ଯାଜପୁର ବାଣ ବିସ୍ଫୋରଣ ଘଟଣା, ଗୁରୁତରଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ
ଯାଜପୁର : ଯାଜପୁର ବାଣ ବିସ୍ଫୋରଣ ଘଟଣା। କଟକ ବଡ଼ ମେଡିକାଲରେ ଗୁରୁତରଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଯାଜପୁର... The post ଯାଜପୁର ବାଣ ବିସ୍ଫୋରଣ ଘଟଣା, ଗୁରୁତରଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ appeared first on .
ଯାଜପୁର : ଯାଜପୁର ବାଣ ବିସ୍ଫୋରଣ ଘଟଣା। କଟକ ବଡ଼ ମେଡିକାଲରେ ଗୁରୁତରଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଯାଜପୁର ଜିଲ୍ଲା ବାସୁଦେବପୁର ଜାଲପୁର ଗାଁରେ ଘଟିଥିଲା ଭୟାବହ ବାଣ ବିସ୍ଫୋରଣ। ଏଥିରେ ୪ ଜଣ ଆହତ ହୋଇଥିଲେ। ୨ ବୟସ୍କଙ୍କ ସମେତ ୨ ଜଣ ଶିଶୁ ଆହତ ହୋଇଥିଲେ। ତେବେ ଜଣେ ଗୁରୁତର ହୋଇ ପଡିଥିଲେ। ସମସ୍ତଙ୍କୁ ଚିକିତ୍ସା ଲାଗି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ଜଣେ ଗୁରୁତରଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ମୃତ ଶ୍ରମିକ ଜଣକ ହେଲେ ସ୍ଥାନୀୟ ଯୁବକ ବାଦଲ ପାତ୍ର। ନଳିନୀକାନ୍ତ ପତିଙ୍କ ଘରେ ବେଆଇନ ବାଣ ତିଆରି ଚାଲିଥଲା। ବାଦଲ ନାମକ ଯୁବକ ବାଣ ଭିଡୁଥବା ବେଳେ ହଠାତ୍ ବିସ୍ପୋରଣ ଘଟିଥିଲା। ବାଣ ତିଆରିରେ ଲାଗିଥିବା ଶ୍ରମିକ ଓ କର୍ମଚାରୀ ମାନେ ଗୁରୁତର ହୋଇପଡିଥିଲେ। ବିସ୍ଫୋରଣର ମାତ୍ରା ଏତେ ଅଧିକ ଥିଲା ଯେ ଘରର ଛାତ ସଂପୁର୍ଣ୍ଣ ଉଡିଯାଇଥିଲା। ଗୁରୁତର ଅବସ୍ଥାରେ ବାଦଲ, ନଳିନୀକାନ୍ତ ପତି, ନାରାୟଣ ବେହେରାଙ୍କୁ ପ୍ରଥମେ ଯାଜପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତି କରାଯାଇଥିଲା। ସେଠାରୁ ପ୍ରାଥମିକ ଚିକିତ୍ସା ପରେ ବାଦଲଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। ଅନ୍ୟ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଥିବା ବେଳେ ବିସ୍ଫୋରଣ ସ୍ଥଳ ନିକଟରେ କାମ କରୁଥିବା ଦୁଇ ଜଣ ଶ୍ରମିକ ମଧ୍ୟ ଛାତରୁ ଖସି ପଡି ଆହତ ହୋଇଥିବା ଜଣାପଡିଛି। ଖବର ପାଇ ଯାଜପୁର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ ଘଟଣାସ୍ଥଳରେ ପହଞ୍ଚି କ୍ଷତିଗ୍ରସ୍ତ ପରିବାରକୁ ସାହାଯ୍ୟର ହାତ ବଢାଇବା ସହ ଗୁରୁତର ଆହତ ମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ସେପଟେ ଅଶୋକ ଦାସ ଫାଉଣ୍ଡେସନର ମହାସଚିବ ଭବ ପ୍ରକାଶ ଦାସ ଯାଜପୁର ମେଡିକାଲରେ ଆହତଙ୍କୁ ଭେଟି ସମବେଦନା ଜ୍ଞାପନ କରିବା ସହିତ ସହଯୋଗର ହାତ ବଢ଼ାଇଥିବା ଜଣାପଡିଛି।ପୂର୍ବରୁ ଏହି ଗାଁରେ ଚାଲିଥିବା ବେଆଇନ ବାଣ କାରଖାନା ସଂପର୍କରେ ଯାଜପୁର ଟାଉନ ଥାନାରେ ବିଭିନ୍ନ ସମୟରେ ୫ଟି ମାମଲା ରୁଜୁ ହୋଇଛି।
The post ଯାଜପୁର ବାଣ ବିସ୍ଫୋରଣ ଘଟଣା, ଗୁରୁତରଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ appeared first on .