ଗାଁରେ ପହଞ୍ଚିଲା ଓଡ଼ିଆ ଶହୀଦ ଯବାନଙ୍କ ମୃତଦେହ

କୋରାପୁଟ,୨୧।୧୨(ଅମିତାଭ ବେହେରା): ଓଡ଼ିଆ ଶହୀଦ ଯବାନ ଈଶ୍ୱରଙ୍କ ମରଶରୀର ଶନିବାର ନିଜ ଜନ୍ମମାଟିରେ ପହଞ୍ଚିଛି। ମରଶରୀର ଗାଁରେ ପହଞ୍ଚିବା ପରେ ଶହୀଦ ଯବାନ ଅମର ରହେ ନାରାରେ ଗାଁ ପ୍ରକମ୍ପିତ ହୋଇଥିଲା। ଗ୍ରାମବାସୀ ଶହୀଦ ଈଶ୍ୱରଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ସୂଚନାଯୋଗ୍ୟ, ରାଜସ୍ଥାନରେ ଟ୍ୟାଙ୍କ ଫାୟାରିଂ ଅଭ୍ୟାସ ବେଳେ କୋରାପୁଟ ଜିଲା ବୈପାରିଗୁଡ଼ା ଥାନା ଅଧୀନ ବଡାଗୁଡା ଗ୍ରାମର ଈଶ୍ୱର ତଲିଆ ଶହୀଦ ହୋଇଯାଇଥିଲେ। ଈଶ୍ୱର ୨୦୧୧ରେ ସେନାରେ ଯୋଗ ଦେଇଥିଲେ l ପରେ ସେ […] The post ଗାଁରେ ପହଞ୍ଚିଲା ଓଡ଼ିଆ ଶହୀଦ ଯବାନଙ୍କ ମୃତଦେହ appeared first on Dharitri Odia News.

ଗାଁରେ ପହଞ୍ଚିଲା ଓଡ଼ିଆ ଶହୀଦ ଯବାନଙ୍କ ମୃତଦେହ

କୋରାପୁଟ,୨୧।୧୨(ଅମିତାଭ ବେହେରା): ଓଡ଼ିଆ ଶହୀଦ ଯବାନ ଈଶ୍ୱରଙ୍କ ମରଶରୀର ଶନିବାର ନିଜ ଜନ୍ମମାଟିରେ ପହଞ୍ଚିଛି। ମରଶରୀର ଗାଁରେ ପହଞ୍ଚିବା ପରେ ଶହୀଦ ଯବାନ ଅମର ରହେ ନାରାରେ ଗାଁ ପ୍ରକମ୍ପିତ ହୋଇଥିଲା। ଗ୍ରାମବାସୀ ଶହୀଦ ଈଶ୍ୱରଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

ସୂଚନାଯୋଗ୍ୟ, ରାଜସ୍ଥାନରେ ଟ୍ୟାଙ୍କ ଫାୟାରିଂ ଅଭ୍ୟାସ ବେଳେ କୋରାପୁଟ ଜିଲା ବୈପାରିଗୁଡ଼ା ଥାନା ଅଧୀନ ବଡାଗୁଡା ଗ୍ରାମର ଈଶ୍ୱର ତଲିଆ ଶହୀଦ ହୋଇଯାଇଥିଲେ। ଈଶ୍ୱର ୨୦୧୧ରେ ସେନାରେ ଯୋଗ ଦେଇଥିଲେ l ପରେ ସେ ଜମ୍ମୁରେ ୪୬ ଆର୍ମୀ ଆର୍ମଡ୍‌ ରେଜିମେଣ୍ଟରେ ଏଲ୍‌.ଡି ପଦବୀରେ କାର୍ଯ୍ୟରତ ଥିଲେ l ଇତି ମଧ୍ୟରେ ଫାୟାରିଂ ଅଭ୍ୟାସ ପାଇଁ ଈଶ୍ୱରଙ୍କୁ ରାଜସ୍ଥାନର ଫକରନ୍‌ ପଠାଯାଇଥିଲା। ଫକରନ୍‌ ରେଞ୍ଜରେ ଟ୍ୟାଙ୍କ ଫାୟାରିଂ ଅଭ୍ୟାସ ଚାଲିଥିବା ବେଳେ ହଠାତ୍‌ ଟ୍ୟାଙ୍କ ଭିତରୁ ଏକ ବୋମା ବିସ୍ଫୋରଣ ହୋଇଥିଲା l ଫଳରେ ଘଟଣାସ୍ଥଳରେ ଉତ୍ତରପ୍ରଦେଶର ଏସ୍‌.ଡି.ଏମ୍‌. ଆଶୁତୋଷ ମିଶ୍ର ଏବଂ ରାଜସ୍ଥାନର ଏଲ୍‌.ଡି. ଜିତେନ୍ଦ୍ର କୁମାରଙ୍କ ମୃତ୍ୟୁ ଘଟିଥିଲା। ଏଥିରେ ଈଶ୍ୱର ଗୁରୁତର ଆହତ ହୋଇଥିଲେ। ତାଙ୍କୁ ରାଜସ୍ଥାନରୁ ହେଲିକପ୍ଟର ଯୋଗେ ଚଣ୍ଡିଗଡ଼ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା l ଚିକିତ୍ସାଧୀନ ଅବସ୍ଥାରେ ଈଶ୍ୱର ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ l ଶନିବାର ଈଶ୍ୱରଙ୍କ ମରଶରୀର ବିଶାଖାପାଟଣା ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରୁ ତାଙ୍କ ଗାଁ ଅଭିମୁଖେ ବାହାରିଥିଲା l

କୋରାପୁଟ ଉପଜ଼ିଲାପାଳ କାର୍ଯ୍ୟାଳୟ ନିକଟ ଛକରେ ଜିଲାର ବୃଦ୍ଧିଜୀବୀ ଓ ସ୍ଥାନୀୟ ଜନସାଧାରଣ ଶହୀଦ ଈଶ୍ୱରଙ୍କୁ ମରଶରୀରରେ ପୁଷ୍ପଗୁଚ୍ଛ ଦେଇ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ପରେ ମରଶରୀରରେ ପୈତୃକ ଗାଁ ବଡାଗୁଡାରେ ପହଞ୍ଚିଥିଲା। ସେଠାରେ ଗାର୍ଡଅଫ ଅନର ଦିଆଯିବା ସହିତ ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ଏଥିରେ ଜିଲାପାଳ ଭି କୀର୍ତ୍ତି ଭାସନ, ଏସ୍‌ପିଙ୍କ ସହ ବରିଷ୍ଠ ଅଧିକାରାରୀ ଉପସ୍ଥିତ ଥିଲେ।

The post ଗାଁରେ ପହଞ୍ଚିଲା ଓଡ଼ିଆ ଶହୀଦ ଯବାନଙ୍କ ମୃତଦେହ appeared first on Dharitri Odia News.