Water Way: ଓଡ଼ିଶାରେ ନର୍ମାଣ ହେବ ନ୍ୟାସନାଲ ୱାଟର ୱେ -୫

ପରବର୍ତ୍ତୀ ସମୟରେ ନ୍ୟାସନାଲ ୱାଟର ୱେ -୫ରେ ଧାମରାରୁ ହଳଦିଆକୁ ସଂଯୋଗ ପାଇଁ ଲକ୍ଷ୍ୟ ରଖାଯାଇଛି। ନ୍ୟାସନାଲ ୱାଟର ୱେ -୫ ପାଇଁ ୧୨ ହଜାର କୋଟି ଟଙ୍କାର ବ୍ୟୟ ଅଟକଳ ରହିଛି।

Water Way: ଓଡ଼ିଶାରେ ନର୍ମାଣ ହେବ ନ୍ୟାସନାଲ ୱାଟର ୱେ -୫

ଜଳପଥରେ ଯୋଡ଼ିହେବ କୋଇଲା ନଗରୀ ତାଳଚେର ସହ ଧାମରା ଓ ପାରାଦୀପ ବନ୍ଦର। ଓଡ଼ିଶାର ବ୍ରାହ୍ମଣୀ ନଦୀ ଅବବବାହିକାରେ ପ୍ରାୟ ୫୮୮ କିଲୋମିଟରର ନ୍ୟାସନାଲ ୱାଟର ୱେ-୫ ନିର୍ମାଣ ହେବ। ଏଥିପାଇଁ କେନ୍ଦ୍ର ସରକାରଙ୍କ ଇନଲ୍ୟାଣ୍ଡ ୱାଟର ଅଥରିଟି ଅଫ ଇଣ୍ଡିଆ ସହ ମିଶି କାମ କରୁଛନ୍ତି ରାଜ୍ୟ ସରକାର। ଏବେ ଏହା ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଛି।

ଏହାଦ୍ବାରା ଜଳପଥରେ ଦକ୍ଷ ଉପାୟରେ ଏକକାଳୀନ ଅଧିକ ମାଲ ପରିବହନ କରିହେବ। ପ୍ରସ୍ତାବିତ ନ୍ୟାସନାଲ ୱାଟର ୱେ ପାଇଁ IIT ମାଡ୍ରାସ ମାଷ୍ଟର ପ୍ଲାନ ପ୍ରସ୍ତୁତ କରୁଛି। ଏ ନେଇ ଉତ୍କଳ ଚାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ପକ୍ଷରୁ ଆୟୋଜିତ ଏକ କର୍ମଶାଳାରେ ସୂଚନା ଦେଇଛନ୍ତି ବାଣିଜ୍ୟ ଓ ପରିବହନ ସଚିବ ଉଷା ପାଢ଼ୀ।

ପ୍ରସ୍ତାବିତ ନ୍ୟାସନାଲ ୱାଟର ୱେ-୫ରେ ପ୍ରଥମ ପର୍ଯ୍ୟାୟରେ ତାଳଚେରରୁ ମଙ୍ଗଳଗଡି ଦେଇ ଧାମରା ଓ ଧାମରାରୁ ପାରାଦୀପକୁ ଜଳ ପଥରେ ଯୋଡ଼ିବାକୁ ଯୋଜନା ହୋଇଛି। ପରବର୍ତ୍ତୀ ସମୟରେ ନ୍ୟାସନାଲ ୱାଟର ୱେ -୫ରେ ଧାମରାରୁ ହଳଦିଆକୁ ସଂଯୋଗ ପାଇଁ ଲକ୍ଷ୍ୟ ରଖାଯାଇଛି। ନ୍ୟାସନାଲ ୱାଟର ୱେ -୫ ପାଇଁ ୧୨ ହଜାର କୋଟି ଟଙ୍କାର ବ୍ୟୟ ଅଟକଳ ରହିଛି।