ଗାଁ ବିବାଦରେ ଫସିଲେ ଠାକୁର, ଦରଖଣ୍ଡିଆ ଘରେ ପ୍ରଭୁ ଜଗନ୍ନାଥ
ତେଲକୋଇ ୨୪/୦୯: ଜଗତର ନାଥ ଜଗନ୍ନାଥ । କାଳିଆ ଠାକୁରଙ୍କ ନିଇତି ହୁଏ ଅର୍ଚ୍ଚନା । ମାନବରୂପୀ ଠାକୁରଙ୍କ ସେବା ପୂଜା ବି ସେମିତି । ସବୁ ମନ୍ଦିରରେ ଚାଲେ ସ୍ୱତନ୍ତ୍ର ନୀତିକାନ୍ତି । ସେ ବଡ ଦେଉଳ ହେଉ ବା କୌଣସି ମନ୍ଦିର । କେବେ ହେଲେ ବି ହୁଏନି ବ୍ୟାହତ । କିନ୍ତୁ ଗାଁ ବିବାଦରେ ଠାକୁର ବଳି ପଡିବା କଦପା କୋଚିତ ଶୁଣିଥିବେ । ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳରେ ଫସିଛନ୍ତି ତିନିଠାକୁର । କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ସମାକୋଦ ଗାଁର ଘଟଣାକୁ ନେଇ ବଢିଛି ଅସନ୍ତୋଷ । ତେଲକୋଇ ବ୍ଲକ ସମାକୋଦ ଗାଁରେ ଅଛି ଜଗନ୍ନାଥ ମନ୍ଦିର। ଗାଁ ଲୋକଙ୍କ ନିକଟରେ ସମ୍ବଳ ନଥିବାରୁ ଭଙ୍ଗା ଦଦରା ଘରେ ପୂଜା ପାଉଥିଲେ ଜଗନ୍ନାଥ । ମଠମନ୍ଦିର ପାଇଁ ପୂର୍ବ ସରକାର ନବୀନ ଓଡ଼ିଶା ଆମ ଓଡିଶା ଯୋଜନାରେ କରିଥିଲେ ଅର୍ଥ ମଞ୍ଜୁର । ସେହି ଅର୍ଥରେ ଗାଁର ଶିବ ମନ୍ଦିର ନିକଟରେ ଜଗନ୍ନାଥଙ୍କ ପାଇଁ ତିଆରି ହୋଇଛି ଘରଟିଏ । କିନ୍ତୁ ଗାଁର ଦୁଇଗୋଷ୍ଠୀ ମଧ୍ୟରେ ବିବାଦ ଲାଗି ରହୁଥିବାରୁ ମନ୍ଦିରରେ ଜଗନ୍ନାଥଙ୍କୁ ସ୍ଥାପନା ହୋଇନଥିଲା ସମ୍ଭବ । ହେଲେ ଅନ୍ୟ ଗୋଷ୍ଠୀର ଲୋକଙ୍କ ଅଭିଯୋଗ ଯୋଗୁଁ ନୂଆ ଜଗନ୍ନାଥ ମନ୍ଦିର ପାଇଁ ବକେୟା ଟଙ୍କା ବି ମିଳିପାରୁନି କମିଟିକୁ । ସେପଟେ ଗାଁରେ ଯଜ୍ଞମଣ୍ଡପ କାର୍ଯ୍ୟରେ ଅନିୟମିତତା ନେଇ ଅଭିଯୋଗ କରିଛନ୍ତି ଗ୍ରାମବାସୀ। କିଛି ବିରୋଧୀ ଗ୍ରାମପଞ୍ଚାୟତ ସିଏଫସି ଫଣ୍ଡରୁ ୨ ଲକ୍ଷ ୫୦ ହଜାର ହଜାର ଟଙ୍କା ପକାଇ ଗାଁ ମଣ୍ଡପ ନ
ତେଲକୋଇ ୨୪/୦୯: ଜଗତର ନାଥ ଜଗନ୍ନାଥ । କାଳିଆ ଠାକୁରଙ୍କ ନିଇତି ହୁଏ ଅର୍ଚ୍ଚନା । ମାନବରୂପୀ ଠାକୁରଙ୍କ ସେବା ପୂଜା ବି ସେମିତି । ସବୁ ମନ୍ଦିରରେ ଚାଲେ ସ୍ୱତନ୍ତ୍ର ନୀତିକାନ୍ତି । ସେ ବଡ ଦେଉଳ ହେଉ ବା କୌଣସି ମନ୍ଦିର । କେବେ ହେଲେ ବି ହୁଏନି ବ୍ୟାହତ । କିନ୍ତୁ ଗାଁ ବିବାଦରେ ଠାକୁର ବଳି ପଡିବା କଦପା କୋଚିତ ଶୁଣିଥିବେ । ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳରେ ଫସିଛନ୍ତି ତିନିଠାକୁର । କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ସମାକୋଦ ଗାଁର ଘଟଣାକୁ ନେଇ ବଢିଛି ଅସନ୍ତୋଷ ।
ତେଲକୋଇ ବ୍ଲକ ସମାକୋଦ ଗାଁରେ ଅଛି ଜଗନ୍ନାଥ ମନ୍ଦିର। ଗାଁ ଲୋକଙ୍କ ନିକଟରେ ସମ୍ବଳ ନଥିବାରୁ ଭଙ୍ଗା ଦଦରା ଘରେ ପୂଜା ପାଉଥିଲେ ଜଗନ୍ନାଥ । ମଠମନ୍ଦିର ପାଇଁ ପୂର୍ବ ସରକାର ନବୀନ ଓଡ଼ିଶା ଆମ ଓଡିଶା ଯୋଜନାରେ କରିଥିଲେ ଅର୍ଥ ମଞ୍ଜୁର । ସେହି ଅର୍ଥରେ ଗାଁର ଶିବ ମନ୍ଦିର ନିକଟରେ ଜଗନ୍ନାଥଙ୍କ ପାଇଁ ତିଆରି ହୋଇଛି ଘରଟିଏ । କିନ୍ତୁ ଗାଁର ଦୁଇଗୋଷ୍ଠୀ ମଧ୍ୟରେ ବିବାଦ ଲାଗି ରହୁଥିବାରୁ ମନ୍ଦିରରେ ଜଗନ୍ନାଥଙ୍କୁ ସ୍ଥାପନା ହୋଇନଥିଲା ସମ୍ଭବ । ହେଲେ ଅନ୍ୟ ଗୋଷ୍ଠୀର ଲୋକଙ୍କ ଅଭିଯୋଗ ଯୋଗୁଁ ନୂଆ ଜଗନ୍ନାଥ ମନ୍ଦିର ପାଇଁ ବକେୟା ଟଙ୍କା ବି ମିଳିପାରୁନି କମିଟିକୁ ।
ସେପଟେ ଗାଁରେ ଯଜ୍ଞମଣ୍ଡପ କାର୍ଯ୍ୟରେ ଅନିୟମିତତା ନେଇ ଅଭିଯୋଗ କରିଛନ୍ତି ଗ୍ରାମବାସୀ। କିଛି ବିରୋଧୀ ଗ୍ରାମପଞ୍ଚାୟତ ସିଏଫସି ଫଣ୍ଡରୁ ୨ ଲକ୍ଷ ୫୦ ହଜାର ହଜାର ଟଙ୍କା ପକାଇ ଗାଁ ମଣ୍ଡପ ନାଁ ରେ ଫାଇଲ ଖୋଲି ଯଜ୍ଞମଣ୍ଡପକୁ ସମ୍ପୁର୍ଣ୍ଣ କରିବା ପାଇଁ କହିଥିଲେ । କିନ୍ତୁ ଖାମ ନସାରି ଚଞ୍ଚକତା କରି ପଞ୍ଚାୟତରୁ ଉଠାଇନେଇଥିଲେ ବିଲ୍ । ଦୁଇଗୋଷ୍ଠୀଙ୍କ ବିବାଦ ଯୋଗୁଁ ମହାପ୍ରଭୁ ଏବେ ଭଙ୍ଗା କୁଡିଆରେ ଅବସ୍ଥାନ । ଘଟଣା ସଂପର୍କରେ ବିଡିଓ ବି ହୋଇଛନ୍ତି ଅବଗତ ।
ବିବାଦ ବିବାଦ ବାଟରେ । କିନ୍ତୁ ସାମାନ୍ୟ ସ୍ୱାର୍ଥ ପାଇଁ ବଳିପଡୁଛନ୍ତି ଠାକୁର । ଲୋକଙ୍କୁ ସାହାରା ଦେଉଥିବା ଭଗବାନ ଏଠି ବେସାହାରା । କଣ ସତରେ ପେଟକୁ ଦାନା ରହିବାକୁ ଘରଟିଏ ଦେଉଥିବା ଇଶ୍ୱରଙ୍କୁ ମିଳିବ ଛାତ । କଣ ସେ ବି ମନ୍ଦିରରେ ବସି ପୂଜା ପାଇବେ ନା ଏମିତି ଖୋଲା ଆକାଶ ତଳେ ରହିବେ ତାହା ଏବେ ବଡ ପ୍ରଶ୍ନ ।