୫୮୬ ଗ୍ରୁପ ବି, ସି ପଦବୀ ପାଇଁ ବିସ୍ତୃତ ବିଜ୍ଞାପନ ପ୍ରକାଶ କଲା ଓଏସଏସସି

ଭୁବନେଶ୍ୱର,୧୫ା୩: ମିଳିତ ସ୍ନାତକ ସ୍ତର ନିଯୁକ୍ତି ପରୀକ୍ଷା (ସିଜିଏଲଆୱାରି) ୨୦୨୪ ପାଇଁ ଓଡିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ଶୁକ୍ରବାର ଦିନ ଏକ ବିସ୍ତୃତ ବିଜ୍ଞାପନ ପ୍ରକାଶ କରିଛି। ଅଫିସିଆଲ୍ ଓଏସଏସସି ବିଜ୍ଞପ୍ତି ଅନୁଯାୟୀ ଏହି ନିଯୁକ୍ତି ପ୍ରକ୍ରିୟାରେ ୫୮୬ ଗ୍ରୁପ୍ ବି ଏବଂ ଗ୍ରୁପ୍ ସି ପଦବୀ ପୂରଣ ହେବ। ମୋଟ ୫୮୬ ଟି ପଦବୀ ମଧ୍ୟରୁ ୧୯୪ ଟି ମହିଳା ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ରହିଛି। ଏହି ଖାଲି ପଦଗୁଡ଼ିକ ଓଡିଶାର ଅନେକ ସରକାରୀ […] The post ୫୮୬ ଗ୍ରୁପ ବି, ସି ପଦବୀ ପାଇଁ ବିସ୍ତୃତ ବିଜ୍ଞାପନ ପ୍ରକାଶ କଲା ଓଏସଏସସି appeared first on Dharitri Odia News.

୫୮୬ ଗ୍ରୁପ ବି, ସି ପଦବୀ ପାଇଁ ବିସ୍ତୃତ ବିଜ୍ଞାପନ ପ୍ରକାଶ କଲା ଓଏସଏସସି

ଭୁବନେଶ୍ୱର,୧୫ା୩: ମିଳିତ ସ୍ନାତକ ସ୍ତର ନିଯୁକ୍ତି ପରୀକ୍ଷା (ସିଜିଏଲଆୱାରି) ୨୦୨୪ ପାଇଁ ଓଡିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ଶୁକ୍ରବାର ଦିନ ଏକ ବିସ୍ତୃତ ବିଜ୍ଞାପନ ପ୍ରକାଶ କରିଛି। ଅଫିସିଆଲ୍ ଓଏସଏସସି ବିଜ୍ଞପ୍ତି ଅନୁଯାୟୀ ଏହି ନିଯୁକ୍ତି ପ୍ରକ୍ରିୟାରେ ୫୮୬ ଗ୍ରୁପ୍ ବି ଏବଂ ଗ୍ରୁପ୍ ସି ପଦବୀ ପୂରଣ ହେବ। ମୋଟ ୫୮୬ ଟି ପଦବୀ ମଧ୍ୟରୁ ୧୯୪ ଟି ମହିଳା ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ରହିଛି। ଏହି ଖାଲି ପଦଗୁଡ଼ିକ ଓଡିଶାର ଅନେକ ସରକାରୀ ବିଭାଗରେ ପୂରଣ ହେବ।

ଖାଲିଥିବା ପଦବୀ ବିବରଣୀ:
ଏଣ୍ଡୋମେଣ୍ଟର ଇନ୍ସପେକ୍ଟର (ଏଣ୍ଡୋମେଣ୍ଟସ୍ କମିଶନର): ୨୧ ଟି ପୋଷ୍ଟ (୭ ମହିଳା)

ସହକାରୀ ସିଟି ଏବଂ ଜିଏସଟି ଅଧିକାରୀ (ସିଟି ଏବଂ ଜିଏସଟିର କମିଶନର): ୬୧ ପଦ (୨୦ ମହିଳା)

ଅଡିଟର (କମିଶନର୍ ଅଫ୍ ଏଣ୍ଡୋମେଣ୍ଟସ୍): ୩ ଟି ପୋଷ୍ଟ (୨ ମହିଳା)

ଅଡିଟର (ମତ୍ସ୍ୟ ବିଭାଗର ନିର୍ଦ୍ଦେଶାଳୟ):୬ ଟି ପୋଷ୍ଟ (୧ମହିଳା)

ସମବାୟ ସମିତିର ଇନ୍ସପେକ୍ଟର (ମତ୍ସ୍ୟ ବିଭାଗର ନିର୍ଦ୍ଦେଶାଳୟ): ୧୫ ଟି ପୋଷ୍ଟ (୫ ମହିଳା)

ଜୁନିଅର ଆସିଷ୍ଟାଣ୍ଟ ଏଚଓଡି (କମିଶନର୍ ଅଫ୍ ଏଣ୍ଡୋମେଣ୍ଟସ୍): ୮ ଟି ପୋଷ୍ଟ (୩ ମହିଳା)

ଜୁନିଅର ଆସିଷ୍ଟାଣ୍ଟ ଏଚଓଡି (ମତ୍ସ୍ୟ ବିଭାଗର ନିର୍ଦ୍ଦେଶାଳୟ): ୩ ଟି ପୋଷ୍ଟ (୧ ମହିଳା)

ଜୁନିଅର ଆସିଷ୍ଟାଣ୍ଟ (ଜଳ ଉତ୍ସ): ୪୬୯ (ମହିଳା ୧୫୫)

ଗୁରୁତ୍ୱପୂର୍ଣ୍ଣ ତାରିଖ।
ଅନଲାଇନ୍ ପଞ୍ଜୀକରଣ: ଏପ୍ରିଲ୍ ୫ ରୁ ମେ ୨, ୨୦୨୪।

ଅନଲାଇନ୍ ଆବେଦନ ଫର୍ମ ଦାଖଲ: ଏପ୍ରିଲ୍ ୫ ରୁ ମେ ୫।

The post ୫୮୬ ଗ୍ରୁପ ବି, ସି ପଦବୀ ପାଇଁ ବିସ୍ତୃତ ବିଜ୍ଞାପନ ପ୍ରକାଶ କଲା ଓଏସଏସସି appeared first on Dharitri Odia News.