‘ଗାଜା ଆଉ ନାହିଁ’, ଫିଲିସ୍ତିନୀଙ୍କ ସ୍ଥିତିକୁ ନେଇ ଭାବୁକ ହେଲେ କତାର ପିଏମ୍

ନୂଆଦିଲ୍ଲୀ: ଗତ ତିନି ମାସରୁ ଅଧିକ ସମୟ ଧରି ଗାଜାରେ ଇସ୍ରାଏଲ୍ ଧ୍ୱଂସର ତାଣ୍ଡବଲୀଳା ଜାରି ରଖିଛି । ଦାବି କରାଯାଉଛି ଯେ ଏବେ ସୁଦ୍ଧା ୨୪ ହଜାରରୁ ଅଧିକ ଫିଲିସ୍ତିନୀ ଏହି ଯୁଦ୍ଧରେ ପ୍ରାଣ ହରାଇଛନ୍ତି । ଏହାରି ଭିତରେ କତାର ପ୍ରଧାନମନ୍ତ୍ରୀ ମୃତ୍ୟୁର ଏହି ତାଣ୍ଡବଲୀଳା ଦେଖି ଭାବ ବିହ୍ୱଳ ହୋଇଛନ୍ତି । ସେ କହିଛନ୍ତି, ଗାଜା ଏବେ ଶେଷ ହୋଇଯାଇଛି । ଉଲ୍ଲେଖଯୋଗ୍ୟ ଯେ ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ପ୍ରଥମ ହମାସ ଆକ୍ରମଣ କରିବା ସହ ଇସ୍ରାଏଲ ନାଗରିକଙ୍କୁ ଅପହରଣ କରି ନେଇଥିଲା । ଏହାପରେ ଇସ୍ରାଏଲ୍ ପାଲଟା ଜବାବ ଦେଇଥିଲା । ଯୁଦ୍ଧ ଯୋଗୁଁ ଗାଜାରୁ ପ୍ରାୟ ୨୩ ଲକ୍ଷ ଲୋକ ନିଜ ଘର ଛାଡ଼ି ଯିବାକୁ ବାଧ୍ୟ ହୋଇଥିଲେ । କତାର ପ୍ରଧାନମନ୍ତ୍ରୀ ଇସ୍ରାଏଲ୍ ସହ ଅନ୍ତରାଷ୍ଟ୍ରୀୟ ସମୁଦାୟକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି । ଶେଖ୍ ମହମ୍ମଦ ବିନ୍ ଅବଦୁଲରହମାନ ଅନ ଥାନୀ କହିଛନ୍ତି ଯେ ଏହି ସଂଘର୍ଷ ରୋକିବା ପାଇଁ ଟୁ ଷ୍ଟେଟ୍ ସଲ୍ୟୁସନ୍ ହିଁ ଏକ ମାତ୍ର ରାସ୍ତା ଅଟେ । ଅନ୍ୟପଟେ ଇସ୍ରାଏଲ୍ ଯେପରି ଭାବେ ପ୍ରତିକ୍ରିୟା ଦେଉଛି, ସେଥିରୁ ଜଣାପଡ଼ୁଛି ଯେ ଏବେ ସମ୍ପୃକ୍ତ ଅଞ୍ଚଳରେ ଶାନ୍ତି ସ୍ଥାପନ ସହଜ ନୁହେଁ । କତାର ପିଏମ୍ ଡାଭୋସରେ ଚାଲିଥିବା ୱାର୍ଲଡ ଇକୋନମିକ୍ ଫୋରମକୁ ସମ୍ୱୋଧନ କରିବା ବେଳେ ଏହା କହିଛନ୍ତି । ପଢନ୍ତୁ: ରାଷ୍ଟ୍ରପତି ହେଲେ ସୁଧାରିବି ଇସ୍ରାଏଲ-ପାଲେଷ୍ଟାଇନ ବିବାଦ, ଆୟୋବା କକ୍‌ସରେ ବିଜୟ ପରେ କହିଲେ ଟ୍

