ଚାଇନାକୁ ବଡ଼ ଝଟକା: ଲୋହିତ ସାଗରରେ ଭାରତୀୟ ନୌସେନା ପାକିସ୍ତାନ-ଇରାନର ମତ୍ସ୍ୟଜୀବୀଙ୍କୁ ମୁକ୍ତ କଲା…

ବେଜିଂ,୩।୨ : ଲୋହିତ ସାଗରର ହୋଉଥିମାନଙ୍କ ଠାରୁ ଆରମ୍ଭ କରି ଆରବ ସାଗରରେ ଥିବା ସୋମାଲିଆ ଡକାୟତମାନଙ୍କ ବିରୋଧରେ ଭାରତୀୟ ନୌସେନା ଏକ ଜୋରଦାର ଅଭିଯାନ ଆରମ୍ଭ କରିଛି। ଭାରତୀୟ ନୌସେନା ଆକ୍ରମଣ ହୋଇଥିବା ମାଲ ପରିବହନ ଜାହାଜକୁ ସାହାଯ୍ୟ କରିବା ସହ ପାକିସ୍ତାନ ଏବଂ ଇରାନର ମତ୍ସ୍ୟଜୀବୀଙ୍କୁ ସୋମାଲିଆ ଡକାୟତମାନଙ୍କ କବଳରୁ ମୁକ୍ତ କରିଛି। ଏଥି ସହିତ ଆଫ୍ରିକାର ଜିବୁଟିରେ ଏକ ନୌସେନା ଭିତ୍ତିଭୂମି ନିର୍ମାଣ କରିଥିବା ଚାଇନା ନିଜକୁ ଏକ ସୁପର ପାୱାର୍‌ ବୋଲି […] The post ଚାଇନାକୁ ବଡ଼ ଝଟକା: ଲୋହିତ ସାଗରରେ ଭାରତୀୟ ନୌସେନା ପାକିସ୍ତାନ-ଇରାନର ମତ୍ସ୍ୟଜୀବୀଙ୍କୁ ମୁକ୍ତ କଲା… appeared first on Dharitri Odia News.

ଚାଇନାକୁ ବଡ଼ ଝଟକା: ଲୋହିତ ସାଗରରେ ଭାରତୀୟ ନୌସେନା ପାକିସ୍ତାନ-ଇରାନର ମତ୍ସ୍ୟଜୀବୀଙ୍କୁ ମୁକ୍ତ କଲା…

ବେଜିଂ,୩।୨ : ଲୋହିତ ସାଗରର ହୋଉଥିମାନଙ୍କ ଠାରୁ ଆରମ୍ଭ କରି ଆରବ ସାଗରରେ ଥିବା ସୋମାଲିଆ ଡକାୟତମାନଙ୍କ ବିରୋଧରେ ଭାରତୀୟ ନୌସେନା ଏକ ଜୋରଦାର ଅଭିଯାନ ଆରମ୍ଭ କରିଛି। ଭାରତୀୟ ନୌସେନା ଆକ୍ରମଣ ହୋଇଥିବା ମାଲ ପରିବହନ ଜାହାଜକୁ ସାହାଯ୍ୟ କରିବା ସହ ପାକିସ୍ତାନ ଏବଂ ଇରାନର ମତ୍ସ୍ୟଜୀବୀଙ୍କୁ ସୋମାଲିଆ ଡକାୟତମାନଙ୍କ କବଳରୁ ମୁକ୍ତ କରିଛି।

ଏଥି ସହିତ ଆଫ୍ରିକାର ଜିବୁଟିରେ ଏକ ନୌସେନା ଭିତ୍ତିଭୂମି ନିର୍ମାଣ କରିଥିବା ଚାଇନା ନିଜକୁ ଏକ ସୁପର ପାୱାର୍‌ ବୋଲି ବିବେଚନା କରୁଥିଲେ ମଧ୍ୟ ହୋଉଥିମାନଙ୍କ ଦ୍ୱାରା ହେଉଥିବା ଆକ୍ରମଣ ବିରୋଧରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସାହାଯ୍ୟ ଯୋଗାଇ ନାହିଁ। ଏହି କାରଣରୁ ଚାଇନା ସମଗ୍ର ବିଶ୍ୱରେ ଅପମାନିତ ହେବାରେ ଲାଗିଛି। ଭାରତୀୟ ନୌସେନାର ପଦକ୍ଷେପ ଯୋଗୁ ଚାଇନାର ରାଷ୍ଟ୍ରପତି ଶି ଜିନପିଙ୍ଗ ସରକାରଙ୍କୁ ଏକ ବଡ଼ ଝଟକା ଲାଗିଛି।

ଭଏସ ଅଫ ଆମେରିକାର ରିପୋର୍ଟ ଅନୁଯାୟୀ, ଯେତେବେଳେ ବିଭିନ୍ନ କାର୍ଗୋ ସିପିଂ କମ୍ପାନୀ ହୁତିମାନଙ୍କ ଆକ୍ରମଣର ଭୟ ଯୋଗୁଁ ଲୋହିତ ସାଗର ମାର୍ଗ ଗ୍ରହଣ କରିବା ବନ୍ଦ କରିଦେଇଥିଲେ। ଗତ ନଭେମ୍ବର ପରଠାରୁ ଇରାନ ସମର୍ଥିତ ହୋଉଥିମାନେ କ୍ଷେପଣାସ୍ତ୍ର ତଥା ଡ୍ରୋନ ସାହାଯ୍ୟରେ ଲୋହିତ ସାଗରରେ ଅନେକ ଜାହାଜ ଏବଂ ଯୁଦ୍ଧ ଜାହାଜ ଉପରେ ଆକ୍ରମଣ କରିଛନ୍ତି। ସେମାନେ କହଥିଲେ ଯେପର୍ଯ୍ୟନ୍ତ ଇସ୍ରାଏଲ ଗାଜା ଉପରେ ଆକ୍ରମଣ ବନ୍ଦ ନ କରିଛି, ସେପର୍ଯ୍ୟନ୍ତ ସେମାନେ ଇସ୍ରାଏଲର ମାଲିକାନା ଜାହାଜକୁ ଟାର୍ଗେଟ କରିବେ।

The post ଚାଇନାକୁ ବଡ଼ ଝଟକା: ଲୋହିତ ସାଗରରେ ଭାରତୀୟ ନୌସେନା ପାକିସ୍ତାନ-ଇରାନର ମତ୍ସ୍ୟଜୀବୀଙ୍କୁ ମୁକ୍ତ କଲା… appeared first on Dharitri Odia News.