ଗାଁରେ ବୁଲୁଛି ବଣୁଆ ହାତୀ, ରାତି ହେଲେ ତାଟି କବାଟ ବନ୍ଦ

ସମ୍ବଲପୁର :ଜଙ୍ଗଲ ନୁହେଁ ଗାଁ ରେ ବୁଲୁଛନ୍ତି ବଣୁଆ ହାତୀ। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେବି ଘଟଣା ସତ । ସମଗ୍ର ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀରେ ହାତୀଙ୍କ ବିତ୍ପାତରେ ଲୋକେ ନାକେଦମ ହେଲେଣି। ଏପରିକି ହାତୀ ମଣିଷ ଲଢେଇ ନିତିଦିନିଆଁ ଘଟଣା ହେଲାଣି। ରେଢ଼ାଖୋଲର ନାକଟିଦେଉଳ,ରେଢ଼ାଖୋଲ, ଯୁଯୋମୁରା ପଡିଆବାହାଲ, ମାନେଶ୍ଵର ପ୍ରଭୁତି ଫରେଷ୍ଟ ରେଞ୍ଚର ଏହା ବର୍ଷାଧିକ କାଳର ଘଟଣା । କିନ୍ତୁ କୌଣସି ଆଖି ଦୃଶିଆ କାମ ବନ ବିଭାଗ ନେଉନଥିବାରୁ ଧନ ଜୀବନ ନଷ୍ଟ ହେବାର […] The post ଗାଁରେ ବୁଲୁଛି ବଣୁଆ ହାତୀ, ରାତି ହେଲେ ତାଟି କବାଟ ବନ୍ଦ appeared first on Odisha.News.

ଗାଁରେ ବୁଲୁଛି ବଣୁଆ ହାତୀ, ରାତି ହେଲେ ତାଟି କବାଟ ବନ୍ଦ

ସମ୍ବଲପୁର :ଜଙ୍ଗଲ ନୁହେଁ ଗାଁ ରେ ବୁଲୁଛନ୍ତି ବଣୁଆ ହାତୀ। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେବି ଘଟଣା ସତ । ସମଗ୍ର ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀରେ ହାତୀଙ୍କ ବିତ୍ପାତରେ ଲୋକେ ନାକେଦମ ହେଲେଣି। ଏପରିକି ହାତୀ ମଣିଷ ଲଢେଇ ନିତିଦିନିଆଁ ଘଟଣା ହେଲାଣି। ରେଢ଼ାଖୋଲର ନାକଟିଦେଉଳ,ରେଢ଼ାଖୋଲ, ଯୁଯୋମୁରା ପଡିଆବାହାଲ, ମାନେଶ୍ଵର ପ୍ରଭୁତି ଫରେଷ୍ଟ ରେଞ୍ଚର ଏହା ବର୍ଷାଧିକ କାଳର ଘଟଣା । କିନ୍ତୁ କୌଣସି ଆଖି ଦୃଶିଆ କାମ ବନ ବିଭାଗ ନେଉନଥିବାରୁ ଧନ ଜୀବନ ନଷ୍ଟ ହେବାର ବହୁ ଉଦାହରଣ ରହିଥିଲେବି ବିଭାଗ କାହିଁକି ନୀରବଦ୍ରଷ୍ଟା ସାଜିଛି ତାହା ଆଶ୍ଚର୍ଯ୍ୟର ବିଷୟ ହୋଇଛି।ଏହି ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ହାତୀ ଘର କରି ରହିଲେଣି । ଗତକାଲି କୁଲୁଣ୍ଡି ବୁଢୀକୁଟୁନି ରାସ୍ତାରେ ହାତୀପଲଙ୍କ ରାସ୍ତା ଅବରୋଧ ଭଳି ଦୃଶ୍ୟ ଏକ ବିରଳ ଘଟଣା ଥିଲା। ରାସ୍ତା ଉପରେ ହାତୀ ଥିବାରୁ ଦେଢ଼ ଘଣ୍ଟା କାଳ ଗମନା ଗମନ ଏହି ରାସ୍ତାରେ ଠପ ହୋଇ ପଡିଥିଲା। ସବୁ ଗ୍ରାମ ହାତୀଙ୍କ ଏବେ ଚଲାପଥ ହୋଇଛି ।ପଲ ପଲ ହାତୀ ଗାଁ ଭିତରେ ହାତୀ ବୁଲୁଥିବା ବେଳେ ବନ ବିଭାଗ ହାତୀ ଘଉଡ଼ାଇବା ନାମରେ କୋଟି କୋଟି ଟଙ୍କା ଖର୍ଚ୍ଚ ସିନା କରୁଛି ଫଳ କିନ୍ତୁ ଶୂନ। ହାତୀକୁ ଘଉଡାଇଲେ ମଧ୍ୟ ସେମାନେ ନିର୍ଭୟରେ ବୁଲୁଛନ୍ତି। ହାତୀ ମାନଙ୍କ ବିତ୍ପାତ ଯୋଗୁଁ ଅମଳକ୍ଷମ ଫସଲ କେଵଳ ନଷ୍ଟ ହେଉନି ବରଂ ବହୁ ଧନ ଜୀବନର କାରଣ ସାଜିଛି। ଜିଲ୍ଲା ପ୍ରଶାସନ, ବନ ବିଭାଗ କିମ୍ବା ସରକାର ହାତୀ ଦୌରାତ୍ମ ଅଞ୍ଚଳକୁ ନ୍ୟାୟ ପ୍ରଦାନ କିମ୍ବା ସମସ୍ୟାର ସମାଧାନ ଦିଗରେ ବିଫଳ ହେଉଥିବାରୁ ହାତୀ ବଂଶ ଲୋପ ପାଇଁ ମଧ୍ୟ୍ୟ ଲୋକେ ବିକଳ୍ପ ଚିନ୍ତାରେ ରହି ବିଭିନ୍ନ ପ୍ରକାର ହାତୀ ମାରଣ ନୀତି ଆପଣଉଥିବା ଦୃଷ୍ଟିଗୋଚର ହେଉଛି। ତେଣୁ ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀରୁ ହାତୀ ସମସ୍ୟା ଟାଳିବାକୁ ସରକାର ବିଦ୍ଧିବଦ୍ଧ ଯୋଜନା ପ୍ରସ୍ତୁତ କରିବାକୁ ସବୁ ମହଲରେ ଦାବି ହେଉଛି।

The post ଗାଁରେ ବୁଲୁଛି ବଣୁଆ ହାତୀ, ରାତି ହେଲେ ତାଟି କବାଟ ବନ୍ଦ appeared first on Odisha.News.