ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ ମାମଲା, କ୍ଷତି ପୁରଣ ଦାବିରେ ହାଟଗୁଡା ମୁଖ୍ୟ ରାସ୍ତା ଅବରୋଧ
ଲମତାପୁଟ : କାଠ ବାଝେଇ ଟ୍ରାକ୍ଟରକୁ ଧକା ଦେଇ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ ଓ ଜଣେ ଗୁରୁତର ଘଟଣାରେ କ୍ଷତି ପୁରଣ ଦାବି କରିଛନ୍ତି ଅଞ୍ଚଳବାସୀ l ଏ ନେଇ ହାଟଗୁଡା ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି ଅଞ୍ଚଳବାସୀ l ଦୁର୍ଘଟଣା ଘଟାଇ ଥିବା ଟ୍ରାକ୍ଟର ଡ୍ରାଇଭର ଫେରାର ଥିବା ବେଳେ ଟ୍ରାକ୍ଟର ମାଲିକ ଆସି ପରିବାରବର୍ଗଙ୍କ ସହ ଆଲୋଚନା କରିନଥିବାରୁ ଟାୟର ଜାଳି ରାସ୍ତା ରୋକ କରିଛନ୍ତି l ଘଟଣାସ୍ଥଳରେ ପାଡୁଆ ପୋଲିସ ଲୋକଙ୍କୁ […] The post ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ ମାମଲା, କ୍ଷତି ପୁରଣ ଦାବିରେ ହାଟଗୁଡା ମୁଖ୍ୟ ରାସ୍ତା ଅବରୋଧ appeared first on KNews Odisha.

ଲମତାପୁଟ : କାଠ ବାଝେଇ ଟ୍ରାକ୍ଟରକୁ ଧକା ଦେଇ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ ଓ ଜଣେ ଗୁରୁତର ଘଟଣାରେ କ୍ଷତି ପୁରଣ ଦାବି କରିଛନ୍ତି ଅଞ୍ଚଳବାସୀ l ଏ ନେଇ ହାଟଗୁଡା ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି ଅଞ୍ଚଳବାସୀ l ଦୁର୍ଘଟଣା ଘଟାଇ ଥିବା ଟ୍ରାକ୍ଟର ଡ୍ରାଇଭର ଫେରାର ଥିବା ବେଳେ ଟ୍ରାକ୍ଟର ମାଲିକ ଆସି ପରିବାରବର୍ଗଙ୍କ ସହ ଆଲୋଚନା କରିନଥିବାରୁ ଟାୟର ଜାଳି ରାସ୍ତା ରୋକ କରିଛନ୍ତି l
ଘଟଣାସ୍ଥଳରେ ପାଡୁଆ ପୋଲିସ ଲୋକଙ୍କୁ ବୁଝାସୁଝା କରିବା ପାଇଁ ଉଦ୍ୟମ ଜାରି ରଖିଛି l ପାଡୁଆ ଥାନା ଅନ୍ତରଗତ ପାନ୍ତଲ୍ଲୁଙ୍ଗ ଗ୍ରାମ ପଞ୍ଚାୟତର ହାଟଗୁଡ଼ା ହାଇସ୍କୁଲ ସମ୍ମୁଖରେ ଗତକାଲି ଘଟିଥିଲା ଦୁର୍ଘଟଣା l କାଠ ବୋଝେଇ କରି ମୁଖ୍ୟ ରାସ୍ତାକୁ ଟ୍ରାକ୍ଟର ଯାଉଥିବା ସମୟରେ ମଟର ସାଇକେଲ ସହ ଧକା ହୋଇଥିଲା ଘଟଣାସ୍ଥଳଳେ ମଟର ସାଇକେଲ ଆରୋହୀ ସୁଶାନ୍ତ ଗାଲୀଙ୍କ ମୃତ୍ଯୁ ହୋଇଥିବା ବେଳେ ପଛରେ ବସିଥିବା ଅନ୍ୟ ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ଲମତାପୁଟ ଆଶାକିରଣ ମେଡିକାଲରେ ଭର୍ତ୍ତି କରାଯଇଥିଲା l
ଚିକିତ୍ସାଧୀନ ଅବସ୍ଥାରେ ପ୍ରସାଦ ଖୁଡାଙ୍କ ମୃତ୍ଯୁ ଘଟିଥିବା ବେଳେ ରାଜେଶ ତୈଶବଙ୍କ ଅବସ୍ଥା ଗୁରୁତର ରହିଛି l ଘଟଣା ଉତ୍ତେଜନା ରହିଥିବା ବେଳେ ପାଡୁଅ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି l ଘଟଣାସ୍ଥଳରୁ ଟ୍ରାକ୍ଟର ଡ୍ରାଇଭର ଫେରାର ହୋଇଯାଇଛି l
The post ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ ମାମଲା, କ୍ଷତି ପୁରଣ ଦାବିରେ ହାଟଗୁଡା ମୁଖ୍ୟ ରାସ୍ତା ଅବରୋଧ appeared first on KNews Odisha.