ଗାଈକୁ ମାରି ଖାଇଲା କଲରା ପତରିଆ ବାଘ
ବୋଡ଼େନ: ନୂଆପଡା ଜିଲ୍ଲା ବୋଡେନ ବ୍ଳକ ବୋଇରଗାଁ ପଞ୍ଚାୟତ ଚିକଲଚୁଆଁ ଗାଁ ନିକଟସ୍ଥ ପାହାଡ଼ରେ ଏକ ଗାଈକୁ ବାଘ ମାରି ଖାଇଥିବା ଜଣାପଡ଼ିଛି। ଚିକଲଚୁଆଁ ଗାଁର ଚାଷୀ ମୋହନ ସାଏଙ୍କ ଗାଈ ଜଙ୍ଗଲକୁ ଚରିବାକୁ ଯାଇଥିଲା। ହେଲେ ସନ୍ଧ୍ୟାରେ ଆଉ ଘରକୁ ଫେରିନଥିଲା । ଗାଈ ଘରକୁ ନଫେରିବାରୁ ସକାଳୁ ଖୋଜାଖୋଜି ପରେ ମୋହନ ଗାଈ ବାଘ ଆକ୍ରମଣର ଶିକାର ହୋଇ ମରିପଡ଼ିଥିବା ଦେଖିବାକୁ ପାଇଥିଲେ। ଏହି ଘଟଣା ବୋଡେ଼ନ ବ୍ଲକ ଅଞ୍ଚଳରେ ପ୍ରଥମ ହୋଇଥିବାରୁ ସାଧାରଣରେ […]

ବୋଡ଼େନ: ନୂଆପଡା ଜିଲ୍ଲା ବୋଡେନ ବ୍ଳକ ବୋଇରଗାଁ ପଞ୍ଚାୟତ ଚିକଲଚୁଆଁ ଗାଁ ନିକଟସ୍ଥ ପାହାଡ଼ରେ ଏକ ଗାଈକୁ ବାଘ ମାରି ଖାଇଥିବା ଜଣାପଡ଼ିଛି। ଚିକଲଚୁଆଁ ଗାଁର ଚାଷୀ ମୋହନ ସାଏଙ୍କ ଗାଈ ଜଙ୍ଗଲକୁ ଚରିବାକୁ ଯାଇଥିଲା। ହେଲେ ସନ୍ଧ୍ୟାରେ ଆଉ ଘରକୁ ଫେରିନଥିଲା । ଗାଈ ଘରକୁ ନଫେରିବାରୁ ସକାଳୁ ଖୋଜାଖୋଜି ପରେ ମୋହନ ଗାଈ ବାଘ ଆକ୍ରମଣର ଶିକାର ହୋଇ ମରିପଡ଼ିଥିବା ଦେଖିବାକୁ ପାଇଥିଲେ। ଏହି ଘଟଣା ବୋଡେ଼ନ ବ୍ଲକ ଅଞ୍ଚଳରେ ପ୍ରଥମ ହୋଇଥିବାରୁ ସାଧାରଣରେ ଭୟର ଆତଙ୍କ ଖେଳି ଯାଇଛି। ଏନେଇ ସେ ବନବିଭାଗକୁ ଖବର ଦେବାପରେ ବିଭାଗୀୟ ଅଧିକାରୀମାନେ ଆସି ଛାନଭିନ୍ନ କରିଥିଲେ। ଅଞ୍ଚଳରେ ବାଘର ନିରୀକ୍ଷଣ ପାଇଁ ବିଭାଗ ପକ୍ଷରୁ କ୍ୟାମେରା ଖଞ୍ଜା ଯାଇଛି। ବର୍ତ୍ତମାନ ଏ ଅଞ୍ଚଳରେ କିଛିଦିନ ହେଲା ବାଘ ଘୂରିବୁଲୁ ଥିବା ଚର୍ଚ୍ଚା ହେଉଛି। କିଛିଦିନ ତଳେ ସ୍ଥାନୀୟ ଅଗ୍ନିଶମ ବିଭାଗ କାର୍ଯ୍ୟାଳୟ ଭିତରକୁ ପଶି ଆସିଥିବା କୁହାଯାଉଛି। ତେଣୁ ଏହାକୁ ବିଭାଗ ତରଫରୁ ବିଶେଷ ଗୁରୁତ୍ୱ ଦେବାକୁ ଦାବି ହେଉଛି।