁର। କିନ୍ତୁ ସେ ପ୍ରାୟ ୧ ହଜାର କିମି ଦୂରକୁ ଚାଲିଆସିଛି। ତାକୁ ସଦପରା ରୋଡ ସ୍କାର୍ଦୁ ଅଞ୍ଚଳରେ ଦେଖାଯାଇଥିବା ରିପୋର୍ଟ ପ୍ରକାଶ ପାଇଛି ।
ମସୁଦ ପିଓକେରୁ ଭାରତ ବିରୋଧରେ କୌଣସି ବଡ଼ ଆକ୍ରମଣର ଯୋଜନା କରିପାରେ ବୋଲି ମଧ୍ୟ ଆଶଙ୍କା କରାଯାଉଛି । ଭାରତର ଅପରେସନ ସିନ୍ଦୂର ପରେ ପ୍ରତିଶୋଧ ପରାୟଣ ହୋଇ ସେ କୌଣସି ଯୋଜନା କରୁଥାଇପାରେ । ଭାରତୀୟ ଗୁଇନ୍ଦା ଏଜେନ୍ସିଗୁଡ଼ିକ ତା’ର ଗତିବିଧି ଉପରେ କଡ଼ା ନଜର ରଖିଛନ୍ତି । ଗୁଇନ୍ଦା ସୂଚନା ଅନୁସାରେ, ମସୁଦକୁ ନିକଟରେ ଗିଲ୍ଗିଟ-ବାଲ୍ଟିସ୍ତାନର ସ୍କାର୍ଦୁ ଅଞ୍ଚଳରେ ଠାବ କରାଯାଇଛି ।
ସେହି ସ୍ଥାନ ପର୍ଯ୍ୟଟନ ପାଇଁ ମଧ୍ୟ ପ୍ରସିଦ୍ଧ । ସେଠାରେ ସୁନ୍ଦର ହ୍ରଦ ଏବଂ ପ୍ରାକୃତିକ ପାର୍କ ରହିଛି । ସେଠାରେ ଅତିକମ୍ରେ ୨ଟି ମସ୍ଜିଦ, ମଦ୍ରାସା ସମେତ ଅନେକ ଘରୋଇ ଏବଂ ସରକାରୀ ଗେଷ୍ଟ ହାଉସ ରହିଛି । କୁହାଯାଉଛି ଯେ, ଜାତିସଂଘ ଦ୍ୱାରା ନିଷିଦ୍ଧ ଏକ ଆତଙ୍କବାଦୀ ସଙ୍ଗଠନର ମୁଖ୍ୟକୁ ଲୁଚାଇବା ଲାଗି ଏହା ପାକିସ୍ତାନର ଏକ ଚାଲ୍ ।
ପାକିସ୍ତାନରେ ମସୁଦ ଆଝାର ଭଳି ବହୁ ୱାଣ୍ଟେଡ ଆତଙ୍କବାଦୀ ଥିଲେ ମଧ୍ୟ ପାକ୍ ଏହା ମାନୁନାହିଁ । ପାକିସ୍ତାନ ସରକାରଙ୍କ ଛତ୍ରଛାୟାରେ ଆତଙ୍କୀମାନେ ସେଠାରେ ଖୋଲାଖୋଲି ବୁଲୁଛନ୍ତି ଏବଂ ଭାରତ ବିରୋଧୀ ଆତଙ୍କବାଦୀ କାର୍ଯ୍ୟକଳାପ ଭିଆଉଛନ୍ତି। ନିକଟରେ ପାକିସ୍ତାନର ପୂର୍ବତନ ବିଦେଶ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ କହିଥିଲେ ଯେ, ମସୁଦ ଆଝାର ପାକିସ୍ତାନରେ ନାହିଁ । ସେ ଆଫଗାନିସ୍ତାନରେ ଥାଇପାରେ । ଯଦି ମସୁଦ ପାକିସ୍ତାନରେ ଅଛି ବୋଲି ଭାରତ କହୁଛି ତେବେ ଭାରତ ଠିକଣା ବି ଦେଉ । ମସୁଦ ପାକିସ୍ତାନରେ ଥିଲେ ତାକୁ ଗିରଫ କରିବାରେ ଖୁସି ମିଳିବ ବୋଲି ଏକ ସାକ୍ଷାତକାରେ ଭୁଟ୍ଟୋ କହିଥିଲେ ।
ଭାରତରେ ମସୁଦ ଆଝାର ଅନେକ ଆତଙ୍କୀ ଆକ୍ରମଣ କରାଇଛି । ୨୦୧୬ରେ ପଠାନକୋଟ ଏୟାରବେସ୍, ୨୦୧୯ରେ ପୁଲୱାମାରେ ସିଆର୍ପିଏଫ୍ ଯବାନଙ୍କ ଗାଡ଼ି ଉପରେ ସେ ଆକ୍ରମଣ କରାଇଥିଲା । ୨୦୦୧ରେ ଭାରତର ସଂସଦ ଭବନ ଉପରେ ଆକ୍ରମଣର ମଧ୍ୟ ସେ ମାଷ୍ଟରମାଇଣ୍ଡ ଥିଲା ।
ଭାରତ ପକ୍ଷରୁ ଅପରେସନ ସିନ୍ଦୂରରେ ମେ ୬-୭ ରାତିରେ ପାକିସ୍ତାନ ଏବଂ ପିଓକେର ଯେଉଁ ଆତଙ୍କୀ ଠିକଣା ଉପରେ ଆକ୍ରମଣ କରାଯାଇଥିଲା ସେଥିରେ ଜେଇଏମ୍ର ମୁଖ୍ୟାଳୟ ମଧ୍ୟ ରହିଥିଲା । ଏହି ଆକ୍ରମଣରେ ମାସୁଦର ପ୍ରାୟ ୧୦ ପରିବାର ସଦସ୍ୟ ଓ ସମ୍ପର୍କୀୟଙ୍କ ମୃତ୍ୟୁ ଘଟିଥିଲା ।