ଜାତିସଂଘ ପ୍ରସ୍ତାବ ବିରୋଧରେ ଭୋଟ ଦେଲା ଆମେରିକା
ଜାତିସଂଘ,୨୬।୨: ରୁଷିଆ ୟୁକ୍ରେନ୍ ଉପରେ ଆକ୍ରମଣ ଆରମ୍ଭ କରିବାର ୩ ବର୍ଷ ପରେ ଆମେରିକା ଏବଂ ୟୁରୋପୀୟ ମେଣ୍ଟ ମଧ୍ୟରେ ଫାଟ ଦେଖାଦେଇଛି। ୟୁକ୍ରେନ୍ ଆକ୍ରମଣ ପାଇଁ ରୁଷିଆକୁ ଦାୟୀ କରି ଜାତିସଂଘରେ ସୋମବାର ଅଣାଯାଇଥିବା ୩ଟି ପ୍ରସ୍ତାବ ସପକ୍ଷରେ ଭୋଟ ଦେବାକୁ ଆମେରିକା ମନା କରିଦେଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ପ୍ରଶାସନ ଟ୍ରାନ୍ସଆଟଲାଣ୍ଟିକ୍ ସମ୍ପର୍କରେ ନାଟକୀୟ ପରିବର୍ତ୍ତନ ଦେଖାଦେଇଛି। ଜାତିସଂଘ ସାଧାରଣ ସଭାରେ ଆମେରିକା ରୁଷିଆ ସହ ହାତ ମିଳାଇ ୟୁରୋପ ସମର୍ଥତ୍ତ ୟୁକ୍ରେନ୍ ପ୍ରସ୍ତାବ […] The post ଜାତିସଂଘ ପ୍ରସ୍ତାବ ବିରୋଧରେ ଭୋଟ ଦେଲା ଆମେରିକା appeared first on Dharitri Odia News.
ଜାତିସଂଘ,୨୬।୨: ରୁଷିଆ ୟୁକ୍ରେନ୍ ଉପରେ ଆକ୍ରମଣ ଆରମ୍ଭ କରିବାର ୩ ବର୍ଷ ପରେ ଆମେରିକା ଏବଂ ୟୁରୋପୀୟ ମେଣ୍ଟ ମଧ୍ୟରେ ଫାଟ ଦେଖାଦେଇଛି। ୟୁକ୍ରେନ୍ ଆକ୍ରମଣ ପାଇଁ ରୁଷିଆକୁ ଦାୟୀ କରି ଜାତିସଂଘରେ ସୋମବାର ଅଣାଯାଇଥିବା ୩ଟି ପ୍ରସ୍ତାବ ସପକ୍ଷରେ ଭୋଟ ଦେବାକୁ ଆମେରିକା ମନା କରିଦେଇଛି।
ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ପ୍ରଶାସନ ଟ୍ରାନ୍ସଆଟଲାଣ୍ଟିକ୍ ସମ୍ପର୍କରେ ନାଟକୀୟ ପରିବର୍ତ୍ତନ ଦେଖାଦେଇଛି। ଜାତିସଂଘ ସାଧାରଣ ସଭାରେ ଆମେରିକା ରୁଷିଆ ସହ ହାତ ମିଳାଇ ୟୁରୋପ ସମର୍ଥତ୍ତ ୟୁକ୍ରେନ୍ ପ୍ରସ୍ତାବ ବିରୋଧରେ ଭୋଟ ଦେଇଛି। ତୁରନ୍ତ ରୁଷିଆ ସୈନ୍ୟଙ୍କୁ ପ୍ରତ୍ୟାହାର କରିନେବା ଓ ଆକ୍ରମଣ ବନ୍ଦ କରିବା ପାଇଁ ପ୍ରସ୍ତାବରେ ଆହ୍ବାନ ଦିଆଯାଇଥିଲା। ୟୁରୋପୀୟ ଏବଂ ଆମେରିକା ବ୍ୟତୀତ ଅନ୍ୟ ଜି୭ ଦେଶଗୁଡ଼ିକ ଚିଠାପ୍ରସ୍ତାବ ସପକ୍ଷରେ ଭୋଟ ଦେବା ପରେ ଏହା ଗୃହୀତ ହୋଇଛି। ତେବେ ଭୋଟଦାନ ବେଳେ ଭାରତ ଏବଂ ରୁଷିଆର ଅନ୍ୟତମ ସହଯୋଗୀ ଚାଇନା ଅନୁପସ୍ଥିତ ରହିଥିଲେ। ୧୯୩ ସଦସ୍ୟ ଥିବା ଜାତିସଂଘ ସାଧାରଣ ସଭାରେ ପ୍ରସ୍ତାବ ସପକ୍ଷରେ ୯୩ ଦେଶ ଭୋଟ ଦେଇଥିବାବେଳେ ରୁଷିଆ, ଆମେରିକା, ଇସ୍ରାଏଲ୍, ହଙ୍ଗେରୀ ଆଦି ୧୮ ଦେଶ ବିରୋଧରେ ଭୋଟ ଦେଇଥିଲେ। ଭାରତ, ଚାଇନା, ବ୍ରାଜିଲ, ଦକ୍ଷିଣ ଆଫ୍ରିକା, ସାଉଦି ଆରବ, କାତାର, କୁଏଟ୍, ୟୁଏଇ, ଇରାନ, ଇରାକ, ଆର୍ଜେଣ୍ଟିନା ସମେତ ୬୫ ଦେଶ ଭୋଟଦାନରୁ ବିରତ ରହିଥିଲେ।