‘ଗାଜା ଆଉ ନାହିଁ’, ଫିଲିସ୍ତିନୀଙ୍କ ସ୍ଥିତିକୁ ନେଇ ଭାବୁକ ହେଲେ କତାର ପିଏମ୍

ନୂଆଦିଲ୍ଲୀ: ଗତ ତିନି ମାସରୁ ଅଧିକ ସମୟ ଧରି ଗାଜାରେ ଇସ୍ରାଏଲ୍ ଧ୍ୱଂସର ତାଣ୍ଡବଲୀଳା ଜାରି ରଖିଛି । ଦାବି କରାଯାଉଛି ଯେ ଏବେ ସୁଦ୍ଧା ୨୪ ହଜାରରୁ ଅଧିକ ଫିଲିସ୍ତିନୀ ଏହି ଯୁଦ୍ଧରେ ପ୍ରାଣ ହରାଇଛନ୍ତି । ଏହାରି ଭିତରେ କତାର ପ୍ରଧାନମନ୍ତ୍ରୀ ମୃତ୍ୟୁର ଏହି ତାଣ୍ଡବଲୀଳା ଦେଖି ଭାବ ବିହ୍ୱଳ ହୋଇଛନ୍ତି । ସେ କହିଛନ୍ତି, ଗାଜା ଏବେ ଶେଷ ହୋଇଯାଇଛି । ଉଲ୍ଲେଖଯୋଗ୍ୟ ଯେ ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ପ୍ରଥମ ହମାସ ଆକ୍ରମଣ କରିବା ସହ ଇସ୍ରାଏଲ ନାଗରିକଙ୍କୁ ଅପହରଣ କରି ନେଇଥିଲା । ଏହାପରେ ଇସ୍ରାଏଲ୍ ପାଲଟା ଜବାବ ଦେଇଥିଲା । ଯୁଦ୍ଧ ଯୋଗୁଁ ଗାଜାରୁ ପ୍ରାୟ ୨୩ ଲକ୍ଷ ଲୋକ ନିଜ ଘର ଛାଡ଼ି ଯିବାକୁ ବାଧ୍ୟ ହୋଇଥିଲେ ।

କତାର ପ୍ରଧାନମନ୍ତ୍ରୀ ଇସ୍ରାଏଲ୍ ସହ ଅନ୍ତରାଷ୍ଟ୍ରୀୟ ସମୁଦାୟକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି । ଶେଖ୍ ମହମ୍ମଦ ବିନ୍ ଅବଦୁଲରହମାନ ଅନ ଥାନୀ କହିଛନ୍ତି ଯେ ଏହି ସଂଘର୍ଷ ରୋକିବା ପାଇଁ ଟୁ ଷ୍ଟେଟ୍ ସଲ୍ୟୁସନ୍ ହିଁ ଏକ ମାତ୍ର ରାସ୍ତା ଅଟେ । ଅନ୍ୟପଟେ ଇସ୍ରାଏଲ୍ ଯେପରି ଭାବେ ପ୍ରତିକ୍ରିୟା ଦେଉଛି, ସେଥିରୁ ଜଣାପଡ଼ୁଛି ଯେ ଏବେ ସମ୍ପୃକ୍ତ ଅଞ୍ଚଳରେ ଶାନ୍ତି ସ୍ଥାପନ ସହଜ ନୁହେଁ । କତାର ପିଏମ୍ ଡାଭୋସରେ ଚାଲିଥିବା ୱାର୍ଲଡ ଇକୋନମିକ୍ ଫୋରମକୁ ସମ୍ୱୋଧନ କରିବା ବେଳେ ଏହା କହିଛନ୍ତି ।

ପଢନ୍ତୁ: ରାଷ୍ଟ୍ରପତି ହେଲେ ସୁଧାରିବି ଇସ୍ରାଏଲ-ପାଲେଷ୍ଟାଇନ ବିବାଦ, ଆୟୋବା କକ୍‌ସରେ ବିଜୟ ପରେ କହିଲେ ଟ୍ରମ୍ପ

ସେ କହିଛନ୍ତି, 'ଗାଜା ଏବେ ଶେଷ ହୋଇଯାଇଛି । ଏହାର ଅର୍ଥ ଯେ ଏବେ ସେଠାରେ କିଛି ବି ନାହିଁ । ଚାରିଆଡ଼େ ବୋମା ବିସ୍ଫୋରଣ ଚିହ୍ନ । ଦୂର-ଦୂର ଯାଏ ମଣିଷ ଦେଖିବାକୁ ମିଳୁ ନାହିଁ । ଯେପର୍ଯ୍ୟନ୍ତ ଇସ୍ରାଏଲ ସରକାର ଏବଂ ନେତା ଏକାସଙ୍ଗରେ ଦୁଇ ରାଷ୍ଟ୍ରର ଅସ୍ତିତ୍ୱକୁ ନେଇ ପ୍ରସ୍ତୁତ ନହୁଅନ୍ତି ସେପର୍ଯ୍ୟନ୍ତ ଟୁ ଷ୍ଟେଟ୍ ସଲ୍ୟୁସନ ସମ୍ଭବ ନୁହେଁ'। ସେ କହିଛନ୍ତି ଯୁଦ୍ଧ ବନ୍ଦ ନହେବା ଯାଏ କୌଣସି ସକାରାତ୍ମକ ବାଟ ଫିଟିବ ନାହିଁ । ସେହିପରି ମଧ୍ୟପୂର୍ବ ସାଗରରେ ହୁତିଙ୍କ ଆତଙ୍କକୁ ନେଇ ସେ କହିଛନ୍ତି ଯେ ସ୍ଥିତି ଧୀରେ ଧୀରେ ଖରାପ ହେବାକୁ ଲାଗିଛି । ଏହି ପୂରା ଅଞ୍ଚଳରେ ଯୁଦ୍ଧ ପରି ସ୍ଥିତି ସୃଷ୍ଟି ହୋଇଛି ।

The post ‘ଗାଜା ଆଉ ନାହିଁ’, ଫିଲିସ୍ତିନୀଙ୍କ ସ୍ଥିତିକୁ ନେଇ ଭାବୁକ ହେଲେ କତାର ପିଏମ୍ appeared first on Prameya News7.