ଗାଁକୁ ପଶି ଆସିଲା ହାତୀଛୁଆ
କେନ୍ଦୁଝର,୨ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ରେଞ୍ଜ ଅନ୍ତର୍ଗତ ପଳାଶପଙ୍ଗା ଜଗଦଳା ଡ୍ୟାମ୍ ନିକଟ ରେଙ୍ଗାଳବେଡ଼ା ଗ୍ରାମ ଭିତରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ହାତୀଛୁଆ ପଶି ବୁଲୁଥିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି।ଦଳରୁ ଅଲଗା ହୋଇ ହାତୀଛୁଆଟି ଗ୍ରାମରେ ପଶି ଲୋକଙ୍କ ଘର ଭିତରେ ପଶିଯାଇଥିଲା। ଆଜି ସକାଳେ ଛୁଆ ହାତୀକୁ ଦେଖିବାକୁ ଲୋକଙ୍କ ଭିଡ଼ ଜମୁଥିବାବେଳେ ବନବିଭାଗ କର୍ମଚାରୀ ଉଦ୍ଧାର କରି ଜଙ୍ଗଲକୁ ଘଉଡ଼ାଇ ଦେବା ସହ ଦଳରେ ମିଶାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। […] The post ଗାଁକୁ ପଶି ଆସିଲା ହାତୀଛୁଆ appeared first on Dharitri Odia News.
କେନ୍ଦୁଝର,୨ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ରେଞ୍ଜ ଅନ୍ତର୍ଗତ ପଳାଶପଙ୍ଗା ଜଗଦଳା ଡ୍ୟାମ୍ ନିକଟ ରେଙ୍ଗାଳବେଡ଼ା ଗ୍ରାମ ଭିତରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ହାତୀଛୁଆ ପଶି ବୁଲୁଥିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି।ଦଳରୁ ଅଲଗା ହୋଇ ହାତୀଛୁଆଟି ଗ୍ରାମରେ ପଶି ଲୋକଙ୍କ ଘର ଭିତରେ ପଶିଯାଇଥିଲା। ଆଜି ସକାଳେ ଛୁଆ ହାତୀକୁ ଦେଖିବାକୁ ଲୋକଙ୍କ ଭିଡ଼ ଜମୁଥିବାବେଳେ ବନବିଭାଗ କର୍ମଚାରୀ ଉଦ୍ଧାର କରି ଜଙ୍ଗଲକୁ ଘଉଡ଼ାଇ ଦେବା ସହ ଦଳରେ ମିଶାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ହାତୀଛୁଆ ଉପରେ ନଜର ରଖାଯାଇଛି। ଛୁଆଟିର ବୟସ ୪ରୁ ୫ ମାସ ହେବ। ତାକୁ ଦଳରେ ମିଶିବାକୁ ଉଦ୍ୟମ ଜାରି ରହିଛି ବୋଲି ଡିଏଫ୍ଓ ଧନରାଜ ଏଚ୍. ଡି. କହିଛନ୍ତି।
The post ଗାଁକୁ ପଶି ଆସିଲା ହାତୀଛୁଆ appeared first on Dharitri Odia News.