ସୂଚନାଯୋଗ୍ୟ, ପୂର୍ବରୁ ରୁଷିଆ ଆକ୍ରମଣକୁ ନିନ୍ଦା କରି ଅଣାଯାଇଥିବା ପ୍ରସ୍ତାବ ସପକ୍ଷରେ ୧୪୦ରୁ ଊର୍ଦ୍ଧ୍ୱ ଦେଶ ଭୋଟ ଦେଇଥିଲେ। ରୁଷିଆ-ୟୁକ୍ରେନ୍ ଯୁଦ୍ଧର ୩ ବର୍ଷ ମଧ୍ୟରେ ସବୁଥର ଆମେରିକା ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ସହ ରୁଷିଆକୁ ବିରୋଧ କରି ଭୋଟ ଦେଉଥିଲା। ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ ନିକଟରେ ପୁଟିନ୍ଙ୍କୁ ସମର୍ଥନ କରି ମନ୍ତବ୍ୟ ଦେଇଥିବାବେଳେ ଯୁଦ୍ଧ ବନ୍ଦ ପାଇଁ ରିୟାଧରେ ଅନୁଷ୍ଠିତ ବୈଠକରେ ୟୁକ୍ରେନ୍ ଏବଂ ୟୁରୋପର କୌଣସି ପ୍ରତିନିଧି ଉପସ୍ଥିତ ନ ଥିଲେ। ଏଥର ଭୋଟଦାନରୁ ଭାରତ ବିରତ ରହିବା ନୂଆ କଥା ନୁହେଁ। ପୂର୍ବରୁ ଯେତେଥର ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ନେଇ ଭୋଟ ହୋଇଛି, ଭାରତ ଅନୁପସ୍ଥିତ ରହିଛି। ଉଭୟ ଆମେରିକା ଏବଂ ରୁଷିଆ ସହ ଭାରତର ରଣନୀତିକ ସହଭାଗିତା ଥିବାରୁ ଏହା କୂଟନୈତିକ ସ୍ତରରେ ସମଦୂରତ୍ୱ ରକ୍ଷାକରି ଆସିଛି।
ଯୁଦ୍ଧର ୩ ବର୍ଷ ପୂର୍ତ୍ତି ଅବସରରେ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍ କହିଥିଲେ, ଏହି ଯୁଦ୍ଧ କେବଳ ୟୁରୋପ୍ର ଶାନ୍ତି ଓ ସୁରକ୍ଷା ପାଇଁ ଗମ୍ଭୀର ବିପଦ ସୃଷ୍ଟି କରିନାହିଁ, ବରଂ ଜାତିସଂଘର ପ୍ରତିଷ୍ଠା ଓ ମୂଳ ନୀତି ପ୍ରତି ବିପଦ ଆଣିଛି। ଯୁଦ୍ଧରେ ପ୍ରାଣ ହରାଇଥିବା ଲୋକମାନଙ୍କ ପାଇଁ ‘ଦି ପାଥ୍ ଟୁ ପିସ୍’ ନାମରେ ଆମେରିକା ଏକ ପ୍ରସ୍ତାବ ଆଣିଥିଲା। ୯୩ ଭୋଟ ସହ ଉକ୍ତ ପ୍ରସ୍ତାବ ଗୃହୀତ ହୋଇଥିବାବେଳେ ବିପକ୍ଷରେ ୮ ଭୋଟ ପଡ଼ିଥିଲା ଏବଂ ୭୩ ସଦସ୍ୟ ଅନୁପସ୍ଥିତ ରହିଥିଲେ।
The post ଜାତିସଂଘ ପ୍ରସ୍ତାବ ବିରୋଧରେ ଭୋଟ ଦେଲା ଆମେରିକା appeared first on Dharitri Odia News.